ରତ୍ନ ଭଣ୍ଡାର ପାଇଁ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ
ପୁରୀ : ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟି ଗଠନ । ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁପ୍ରିମକୋର୍ଟ ପୂର୍ବତନ ବିଚିରପତି ଜଷ୍ଟିସ ଅରଜିତ ପଶାୟତ କମିଟି ଅଧ୍ୟକ୍ଷ । ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ଉପାଧ୍ୟକ୍ଷ । କମିଟିରେ ଅଧ୍ୟକ୍ଷକଙ୍କ ସହ ମୋଟ ୧୨ ଜଣ ସଦସ୍ୟ ରହିଛନ୍ତି । ଡ.ବିଧୁଭୂଷଣ ସାମଲ, ଏ.କେ ସାବତ କମିଟି ସଦସ୍ୟ । ଗଜପତିଙ୍କ ପ୍ରତିନିଧି, ଏଏସ୍ଆଇ ପ୍ରତିନିଧି କମିଟି ସଦସ୍ୟ । ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର, ଶ୍ରୀ ଜଗନ୍ନାଥ କର ସେବକ ପ୍ରତିନିଧି । ଶ୍ରୀ ଗଣେଶ ମେକାପ, ଭଣ୍ଡାର ମେକାପ ସେବକ ଏବଂ ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଉପମୁଖ୍ୟ ପ୍ରଶାସକ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ- ସଦସ୍ୟ ଆବାହକ ଭାବରେ କାର୍ଯ୍ୟ କରିବେ ।