ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଞ୍ଚିଛନ୍ତି।

May 18, 2026 - 07:20
 8
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୫ ଦେଶୀୟ ଗସ୍ତରେ ଯାଇ ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟସରେ ପହଞ୍ଚିଛନ୍ତି। 

ସେଠାରେ ତାଙ୍କର ମାତ୍ର ଅଢ଼େଇ ଘଣ୍ଟାର ରହଣି ମଧ୍ୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ଏଲ୍‌ପିଜି ଯୋଗାଣ ଓ ରଣନୈତିକ ତୈଳ ଭଣ୍ଡାର କ୍ଷେତ୍ରରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇଛି।

ଉଲ୍ଲେଖଯୋଗ୍ୟ ଭାରତ ଓ ୟୁଏଇ ଗତ କିଛିବର୍ଷ ମଧ୍ୟରେ ଆର୍ଥିକ ସହଯୋଗିତାକୁ ବଢ଼ାଇଛନ୍ତି। 

ବିଶେଷକରି ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ରାଜିନାମା ସ୍ବାକ୍ଷର ପରେ ଏହା ବଢ଼ିଛି। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ୧୦୦ ବିଲିଅନ ଡଲାର ଟପିଛି।

ଆଗାମୀ ଦିନରେ ଏହାକୁ ୨୦୦ ବିଲିଅନ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।