ବର୍ଷାନୁ ସମୀକ୍ଷା ୨୦୨୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ

Dec 28, 2025 - 11:40
 4
ବର୍ଷାନୁ ସମୀକ୍ଷା ୨୦୨୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ

ବର୍ଷାନୁ ସମୀକ୍ଷା ୨୦୨୫: ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ

ସାରା ଦେଶରେ ସ୍ବଚ୍ଛ ରନ୍ଧନ ଗ୍ୟାସ୍ ପହଞ୍ଚାଇବା ପାଇଁ ଜାରି ରହିଛି ‘ଉଜ୍ଜ୍ବଳା ଯୋଜନା'ର ସମ୍ପ୍ରସାରଣ ଦେଶବ୍ୟାପୀ ‘ମୌଳିକ ନିରାପତ୍ତା ଯାଞ୍ଚ’ ଅଭିଯାନ ମାଧ୍ୟମରେ ଗ୍ରାହକ ସୁରକ୍ଷା ସୁଦୃଢ଼

ଡିଜିଟାଲ୍ ପେମେଣ୍ଟ, ଇଭି ଚାର୍ଜି ଏବଂ ମଲ୍ଟି-ଫୁଏଲ୍ ଏନର୍ଜି ଷ୍ଟେସନ ସହିତ ଇନ୍ଧନ ଖୁଚୁରା ଭିତ୍ତିଭୂମି ହୋଇଛି ମଜବୁତ

ଟ୍ରକ୍ ଚାଳକଙ୍କ ସୁବିଧା ଏବଂ ସଡ଼କ ସୁରକ୍ଷା ପାଇଁ ‘ଅପନା ଘର’ ପଦକ୍ଷେପକୁ ସଶକ୍ତ କରାଯାଇଛି

‘ୱାନ୍ ନେସନ୍-ୱାନ୍ ଗ୍ୟାସ୍‌ ଗ୍ରିଡ୍' ଅଧୀନରେ ୨୫,୪୦୦ କିଲୋମିଟରରୁ ଅଧିକ ଗ୍ୟାସ୍ ପାଇପଲାଇନ୍ ନେଟୱାର୍କ କାର୍ଯ୍ୟକାରୀ

ତୈଳକ୍ଷେତ୍ର ସଂଶୋଧନ ଅଧୂନିୟମ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ନିୟମାବଳୀ ମାଧ୍ଯମରେ ‘ଅପଷ୍ଟ୍ରିମ୍' କ୍ଷେତ୍ରରେ ବୈପ୍ଲବିକ ସଂସ୍କାର

ନୂଆଦିଲ୍ଲୀ: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପାଇଁ ତୈଳ ଏବଂ ଗ୍ୟାସ୍ ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ ଭାବରେ ପରିଚିତ । ୨୦୨୫ରେ, ମନ୍ତ୍ରଣାଳୟ ସୁଲଭ ମୂଲ୍ୟରେ ଶକ୍ତି ଉପଲବ୍ଧକୁ ସୁନିଶ୍ଚିତ କରିବା, ଘରୋଇ ଉତ୍ପାଦନ ବୃଦ୍ଧି, ଭିତ୍ତିଭୂମି ସୁଦୃଢ଼ କରିବା, ସ୍ବଚ୍ଛ ଇନ୍ଧନକୁ ପ୍ରୋତ୍ସାହିତ କରିବା ଏବଂ ଜାତୀୟ ଶକ୍ତି ସୁରକ୍ଷାକୁ ମଜବୁତ କରିବା ପାଇଁ ବ୍ୟାପକ ଏବଂ ବହୁମୁଖୀ ଦୃଷ୍ଟିକୋଣ ଗ୍ରହଣ କରିଆସିଛି। ଏହି ପଦକ୍ଷେପଗୁଡ଼ିକ ଶକ୍ତି ପ୍ରାପ୍ତି, ଶକ୍ତି ଦକ୍ଷତା, ଶକ୍ତି ସ୍ଥିରତା ଏବଂ ଶକ୍ତି ସୁରକ୍ଷା ଦିଗରେ ସାମଗ୍ରିକ ଜାତୀୟ ପ୍ରାଥମିକତା ସହିତ ସମାନ୍ତରାଳ ହୋଇ ରହିଛି।

ସ୍ବଚ୍ଛ ରନ୍ଧନ ଇନ୍ଧନର ସାର୍ବଜନୀନ ଉପଲବ୍ଧି ସୁନିଶ୍ଚିତ କରିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ପ୍ରମୁଖ ପ୍ରାଥମିକତା । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ୧ ଡିସେମ୍ବର ୨୦୨୫ ସୁଦ୍ଧା ହିତାଧୂକାରୀଙ୍କ ସଂ ସଂଖ୍ୟା ପ୍ରାୟ ୧୦.୩୫ କୋଟିକୁ ପହଞ୍ଚିଛି। ବାକିଥିବା ଆବେଦନ ନିଷ୍ପତ୍ତ ଓ ଏଲପିଜି ପ୍ରସାରକୁ ତ୍ବରାନ୍ବି ତ୍ବରାନ୍ବିତ କରିବା ପାଇଁ ସରକାର ଚଳିତ ଆର୍ଥିକ ବର୍ଷରେ ଅତିରିକୁ ୨୫ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନକୁ ଅନୁ ନୁମୋଦନ କରିଛନ୍ତି। ଯୋଗ୍ୟତା ପ୍ରକ୍ରିୟା ସରଳ କରିବାକୁ ଏକକ ଘୋଷଣାନାମା ପ୍ରଣାଳୀ କରାଯାଇଥିବାରୁ ସଂଯୋଗ ପ୍ରଦାନ ପ୍ରକ୍ରିୟା ଅଧୂକ ଦ୍ରୁତ ଓ ସାମାବେଶୀ ହୋଇଛି।