ବ୍ରହ୍ମତ୍ଵ ଶିକ୍ଷା ଦେଲେ ପଣ୍ଡିତ ଚିରଞ୍ଜିବୀ ମିଶ୍ର.

*ବ୍ରହ୍ମତ୍ଵ ଶିକ୍ଷା ଦେଲେ ପଣ୍ଡିତ ଚିରଞ୍ଜିବୀ ମିଶ୍ର* ଦିନକୁ ଦିନ ବ୍ରାହ୍ମଣମାନଙ୍କ ବ୍ରହ୍ମତ୍ଵ ଲୋପ ପାଇବାକୁ ବସିଲାଣି। ସାଧାରଣ ଶିକ୍ଷାକୁ ଆଦରୁଥିବା ବେଳେ, ପୂଜା ପାଠ ହୋମ ଯଜ୍ଞ ବ୍ରାହ୍ମଣଙ୍କ ଠାରୁ ଲୋପ ପାଇବାକୁ ବସିଲାଣି। ପୂର୍ବରୁ ଗୁରୁକୁଳ ଆଶ୍ରମରେ ବ୍ରାହ୍ମଣ ପିଲା ରହି ଏହାକୁ ଶିକ୍ଷା କରୁଥିଲେ ଓ ପାଣ୍ଡିତ୍ଵ ଲାଭ କରୁଥିଲେ।ସମାଜ ଉପରେ ତାର ପ୍ରଭାବ ପଡୁଥିଲା। ବର୍ତ୍ତମାନ ବ୍ରାହ୍ମଣମାନଙ୍କର ଇଚ୍ଛା ଥିଲେ ମଧ୍ୟ ସେପରି ସୁଯୋଗ ମିଳୁନାହିଁ। ପୁରୀରେ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ଭିତରେ ବ୍ରାହ୍ମଣ ପିଲାମାନଙ୍କୁ ବେଦ, ବେଦାନ୍ତ,ଯାଗଯଜ୍ଞ ଶିକ୍ଷା ଦିଆଯାଉଥିଲା। ଏବେ ସେ ସବୁ ଲୋପ ହେବାରେ ଲାଗିଲାଣି।ଏ ଦିଗରେ ସରକାରଙ୍କ ପ୍ରୋତ୍ସାହନ ନାହିଁ କି କୌଣସି ଅନୁଷ୍ଠାନ ଆଗେଇ ଆସୁନାହାନ୍ତି।ଏହା ଅତ୍ୟନ୍ତ ଦୁଃଖର ବିଷୟ। ଶିକ୍ଷା କ୍ଷେତ୍ରରେ ସଂସ୍କୃତ ବର୍ତ୍ତମାନ ଇଚ୍ଛାଧୀନ ବିଷୟ। ବ୍ରତ ଉନ୍ନୟନ ବେଳେ ଶେଷରେ ଏକ ସଭା କରାଯାଉଥିଲା। ଯାହାର ନାମ *ଫୁଲ ସଭା* । ଯେଉଁଥିରେ ବ୍ରାହ୍ମଣମାନେ ସଂସ୍କୃତରେ ଶ୍ଳୋକ ଆବୃତ୍ତି କରି ଜନସାଧାରଣଙ୍କ ପ୍ରିୟପାତ୍ର ହେଉଥିଲେ। ସେହି ସଭାରେ ବ୍ରାହ୍ମଣମାନେ ନିଜନିଜ ପାଣ୍ଡିତ୍ୟ ପ୍ରଦର୍ଶିତ କରୁଥିଲେ। ଏହାକୁ ଆଖି ଆଗରେ ରଖି ସମାଜ ସେବକ ନୀଳମଣି ମିଶ୍ରଙ୍କ ପ୍ରଚେଷ୍ଟାରେ ସୁନ୍ଦରପଦାର ଗୋଖିବାବା ଆଶ୍ରମ ଠାରେ ପଣ୍ଡିତ ଚିରଞ୍ଜିବୀ ମିଶ୍ରଙ୍କ ନେତୃତ୍ୱରେ ବ୍ରାହ୍ମଣ ପିଲାମାନଙ୍କୁ ପୂଜା ପଦ୍ଧତି ଶିକ୍ଷା ଦାନ ଦିଆଯାଇଥିଲା। ସୁନ୍ଦରପଦା ବ୍ରାହ୍ମଣ ନିଯୋଗ ସମ୍ପାଦକ ବିଷ୍ଣୁ ପ୍ରସାଦ ନନ୍ଦ, ଉପଦେଷ୍ଟା ବିଶ୍ଵନାଥ ନନ୍ଦ, ପ୍ରଦୀପ କୁମାର ନନ୍ଦ ,କୋଷାଧ୍ୟକ୍ଷ ନୃସିଂହ ଚରଣ ଦାଶ, ଆଇନଜୀବୀ ସୁରେଶ କୁମାର ରଥ ପ୍ରମୁଖ ଉକ୍ତ କାର୍ଯ୍ୟକୁ ତ୍ଵରାନିତ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଦାବୀ କରିଛନ୍ତି। ପରିଶେଷରେ ଆୟୋଜକ ଶ୍ରୀ ମିଶ୍ର କିଛି କିଛି ବ୍ୟବଧାନରେ ଏପରି କାର୍ଯ୍ୟ କରାଯିବ ବୋଲି ମତ ବ୍ୟକ୍ତ କରିଥିଲେ।

May 11, 2025 - 19:54
 46
ବ୍ରହ୍ମତ୍ଵ ଶିକ୍ଷା ଦେଲେ ପଣ୍ଡିତ ଚିରଞ୍ଜିବୀ ମିଶ୍ର.