ବୈତରଣୀ ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଆନନ୍ଦପୁର : ଘସିପୁରା ଥାନା ବୈତରଣୀ ନଦୀର କୁଖେଶ୍ଵର ଘାଟରେ ବୁଡ଼ିଯାଇ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଟୁକୁଣା ବଳଭଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟର ଛାତ୍ର ରଣଜିତ ଜେନା(୧୭) । ବାଇଲୋ ପଞ୍ଚାୟତ ଗୁହାଳିଆ ଗ୍ରାମର ବାବୁଲି ଜେନାଙ୍କ ପୁଅ ରଣଜିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ର ଗତକାଲି ଦିନ ଗୋଟାଏ ବେଳେ ପରୀକ୍ଷା ସରିବା ପରେ ସେ ଘରକୁ ଫେରୁଥିଲେ । ରାସ୍ତାରେ ଅନ୍ୟ ତିନିଜଣ ସାଙ୍ଗଙ୍କ ସହ ଟୁକୁଣା କୁକ୍ଷେଶ୍ଵର ଘାଟରେ ଗାଧୋଉଥିଲେ । ହଠାତ୍ ନଦୀରେ ପାଣି ଆସିବାରୁ ସେ ଭାସି ଯାଇଥିଲେ। ସାଙ୍ଗମାନଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକେ ବହୁ ଖୋଜାଖୋଜି କରିବା ପରେ ରଣଜିତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଘସିପୁରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି।

Feb 22, 2024 - 18:08
 7
ବୈତରଣୀ ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