ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ଅଂଶୀଦାର ଭାବେ କାର୍ଯ୍ୟ କରିବା ଉଚିତ୍ : ପିଆଇବି ଏଡିଜି ଅଖୂଳ କୁମାର ମିଶ୍ର

Apr 10, 2026 - 12:13
 9
ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ଅଂଶୀଦାର ଭାବେ କାର୍ଯ୍ୟ କରିବା ଉଚିତ୍ : ପିଆଇବି ଏଡିଜି ଅଖୂଳ କୁମାର ମିଶ୍ର

ବାଲେଶ୍ବର, ଏପ୍ରିଲ ୯ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର

ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ବରର ଅତିରିକୁ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖୂଳ କୁମାର ମିଶ୍ର ଆଜି ବାଲେଶ୍ବରସ୍ଥିତ ଫକୀର ମୋହନ ବିଶ୍ବବିଦ୍ୟାଳୟ ଗସ୍ତ କରିବା ସହିତ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଛନ୍ତି । ଶ୍ରୀ ମିଶ୍ର ବିଶ୍ବବିଦ୍ୟାଳୟ ପରିସରରେ “ବିକଶିତ ଭାରତ ନିର୍ମାଣ ଲାଗି ସାର୍ବଜନୀନ ନୀତି ପ୍ରସ୍ତୁତି ଓ କାର୍ଯ୍ୟକାରିତାରେ ଦୈନନ୍ଦିନ ଯୋଗାଯୋଗର ଶକ୍ତି'' ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ବକ୍ତବ୍ୟ ରଖୁଥିଲେ।

ଛାତ୍ରଛାତ୍ରୀଙ୍କୁ ଉଦ‌ବୋଧନ ଦେଇ ଶ୍ରୀ ମିଶ୍ର ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଦେଶର ବିକାଶ ପ୍ରକ୍ରିୟାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ଅଂଶୀଦାର ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତ ରଖୁଥିଲେ।

ସେ ଜୋର ଦେଇ କହିଥିଲେ, ସାର୍ବଜନୀନ ନୀତି ଏବଂ ନାଗରିକଙ୍କ ମଧ୍ୟରେ ରହିଥ‌ିବା ଶୂନ୍ୟସ୍ଥାନକୁ ପୂରଣ କରିବା ଲାଗି ସୃଷ୍ଟତା, ତାଳମେଳ ଓ ଅର୍ଥପୂର୍ଣ୍ଣ ଅଭିବ୍ୟକ୍ତି ଦ୍ବାରା ପରିଚାଳିତ ପ୍ରଭାବୀ ଯୋଗାଯୋଗ ଅତି ଆବଶ୍ୟକ। ବିକଶିତ ଭାରତ ସଂକଳ୍ପକୁ ସାକାର କରିବାକୁ ହେଲେ ଦୈନନ୍ଦିନ ଯୋଗାଯୋଗ ଏକ ପ୍ରମୁଖ ବାହକ ହୋଇପାରିବ ବୋଲି ମଧ୍ୟ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।

କାର୍ଯ୍ୟକ୍ରମରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ଭାରତୀବାଳା ପଟ୍ଟନାୟକ କହିଥିଲେ, ସଚେତନତା ବୃଦ୍ଧି କରିବା ଏବଂ ଆଚରଣଗତ ପରିବର୍ତ୍ତନ ଆଣିବାରେ ଯୋଗାଯୋଗର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ଯୋଗାଯୋଗର ଛାତ୍ରଛାତ୍ରୀ ବିକଶିତ ଭାରତ ସଂକଳ୍ପକୁ ସାକାର କରିବାରେ ଗୁରୁତ୍ବପୂର୍ଣ ଯୋଗଦାନ ଦେଇପାରିବେ ।

ଗସ୍ତ ସମୟରେ ଶ୍ରୀ ମିଶ୍ର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସହାୟକ ପ୍ରାଧ୍ୟାପକ ଧୀରେନ୍ଦ୍ର ବେହେରା, ଡକ୍ଟର ସ୍ମୃତି ପାଢ଼ୀ, ଡକ୍ଟର ଅଶେଷ କୁମାର ନାୟକ, ସୁଶ୍ରୀ ମୋତୀ ପଙ୍କଗମ୍‌ଙ୍କ ସମେତ ସମାଜ ସେବା, ସମାଜ ଶାସ୍ତ୍ର ଏବଂ ସାମାଜିକ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଏହି ଆଲୋଚନା ଅଧୂବେଶନରେ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଭାଗ ନେଇଥିଲେ ଏବଂ ଏଡିଜି ଶ୍ରୀ ମିଶ୍ର ସେମାନଙ୍କର ଉଚ୍ଚକୋଟୀର ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ ତଥା ସେମାନଙ୍କର ସୃଷ୍ଟ ଓ ବିଶ୍ଳେଷଣାତ୍ମକ ପ୍ରଶ୍ନର ଉତ୍ତର ରଖିଥିଲେ ।