ନାମ ବଡା କାମ ଥୋଡା

Aug 30, 2025 - 11:17
 8
ନାମ ବଡା କାମ ଥୋଡା

ଭୁବନେଶ୍ଵର: ବର୍ତମାନ ଭୁବନେଶ୍ଵର ପୋଲିସ କମିସନରେଟ ରେ କିଛି ପୋଲିସ ଅଧୂକାରୀ ‘ଉଇ ଡେୟାର ଉଚ୍ଚ କେୟାର’ ଫର୍ ପବ୍ଲିକ ବଦଳରେ ଜମି ମାଫିଆ ଓ ସୁଧ ଖୋର୍ ଙ୍କ ଠାରୁ ପ୍ରଚୁର ଅର୍ଥ ନେଇ ନିଜେ ସରକାରୀ ଗୁଣ୍ଡା ସାଜି ଜମି ହଡପ ଏବଂ ସୁଧ ଟଙ୍କା ଆଦାୟରେ ମାତିଛନ୍ତି । ନିକଟରେ ଖଣ୍ଡଗିରି ଥାନାରେ କୋର୍ଟର ଆଦେଶ ସତ୍ତ୍ବେ ପିସିଆର ଭ୍ୟାନ୍ ଓ ପୋଲିସ ଉପସ୍ଥିତିରେ ପ୍ରାୟ ୩୦ ଜଣ ଗୁଣ୍ଡା ବିଡିଏ ଠାରୁ ଆପ୍ରୁଭାଲ୍ ହୋଇଥିବା ଗୋଟାଏ ଘର ନିର୍ମାଣ ଚାଲିଥିବାବେଳେ ତାଙ୍କର କାନ୍ଥ ଭାଙ୍ଗି ଦିଆଯାଇଥିଲା। କ୍ଷତିଗ୍ରସ୍ତ ଲୋକ ଏକ ମିଡିଆକୁ କହିଛନ୍ତି ଯେ, ସିଏ ପଋଶ ଥର ଖଣ୍ଡଗିରି ଥାନାକୁ ଦୌଡି ଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୋଲିସ ନିଜେ ଜମି ମାଫିଆଙ୍କ ପାଇଁ ଜୋର ଜବରଦସ୍ତ ଦଖଲ କାର୍ଯ୍ୟରେ ଲାଗିଛନ୍ତି । ଠିକ୍ ସେହିପରି ଲକ୍ଷ୍ମୀସାଗର ଥାନାରେ କାର୍ଯ୍ୟରତ କିଛି ପୂର୍ବତନ କର୍ମପ୍ସରୀ କିପରି ଦୁଇ ବର୍ଷରେ ଋଣ ଟଙ୍କାର ଦୁଇ ଗୁଣ ସୁଧ ଆଦାୟ କରୁଥିବା ଯାଜପୁର ଅଞ୍ଚଳର ଜନୈକ ପଣ୍ଡାବାବୁଙ୍କ ଙ୍କ ପାଇଁ ସୁଧ ଆଦାୟ କାର୍ଯ୍ୟରେ ସ୍ତ ଥିଲେ ତାହା କାହାକୁ ଅଛପା ନାହିଁ। ୟାସ ଜାଲାନ୍ ନା ନାମକ ଜଣେ ବ୍ୟବସାୟୀ ସଂପୃକ୍ତ ସୁଧ ଖୋର ଙ୍କ ଠାରୁ ବିଭିନ୍ନ ସମୟରେ ପ୍ରାୟ ୭୦ ଲକ୍ଷ ଟଙ୍କା କିସ୍ତି ହିସାବରେ ନେଇ ୮୦ ଲକ୍ଷରୁ ଉର୍ଷ ଟଙ୍କା ସୁଝି ସାରିଥିଲେ ମଧ୍ୟ ପଣ୍ଡା ବାବୁ କିପରି ତାଙ୍କୁ ଦେଢ କୋଟି ଟଙ୍କା ସୁଧ ଦାବୀ କରି ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ ତାହାର ରେକର୍ଡ ସହ ସେ ପୂର୍ବତନ

ଟଙ୍କା ପୋଲିସ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ନିଜେ ଡ. ଶର୍ମା ସେତେବେଳେ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କୁ ଫୋନ୍ କରି ଜାଲାନ୍ ଙ୍କୁ ସୁରକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସୁରକ୍ଷା ମିଳିବ କ’ଣ ଓଲଟା ଥାନା ଅଧିକାରୀ ସଂପୃକ୍ତ ସୁଧ ଖୋରକୁ ଡାକି କହିଲେ ଯେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଜେ ପୋଲିସ କମିଶନର ଫୋନ୍ କରିଛନ୍ତି। ଲକ୍ଷାଧିକ ଦେଲେ ସେ ରିକ୍‌ସ ନେଇ କମିଶନରଙ୍କ ଆଦେଶକୁ ବେଖାତିରି କରି ଓଲଟା ଅଭିଯୋଗକାରୀଙ୍କ ବିରୁଦ୍ଧରେ କେସ୍ କରି ତାଙ୍କୁ ସୁରକ୍ଷା ଦେବେ ବୋଲି କହିଥିଲେ। ଏହାର ଅର୍ଥ ହେଲା ଯେତେ ବଡ ଅଫିସରଙ୍କୁ ଆପଣ ଅଭିଯୋଗ କରିବେ ଲାଞ୍ଚ ସେତେ ଗୁଣ ଅଧିକ ହେବ। ଏହି ନ୍ୟାୟରେ ସୁଧ ଖୋର୍ ପଣ୍ଡା ବାବୁଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଓଲଟା ୟାସ୍‌ ଜାଲାନ୍‌ଙ୍କ ନାମରେ ଏକ କେସ୍ କରି ତାଙ୍କୁ କମିଶନରଙ୍କୁ ପୁନଃ ଅଭିଯୋଗ ନ କରିବା ପାଇଁ ତାଗିଦ୍ କରିଥିଲେ। ବାରମ୍ବାର ତାଙ୍କୁ ଥାନା ବାରଣ୍ଡାରେ ବସାଇ ନିର୍ଯ୍ୟାତନା ଦେଇଥିଲେ। ପରିସ୍ଥିତି ଏପରି ହେଲା ଯେ, ବର୍ତମାନ ପଣ୍ଡାଙ୍କ ବଦଳରେ ଅଭିଯୋଗକାରୀ ବେଲ୍‌ ପାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଗତ ୫ ବର୍ଷ ହେଲା ସେ ପୋଲିସ କମିଶନରଙ୍କୁ ଅଭିଯୋଗ କରିବାର ଫଳ ଭୋଗିଚାଲିଛନ୍ତି । ଏଣୁ ଏଠାରେ ଚର୍ଚ୍ଚା ଚାଲିଛି ଯେ, ପଇସା ଯେଉଁଠି ପୋଲିସ ସେଇଠି। ଡେୟାର ଆଉ କେୟାର କେବଳ ନାମକୁ ମାତ୍ର ? ( ଏଚ୍ ପି ଭାରତୀ)

ଏ ସମସ୍ତ ଘଟଣା ପାଇଁ ଦାୟୀ ହେଉଛନ୍ତି, ଏହି ଲେଖାରେ ଆସୁଥ‌ିବା ବ୍ୟକ୍ତି ବିଶେଷ ସବୁ