ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର ଚନ୍ଦ୍ର କ୍ୟାବିନେଟ୍ ଜାତୀୟ ଭାବରେ ନିର୍ଦ୍ଧାରିତ ଅବଦାନ (

Mar 26, 2026 - 20:35
 3
ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର ଚନ୍ଦ୍ର କ୍ୟାବିନେଟ୍ ଜାତୀୟ ଭାବରେ ନିର୍ଦ୍ଧାରିତ ଅବଦାନ (

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର ଚନ୍ଦ୍ର କ୍ୟାବିନେଟ୍

ଜାତୀୟ ଭାବରେ ନିର୍ଦ୍ଧାରିତ ଅବଦାନ (ଏନଡିସି) ୨୦୩୧-୨୦ -୨୦୩୫କୁ ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନକୁ ସୂଚୀତ କରିବା ପାଇଁ ମିଳିଲା ମଞ୍ଜୁରି

ଭାରତ ୨୦୩୫ ସୁଦ୍ଧା ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତାକୁ ୨୦୦୫ ସୁରରୁ ୪୭ ପ୍ରତିଶତ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛି

ଭାରତ ୨୦୩୫ ସୁଦ୍ଧା ଅଣ-ଜୀବାଶ୍ମ ଇନ୍ଧନ-ଆଧାରିତ ଶକ୍ତି ଶକ୍ତି ଉତ୍ସରୁ ସ୍ଥାପିତ କ୍ଷମତାର ୬୦ ପ୍ରତିଶତ ସର୍ବମୋଟ୍ ବିଦ୍ୟୁତ ଶକ୍ତି ହାସଲ କରିବାକୁ ଲକ୍ଷ୍ୟ ରଖୁଛି

ଭାରତ ୨୦୦୫ ସୁର ତୁଳନାରେ ୨୦୩୫ ସୁଦ୍ଧା ଜଙ୍ଗଲ ଏବଂ ବୃକ୍ଷ ଆଚ୍ଛାଦନ ମାଧ୍ୟମରେ ୩.୫ ରୁ ୪.୦ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ସମତୁଲ୍ୟ କାର୍ବନ ସିଙ୍କ୍ ସୃଷ୍ଟି କରିବ

ଏହି ପ୍ରତିବଦ୍ଧତାଗୁଡ଼ିକ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଏବଂ ୨୦୭୦ ସୁଦ୍ଧା ନେଟ୍-ଶୂନ୍ୟ ହାସଲ କରିବା ଭାରତର ଲକ୍ଷ୍ୟ ଅନୁରୂପ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୨୦୩୧-୨୦୩୫ ଅବଧୂ ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି)କୁ ମଞ୍ଜୁରୀ ଦେଇଛି। ଏହା ଭାରତର କାର୍ଯ୍ୟକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏହା ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ କନଭେନସନ (ୟୁଏନଏଫସିସିସି) ଏବଂ ଏହାର ପ୍ୟାରିସ ଚୁକ୍ତିନାମା ଅଧୀନରେ ଦେଶର ମହତ୍ତ୍ବାକାଂକ୍ଷାକୁ ପ୍ରୋତ୍ସାହିତ କରିବ ଏବଂ ଦୀର୍ଘସ୍ଥାୟୀ ବିକାଶ ଏ ৩০° ଜଳବାୟୁ ନ୍ୟାୟ ପ୍ରତି ଏହାର ପ୍ରତିବଦ୍ଧତାକୁ ମଧ୍ୟ ମଜବୁତ କରିବ।

