ବାତ୍ୟା ଦ୍ବାରା ଆକ୍ରାନ୍ତି ଅଂଚଳର ସମୀକ୍ଷା କଲେ ମନ୍ତ୍ରୀ...

Oct 29, 2025 - 18:27
Oct 29, 2025 - 18:29
 11
ବାତ୍ୟା ଦ୍ବାରା ଆକ୍ରାନ୍ତି ଅଂଚଳର ସମୀକ୍ଷା  କଲେ ମନ୍ତ୍ରୀ...

ଭୁବନେଶ୍ବର: ବାତ୍ୟା ମୋନ୍ଥା ପ୍ରଭାବରେ ଓଡ଼ିଶାର ୩୩ ବ୍ଲକ, ୧୧ ସହରାଞ୍ଚଳ ପ୍ରଭାବିତ ହୋଇଥ‌ିବା କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ।

ବାତ୍ୟା ସ୍ଥିତି ସମୀକ୍ଷା ପରେ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ୩୬୨ ଟି ସ୍ଥାନରେ ୧୮ ହଜାର ଲୋକଙ୍କ ରନ୍ଧା ଖାଦ୍ୟ ଦିଆଯାଇଛି।

ପୂଜାରୀ କହିଛନ୍ତି ଯେ, ଓଡ଼ିଶାରେ ବାତ୍ୟାର ବିଶେଷ ପ୍ରଭାବ ପଡ଼ିନାହିଁ। କିଛି ଜିଲ୍ଲାରେ ଆଂଶିକ ପ୍ରଭାବ ପଡ଼ିଛି। ଗଜପତି ଗୋସାଣୀ ବ୍ଲକରେ ୧୫୦.୫ ମିମି ବର୍ଷା ରେକର୍ଡ କରାଯାଇଛି। ରାୟଗଡ଼ ବ୍ଳକରେ ୧୧୯.୮ ମିମି ଓ ମୋହନାରେ ୧୦୭ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲା ପାଟପୁରରେ ୧୧୭.୪ ମିମି ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି ଓ ଘର ଭାଙ୍ଗିଛି। ଅଧୂକାଂଶ ସ୍ଥାନରେ ଚାଷ କ୍ଷୟକ୍ଷତିର ଖବର ଆସିଛି। କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।