ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ODI ଅଧିନାୟକଙ୍କ ମଧ୍ୟରୁ ରୋହିତ ଶର୍ମା ଅନ୍ୟତମ ।

Oct 6, 2025 - 11:37
 6
ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ODI ଅଧିନାୟକଙ୍କ ମଧ୍ୟରୁ ରୋହିତ ଶର୍ମା ଅନ୍ୟତମ ।

ଗତ ଆଠ ମାସ ମଧ୍ୟରେ ସେ ଭାରତକୁ ଦୁଇ ଦୁଇଟି ଆଇସିସି ଟ୍ରଫି ଭେଟି ଦେଇଛନ୍ତି । କିନ୍ତୁ ରୋହିତଙ୍କୁ ଶନିବାର ହଠାତ୍ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । 

ଚଳିତ ବର୍ଷ ମାର୍ଚ୍ଚ ମାସରେ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ ICC ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଲାଭ କରିଥିଲା ।

କିନ୍ତୁ ହଠାତ୍ ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । କୁହାଯାଉଛି ଯେ BCCI ଭବିଷ୍ୟତକୁ ବିଚାରକୁ ନେଇ ରୋହିତଙ୍କ ସ୍ଥାନରେ ୨୬ ବର୍ଷୀୟ ଶୁବମନ ଗିଲଙ୍କୁ ଦିନିକିଆରେ ଅଧିନାୟକ ଭାବରେ ନିଯୁକ୍ତ କରିଛି ।

ଶନିବାର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଦଳ ଘୋଷଣା ପରେ BCCI କିମ୍ବା ଚୟନ କମିଟିର ଅଧ୍ୟକ୍ଷ ରୋହିତ ଶର୍ମାଙ୍କୁ ହଟାଇବା ପାଇଁ କୌଣସି ସ୍ପଷ୍ଟ କାରଣ ଦେଇ ନଥିଲେ । କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଛନ୍ତି ଯେ ସେମାନେ ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। ରୋହିତ ଶର୍ମାଙ୍କୁ କାହିଁକି ଅଧିନାୟକ ପଦରୁ ହଟାଇ ଦିଆଗଲା । ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସ୍ପଷ୍ଟ ଭାବରେ କହିଛନ୍ତି ଯେ କେବଳ କିଛି ODI ବାକି ଥିବାରୁ ତିନି ଜଣ ଭିନ୍ନ ଅଧିନାୟକ ରଖିବା ଅସମ୍ଭବ । କାରଣ ଏହା ରଣନୀତି ବିକାଶକୁ ବାଧା ଦିଏ । ସେ କହିଛନ୍ତି, ତିନୋଟି ଫର୍ମାଟ୍ ପାଇଁ ତିନି ଜଣ ଅଧିନାୟକ ରଖିବା ବାସ୍ତବରେ ଅସମ୍ଭବ । 

ସେହିପରି ବର୍ତ୍ତମାନ ସମୟରେ ଦିନିକିଆ ଫର୍ମାଟ ବହୁତ କମ୍ ଖେଳାଯାଏ । ତେଣୁ ପରବର୍ତ୍ତୀ ଅଧିନାୟକଙ୍କୁ ଦେବା ପାଇଁ ବହୁତ୍ ମ୍ୟାଚ୍ ନାହିଁ । ତାଙ୍କୁ ପ୍ରସ୍ତୁତି ଏବଂ ରଣନୀତି ପ୍ରସ୍ତୁତ କରିବା ପାଇଁ ସମୟ ଦେବା ଗୁରୁତ୍ବପୂର୍ଣ୍ଣ ବୋଲି ଅଗରକର କହିଛନ୍ତି ।

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଠାତ୍ ହଟାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ରୋହିତଙ୍କ ରେକର୍ଡ ଆଇସିସିରେ ବହୁତ ଭଲ ରହିଛି । 

ରୋହିତ ICC ଟୁର୍ଣ୍ଣାମେଣ୍ଟରେ ୨୫ ମ୍ୟାଚ୍ ମଧ୍ୟରୁ ୨୪ ଜିତିଛନ୍ତି । ୨୦୧୭ରୁ ୨୦୨୫ ମଧ୍ୟରେ ରୋହିତ ୫୬ ଦିନିକିଆରେ ଭାରତର ଅଧିନାୟକତ୍ୱ କରିଥିଲେ । ଯେଉଁଥିରୁ ୪୨ଟି ମ୍ୟାଚରେ ଭାରତକୁ ବିଜୟୀ କରାଇଥିଲେ । ସେହିପରି ରୋହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ବିଜୟୀ କରାଇଥିଲେ । ଏହା ପୂର୍ବରୁ ସେ ୨୦୨୪ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିଲେ । ସେହିପରି ୨୦୨୩ ଦିନିକିଆ ବିଶ୍ବକପରେ ଭାରତ ରନର୍ସ ଅପ୍ ହୋଇଥିଲା । ରୋହିତଙ୍କ ଅଧିନାୟକତ୍ୱରେ ବିଜୟ ୭୫ ପ୍ରତିଶତ ରହିଛି । ଏହି ରେକର୍ଡ ବିରାଟ କୋହଲି (୬୮.୪%) ଏବଂ ଏମଏସ ଧୋନି (୫୫%) ଅପେକ୍ଷା ଯଥେଷ୍ଟ ଭଲ।‌ 

ରୋହିତ ଶର୍ମା କ୍ରିକେଟ ଇତିହାସରେ ଦ୍ୱିତୀୟ ଖେଳାଳି ଯିଏ ଦିନିକିଆରେ ଅଧିନାୟକ ଭାବରେ ୫୦ରୁ ଅଧିକ ହାରରେ ଏବଂ ୧୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟରେ ରନ୍ କରିଛନ୍ତି । 

ଏହି କ୍ଷେତ୍ରରେ କେବଳ ଏବି ଡିଭିଲିୟର୍ସ ତାଙ୍କୁ ପଛରେ ପକାଇଛନ୍ତି । 

ଭାରତରେ ଖେଳାଯାଇଥିବା ୨୦୨୩ ODI ବିଶ୍ୱକପରେ ରୋହିତ ଶର୍ମା ୫୯୭ ରନ୍ କରିଥିଲେ । ଏହା ଏକ ODI ଟୁର୍ଣ୍ଣାମେଣ୍ଟରେ ଜଣେ ଅଧିନାୟକଙ୍କ ଦ୍ୱାରା ଦ୍ୱିତୀୟ ସର୍ବାଧିକ ରନ । ରୋହିତଙ୍କ ବୟସକୁ ବିଚାରକୁ ନେଇ ନିଷ୍ପତ୍ତି ନିଆଯାଇଥିଲା କି?

ଏହା ସ୍ପଷ୍ଟ ଭାବରେ ବିଶ୍ୱାସ କରାଯାଉଛି ଯେ ରୋହିତ ଶର୍ମାଙ୍କ ବୟସକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ନିଆଯାଇଥିଲା। ବାସ୍ତବରେ ୨୦୨୭ରେ ODI ବିଶ୍ୱକପ୍ ସମୟରେ ରୋହିତଙ୍କୁ ୪୦ ବର୍ଷ ହୋଇଥିବା ।