ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପବିତ୍ର ନୂଆଁଖାଇ ଅବସରରେ ସମସ୍ତ ଶୁଭେଚ୍ଛା...
ଶ୍ରୀ ମୋଦୀ କହିଛନ୍ତି, ନୂଆଁଖାଇ ହେଉଛି ଆମ ଚାଷୀ, ଫସଲ ଏବଂ ଏକତା ଭାବନାର ପର୍ବ ।
ଏହି ବିଶେଷ ଅବସର ସମାଜରେ ସଦ୍ଭାବନା ଏବଂ ଏକତାର ଭାବନାକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
ନୂଆଁଖାଇ ଜୁହାର୍ !
ଆମ କୃଷକ, ଫସଲ ଏବଂ ଏକତାର ପର୍ବ ନୂଆଁଖାଇର ଅନେକ ଅନେକ ଶୁଭକାମନା ।
ଏହି ସ୍ୱତନ୍ତ୍ର ଅବସର ଆମ ସମାଜରେ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ କରୁ ଏବଂ ଖୁସି ଓ ସମୃଦ୍ଧି ନେଇ ଆସୁ ।