ଭାରତକୁ ହରାଇଲା ଇଂଲଣ୍ଡ
ହାଇଦ୍ରାବାଦ୍: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଭାରତ ବିପକ୍ଷରେ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍କୁ ୨୮ ରନ୍ରେ ବିଜୟ ହାସଲ କରିଛି। ଚତୁର୍ଥ ଦିନରେ ରବିବାର ଭାରତର ଶେଷ କ୍ରମର ଖେଳାଳି ଶ୍ରୀକର ଭରତ (୨୮), ରବିଚନ୍ଦ୍ରନ ଅଶ୍ବିନ (୨୮), ଯଶପ୍ରୀତ ବୁମରା (ଅପରାଜିତ ୬ ରନ୍) ଓ ମହମ୍ମଦ ସିରାଜ (୧୨) ଲଢୁଆ ମନୋଭାବ ନେଇ ଖେଳିଥିଲେ ମଧ୍ୟ ନିଜ ଟିମ୍କୁ ବିଜୟ ଦେଇ ପାରି ନାହାନ୍ତି। ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍ ସଂଗ୍ରହ କରିଥିଲା। ଭାରତ ପ୍ରଥମ ପାଳିରେ ୪୩୬ ରନ୍ କରିଥିଲା। ଫଳରେ ଭାରତକୁ ଏହି ମୁକାବିଲା ଜିତିବା ପାଇଁ ୨୩୧ ରନ୍ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ୨୦୨ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଶୃଙ୍ଖଳାର ୨ୟ ମୁକାବିଲା ଆନ୍ଧ୍ରପ୍ରଦେଶର ବିଶାଖାପାଟନମ୍ସ୍ଥିତ ଡ. ୱାଇଏସ୍ ରାଜଶେଖର ରେଡ୍ଡୀ କ୍ରିକେଟ ଷ୍ଟାଡିୟମ୍ରେ ଆସନ୍ତା ଫେବ୍ରୁଆରି ୨ ତାରିଖ ଠାରୁ ଖେଳାଯିବ।
Editor
Jan 28, 2024 - 22:29
Updated: Jan 28, 2024 - 22:30