ଭୁସୁଡ଼ିଲା ନିର୍ମାଣାଧୀନ କୋଠା : ୨ ମୃତ
କୋଲକାତା : କୋଲକାତାର ଗାର୍ଡେନ ରିଚ୍ ଅଞ୍ଚଳରେ ୫ ମହଲା ବିଶିଷ୍ଟ ଏକ ଘର ନିର୍ମାଣ କରାଯାଉଥିଲା । ରବିବାର ରାତିରେ ହଠାତ ଘର ଟି ଭୁଶୁଡିପଡିଥିଲା । ବିଲଡିଂ ଚାରିପାଖେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲଡିଂ ଟି ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା । ଯାହାଫଳରେ ସେଠାରେ ଥିବା ଲୋକ କୋଠା ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ସୁରକ୍ଷା ବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇ ସୁରକ୍ଷା ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ତେବେ ଆହୁରି ଲୋକ କୋଠା ତଳେ ଚାପି ହୋଇରହିଥବା ଅନୁମାନ କରାଯାଉଥିଲାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ସୁରକ୍ଷା ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିସହ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ଦୋଷୀକୁ ଯଥା ଶୀଘ୍ର ଧରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।