ବିଶ୍ୱର ଅନେକ ଦେଶ ଏହି ଦିନକୁ 'ଖ୍ରୀଷ୍ଟମାସ ପର୍ବ' ଭାବେ ପାଳନ କଲାବେଳେ ଭାରତ ପାଇଁ ୨୫ ଡିସେମ୍ବରର ଗୁରୁତ୍ୱ ଭିନ୍ନ ଅଟେ।

Dec 25, 2025 - 13:50
 12
ବିଶ୍ୱର ଅନେକ ଦେଶ ଏହି ଦିନକୁ 'ଖ୍ରୀଷ୍ଟମାସ ପର୍ବ' ଭାବେ ପାଳନ କଲାବେଳେ ଭାରତ ପାଇଁ ୨୫ ଡିସେମ୍ବରର ଗୁରୁତ୍ୱ ଭିନ୍ନ ଅଟେ।

ବିଶ୍ୱର ଅନେକ ଦେଶ ଏହି ଦିନକୁ 'ଖ୍ରୀଷ୍ଟମାସ ପର୍ବ' ଭାବେ ପାଳନ କଲାବେଳେ ଭାରତ ପାଇଁ ୨୫ ଡିସେମ୍ବରର ଗୁରୁତ୍ୱ ଭିନ୍ନ ଅଟେ। 

????ଭାରତ ଇତିହାସରେ ୨୫ ଡିସେମ୍ବରକୁ କେବଳ 'ଖ୍ରୀଷ୍ଟମାସ ' ନୁହେଁ ବରଂ *ସୁଶାସନ ଦିବସ* ଭାବରେ ପାଳନ କରାଯାଏ |

????ଭାରତବର୍ଷର ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା *ଅଟଳ ବିହାରୀ ବାଜପେୟୀଙ୍କ* ସହ 'ସୁଶାସନ ଦିବସ' ର ରହିଛି ସ୍ୱତନ୍ତ୍ର ସମ୍ବନ୍ଧ।

????ମୋଦି ସରକାର ଅଟଳ ଜୀଙ୍କର ଜନ୍ମଦିବସକୁ 'ସୁଶାସନ ଦିବସ'

ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। 

 *ଏହାର ଉଦ୍ଦେଶ୍ୟ ହେଉଛି ନାଗରିକ ତଥା ବିଶେଷ କରି ଛାତ୍ରମାନଙ୍କୁ ଦେଶରେ ଏକ ସ୍ୱଚ୍ଛ ତଥା ଉତ୍ତରଦାୟୀ ପ୍ରଶାସନ ଗଠନ ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ଅବଗତ କରାଇବା*।

????ସେ ୨୫ ଡିସେମ୍ବର ୧୯୨୪ ରେ ଉନ୍ନାଓରେ ଜନ୍ମଗ୍ରହଣ କରିଥିଲେ। 

????ସେ ସାମ୍ବାଦିକ ହେବାକୁ ଚାହୁଁଥିଲେ କିନ୍ତୁ ପରେ ହଠାତ୍ ରାଜନୀତିରେ ପ୍ରବେଶ କରିଥିଲେ

????ସବୁଠାରୁ ଆଶ୍ଚର୍ଯ୍ୟର କଥା , *ଅଟଳ ଜୀ* ତାଙ୍କ ବାପାଙ୍କ ସହ ଏକାଠି କାନପୁର ର ଡିଏଭି କଲେଜରୁ ଆଇନ ବିଦ୍ୟା ଅଧ୍ୟୟନ କରିଥିଲେ ଓ ଉଭୟ ହଷ୍ଟେଲରେ ଏକାଠି ରହୁଥିଲେ। ଯେତେବେଳେ ତାଙ୍କ ସାଙ୍ଗମାନେ ଏ ବିଷୟରେ ଜାଣିଲେ, ଅଟଳ ଜୀ ଏବଂ ତାଙ୍କ ବାପା ସେମାନଙ୍କର ସେକ୍ସନ ପରିବର୍ତ୍ତନ କରିଥିଲେ।

ଅଟଳ ଜୀ ଜଣେ ଭଲ ବକ୍ତା ଥିଲେ, କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ ଯେତେବେଳେ ବି ଅଟଳ ବିହାରୀ ବାଜପେୟୀ ଏକ ସାଧାରଣ ସଭାରେ ଯୋଗଦେଉଥିଲେ, ସେତେବେଳେ ସେ ଗୋଲମରିଚ ଏବଂ ମିଶ୍ରି ଖାଉଥିଲେ। ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମଥୁରାରୁ ମିଶ୍ରି ମଗାଯାଉଥିଲା। ସେ ଭାଷଣ ପୂର୍ବରୁ ଏବଂ ପରେ ଏହାକୁ ଖାଉଥିଲେ।

????ସେ ଉପହାର ପରମ୍ପରାକୁ ବହୁତ ବିରୋଧ କରୁଥିଲେ। କିନ୍ତୁ ଖାଇବା ପିଇବାକୁ ବହୁତ ଭଲ ପାଉଥିଲେ। 

????ଘରେ ପ୍ରସ୍ତୁତ ଖାଦ୍ୟ କୁ ସର୍ବଶ୍ରେଷ୍ଠ ଉପହାର ଭାବରେ ସେ ଗ୍ରହଣ କରୁଥିଲେ।

????ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ୨୬ଟି ରାଜନୈତିକ ଦଳ ସହିତ ସରକାର ଗଠନ କରିଥିଲେ*।

????ସେ ତିନିଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। 

????ତାଙ୍କ ଜୀବନର ପ୍ରାରମ୍ଭରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହିତ ସାମିଲ ହୋଇଥିଲେ। 

ତାଙ୍କ ଭଉଣୀ ପ୍ରାୟତଃ ଅଟଳଙ୍କ ଖାକି ପ୍ୟାଣ୍ଟ କୁ ଫିଙ୍ଗିଦେଉଥିଲେ, କାରଣ ତାଙ୍କ ବାପା ଜଣେ ସରକାରୀ କର୍ମଚାରୀ ଥିଲେ ଏବଂ ସେମାନଙ୍କ ପରିବାର ଚାହୁଁ ନ ଥିଲେ ଯେ ଅଟଳ ସଂଘ ର ଖାକି ପ୍ୟାଣ୍ଟ ପିନ୍ଧନ୍ତୁ ବୋଲି।

????ଅଟଳ ବିହାରୀ ବାଜପେୟୀ ହିନ୍ଦୀ ସିନେମାକୁ ବହୁତ ଭଲ ପାଉଥିଲେ।

????ତାଙ୍କର ପ୍ରିୟ ଚଳଚ୍ଚିତ୍ର ଥିଲା 'ଉମ୍‌ରାଓ ଜାନ୍‌'। 

????ଗୁପ୍‌ଚୁପ୍ ଖାଇବାକୁ ଖୁବ୍ ପସନ୍ଦ କରୁଥିଲେ।  

????ବିଶେଷ କରି ମାଛ ଖାଇବାକୁ ପସନ୍ଦ କରୁଥିଲେ।