୨୦୩୧-୩୫ ପାଇଁ ଭାରତର ଜାତୀୟ ନିର୍ଦ୍ଧାରିତ ଅବଦାନ (ଏନଡିସି) ଏକ ବିକଶିତ ଭାରତର ଦୃଷ୍ଟିକୋଣ ଦ୍ବାରା ଅନୁପ୍ରାଣିତ। ଏହା କେବଳ ୨୦୪୭ ପାଇଁ ଏକ ଲକ୍ଷ୍ୟ ନୁହେଁ ବରଂ ଭବିଷ୍ୟତ ପିଢ଼ି ପାଇଁ ଏକ ସମୃଦ୍ଧ ৩০° ଜଳବାୟୁ-ପ୍ରତିରୋଧୀ ଭାରତ ଗଠନ ନିମନ୍ତେ ଏବେଠାରୁ ପଦକ୍ଷେପ ନେବାର ପ୍ରତିବଦ୍ଧତା। ଭାରତର କ୍ରମିକ ଜଳବାୟୁ ଲକ୍ଷ୍ୟ ପୂର୍ବ ପ୍ରତିଶ୍ରୁତି ଉପରେ ଆଧାରିତ। ଏଥୂମଧ୍ୟରୁ ଅନେକ ନିର୍ଦ୍ଧାରିତ ସମୟ ପୂର୍ବରୁ ହାସଲ କରାଯାଇଛି। ଏହି ଉପଲବ୍ଧି ଜଳବାୟୁ କାର୍ଯ୍ୟରେ ଦେଶର ନିରନ୍ଧ୍ରର ଭଲ ପ୍ରଦର୍ଶନକୁ ପ୍ରତିଫଳିତ

କରେ। ପାଞ୍ଚଟି ଗୁଣାତ୍ମକ ଲକ୍ଷ୍ୟର ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ଜୀବନ ଓ ଶାସନ ବ୍ୟବସ୍ଥାରେ ଦୀର୍ଘସ୍ଥାୟୀ ବିକାଶକୁ ସାମିଲ କରିବା, ଜଳବାୟୁ ପରିବର୍ତ୍ତନ-ସ୍ଥାୟୀ ବିକାଶ ପଥକୁ ପ୍ରୋତ୍ସାହିତ କରିବା ଏବଂ ସମାଜର ସମସ୍ତ ବର୍ଗ ପାଇଁ ଏକ ନ୍ୟାୟପୂର୍ଣ୍ଣ ଓ ସମାବେଶୀ ପରିବର୍ତ୍ତନ ଆଣିବା।

ପ୍ରାରମ୍ଭିକ ସଫଳତାରୁ ଉଚ୍ଚ ମହତ୍ତ୍ବାକାଂକ୍ଷା ପର୍ଯ୍ୟନ୍ତ:

ଜଳବାୟୁ ପରିବର୍ତ୍ତନ ପ୍ରତି ସକାରାତ୍ମକ ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ, ଭାରତ ବିଭିନ୍ନ ସମୟରେ ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ ହ୍ରାସ କରିବା ପାଇଁ ଏହାର ମହତ୍ତ୍ବାକାଂକ୍ଷା ବୃଦ୍ଧି କରିଆସୁଛି । ୨୦୨୨ରେ ଏକ ସଂଶୋଧନ ପରେ, ବର୍ତ୍ତମାନ ୨୦୩୧-୩୫ ପାଇଁ ଏହାର ଲକ୍ଷ୍ୟ ଘୋଷଣା କରିଛି, ଯାହା ୨୦୭୦ ସୁଦ୍ଧା ନିଟ୍ ଶୂନ୍ୟ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଭାରତର ମୂଳ ଜଳବାୟୁ ପ୍ରତିବଦ୍ଧତା, ଅର୍ଥାତ୍ ୨୦୧୫ରେ ଦାଖଲ ହୋଇଥ‌ିବା ଏନଡିସି ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲା। ୨୦୩୦ ସୁଦ୍ଧା ଜିଡିପି ତୁଳନାରେ ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତାରେ ୩୩-୩୫ ପ୍ରତିଶତ ହ୍ରାସ ଏବଂ ଅଣ-ଜୀବାଶ୍ମ ସମ୍ବଳ ଉପରେ ଆଧାରିତ ବିଦ୍ୟୁତ ଶକ୍ତି ପାଇଁ ସ୍ଥାପିତ କ୍ଷମତାର ୪୦ ପ୍ରତିଶତ ଅଂଶ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଉଭୟ ଲକ୍ଷ୍ୟ ସମୟସୀମାଠାରୁ ପୂର୍ବରୁ ଯଥାକ୍ରମେ ୧୧ ବର୍ଷ ଏବଂ ୯ ବର୍ଷ ପୂର୍ବରୁ ହାସଲ କରାଯାଇଥିଲା। ଏହା ଜଳବାୟୁ ଶାସନ ପ୍ରତି ଏକ ବିଶ୍ବସନୀୟ ଏବଂ କାର୍ଯ୍ୟାନୁଷ୍ଠାନ ଆଧାରିତ ଆଭିମୁଖ୍ୟ ପ୍ରଦର୍ଶନ କରିଥିଲା।