ବଢିଲା ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ଟଙ୍କା
ଭୁବନେଶ୍ୱର : ବଢିଲା ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ଟଙ୍କା । ସର୍ବନିମ୍ନ ସହାୟତା ୧୦୦୦ ଟଙ୍କାକୁ ବୃଦ୍ଧି କଲେ ରାଜ୍ୟ ସରକାର । ଚଳିତ ଫେବ୍ରୁଆରୀରୁ ଲାଗୁ ହେବ ବର୍ଦ୍ଧିତ ଭତ୍ତା ଟଙ୍କା । ଫେବ୍ରୁଆରୀ ୨୦ରୁ ୨୫ ମଧ୍ୟରେ ମିଳିବ ବର୍ଦ୍ଧିତ ପେନ୍ସନ୍ । ବର୍ଦ୍ଧିତ ପେନ୍ସନ୍ ପାଇଁ ବାର୍ଷିକ ଖର୍ଚ୍ଚ ହେବ ୩୬୮୩ କୋଟି ଚଙ୍କା । ବର୍ତ୍ତମାନ ୩୬.୭୫ ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି ।