ଭାରତ ଓ ଇଟାଲୀ ଦେଶ ମଧ୍ୟରେ ପାରସ୍ପରିକ ଆଲୋଚନା...

May 1, 2026 - 12:54
 8
ଭାରତ ଓ ଇଟାଲୀ ଦେଶ ମଧ୍ୟରେ ପାରସ୍ପରିକ ଆଲୋଚନା...

ଭାରତ ଓ ଇଟାଲୀ ଦେଶ ମଧ୍ୟରେ ପାରସ୍ପରିକ ଆଲୋଚନା...

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୂଆଦିଲ୍ଲୀରେ ଇଟାଲୀର ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରୋସେଟୋଙ୍କ ସହ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଏକ ସୋସିଆଲ ମିଡିଆ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଭାରତର ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମ ଏବଂ ଇଟାଲୀର ପ୍ରତିରକ୍ଷା ସହଯୋଗ ଅଭିଯାନ ଅଧୀନରେ ପରସ୍ପର ପାଇଁ ଲାଭଦାୟକ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ସେମାନେ ଆଲୋଚନା କରିଛନ୍ତି।

ଏଥିସହ ଦୁଇ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ସାମରିକ କାର୍ଯ୍ୟକ୍ରମ ପାଇଁ ଏକ ‘ଦ୍ୱିପାକ୍ଷିକ ସାମରିକ ସହଯୋଗ ଯୋଜନା ୨୦୨୬-୨୭’ ମଧ୍ୟ ଆଦାନପ୍ରଦାନ କରାଯାଇଛି।