କଂଗ୍ରସ ର ଅନାସ୍ଥା ପ୍ରସ୍ତାବ ଏକ ରାଜନୈତିକ ଖେଳ, ଏହି ଖେଳରେ ସମସ୍ତେ ପରାଜିତ ହୋଇ ଅଛନ୍ତି..
ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ ବିଜେଡି କୁ ସାଥି କରି ଖେଳିବ ବୋଲି ମନେ ମନେ କୁରୁଳୁଛି |
ବିଧାନସଭାରେ ବିଜେପି ସବୁଠୁ ସଂଖ୍ୟାଗରିଷ୍ଠ ଦଳ, ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ଆଦୌ ପ୍ରଭାବ ପକାଇବ ନାହିଁ ସ୍ଥିର ନିଶ୍ଚିତ |
ସଂଖ୍ୟା ଗଣିତ କହୁଛି, ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି।
ବିଜେପିର ୭୮ଜଣ ବିଧାୟକ ଥିବା ବେଳେ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ। ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୩ ରହିଛି। ସ୍ବାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବା ଯଥେଷ୍ଟ ସମ୍ଭାବନା ଅଛି। ଏପରିସ୍ଥଳେ ସିପିଆଇ(ଏମ୍)ର ଜଣେ ବିଧାୟକଙ୍କୁ ସାଙ୍ଗରେ ନେଇ ଅନାସ୍ଥା ପାଇଁ କଂଗ୍ରେସ ଦଳ ବିଜେଡିର ସମର୍ଥନ ଲୋଡ଼ିଛି।
କଂଗ୍ରେସ ନିଜର ୧୪ ବିଧାୟକଙ୍କ ସହିତ ସିପିଆଇ(ଏମ୍)ର ଜଣେ ବିଧାୟକ ସମର୍ଥନ କରିବେ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହି ସାରିଛନ୍ତି।
ବର୍ତ୍ତମାନ ସମୟରେ ଅନାସ୍ଥା ପ୍ରସ୍ତାବକୁ ୧୫ ବିଧାୟକଙ୍କ ସମର୍ଥନ ରହିଛି। ଆଉ ବିଜେଡି ଯଦି କଂଗ୍ରେସକୁ ସମର୍ଥନ ଦିଏ, ତେବେ ବିଜେଡିର ୫୦ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୬୫କୁ ଛୁଇଁବ, ଯାହାକି ମ୍ୟାଜିକ୍ ନମ୍ବର ୭୪ଠାରୁ ବହୁ ପଛରେ ରହିଛି। ବିଧାନସଭାରେ ଥିବା ତିନି ଜଣ ସ୍ୱାଧୀନ ବିଧାୟକ ଧର୍ମଶାଳାର ହିମାଂଶୁ ଶେଖର ସାହୁ, ବଡ଼ମ୍ବାର ବିଜୟ କୁମାର ଦଳବେହେରା ଏବଂ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଯେହେତୁ ସରକାର ଗଠନ ବେଳେ ବିଜେପିକୁ ସମର୍ଥନ ଦେଇଥିଲେ, ତେଣୁ ଏବେ ଅନାସ୍ଥା ପ୍ରସ୍ତାବ ସମୟରେ ମଧ୍ୟ ଏମାନେ ବିଜେପି ସପକ୍ଷରେ ରହିବା ମଧ୍ୟ ନିଶ୍ଚିତ| ଯାହାଦ୍ୱାରା କି ବିଜେପି ପ୍ରତି ବିଧାୟକଙ୍କ ସମର୍ଥନ ସଂଖ୍ୟା ୮୧କୁ ବୃଦ୍ଧି ପାଇବ।
ଯଦି ଅନାସ୍ଥା ପ୍ରସ୍ତାବ ନେଇ ବିଧାନସଭାରେ ଭୋଟ୍ ହୁଏ, ତେବେ ଫଳାଫଳ କ’ଣ ହେବ ଏହି ସଂଖ୍ୟା ଗଣିତରୁ ହଁ ସ୍ପଷ୍ଟ ଅନୁମାନ କରାଯାଇପାରୁଛି।