ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
ଶହ ଶହ ବର୍ଷ ଧରି, ଭାରତ ଏବଂ ଭୂଟାନ ମଧ୍ୟରେ ଗଭୀର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି। ତେଣୁ, ଏହି ଗୁରୁତ୍ବପୂର୍ଣ୍ଣ ଅବସରରେ ଅଂଶଗ୍ରହଣ କରିବା ଭାରତ ଏବଂ ମୋର ପ୍ରତିବଦ୍ଧତା ଥୁଲା, କିନ୍ତୁ ଆଜି, ମୁଁ ଏକ ଅତ୍ୟନ୍ତ ଭାରାକ୍ରାନ୍ତି ହୃଦୟ । ନେଇ ଏଠାକୁ ଆସିଛି : ପ୍ରଧାନମନ୍ତ୍ରୀ
ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ଚକିତ କରିଛି। ଆମର ଏଜେନ୍ସିଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ। ଏହା ପଛରେ ଥିବା । ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ଏଥିପାଇଁ ଦାୟୀ ସମସ୍ତଙ୍କୁ ବିଚାର ପ୍ରକ୍ରିୟା ମଧ୍ୟକୁ ଅଣାଯିବ : ପ୍ରଧାନମନ୍ତ୍ରୀ
ଭାରତ 'ବସୁଧୈବ କୁଟୁମ୍ବକମ୍' : ସମଗ୍ର ବିଶ୍ବ । ଗୋଟିଏ ପରିବାର, ଭଳି ଏହାର ପ୍ରାଚୀନ ଆଦର୍ଶରୁ ପ୍ରେରଣା ନିଏ, ଆମେ ସମସ୍ତଙ୍କ ପାଇଁ ଖୁସି ଉପ ଉପରେ ଗୁରୁତ୍ବ ଦେଇଥାଉ : ପ୍ରଧାନମନ୍ତ୍ରୀ
ଭୂଟାନର ମହା ମହାମହିମଙ୍କ ଦ୍ବାରା ରା ପ୍ରସ୍ତାବିତ "ସମଗ୍ର ଜାତୀ ଜାତୀୟ ଖୁସି" ର ଧାରଣା ସାରା ବିଶ୍ବରେ ବିକାଶକୁ ପରିଭାଷିତ କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡ ପାଳ ମାନଦଣ୍ଡ ପାଲଟିଛି : ପ୍ରଧାନମନ୍ତ୍ରୀ
ଭାରତ ଏବଂ ଭୂଟାନ କେବଳ ସୀମା ଦ୍ବାରା ନୁହେଁ, ବରଂ ସଂସ୍କୃତି ଦ୍ବାରା ମଧ୍ଯ ଯୋଡି ହୋଇଛନ୍ତି। ଆମର ସମ୍ପର୍କ ମୂଲ୍ୟବୋଧ, ଭାବନା, ଶାନ୍ତି ଏବଂ ଏବଂ ପ୍ରଗତି ଉପରେ ଆଧାରିତ : ପ୍ରଧାନମନ୍ତ୍ରୀ
ଆଜି, ଭୂଟାନ ବିଶ୍ବର ପ୍ରଥମ ଶ୍ବର ପ୍ରଥମ କାର୍ବନ-ନେଗେଟିଭ୍ ଦେଶ ପାଲଟିଛି, ଏହା ଏକ ଅସାଧାରଣ ସଫଳତା: ପ୍ରଧାନମନ୍ତ୍ରୀ
ଭୂଟାନ ପ୍ରତି ମୁଣ୍ଡପିଛା ନବୀକରଣୀୟ ଶକ୍ତି ଉତ୍ପାଦନରେ ବିଶ୍ବର ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ, ଏହାର ୧୦୦ ପ୍ରତିଶତ ବିଦ୍ୟୁତ ନବୀକରଣୀୟ ଉତ୍ସରୁ ଉତ୍ପାଦନ କରେ। ଏହି ସମ୍ଭାବନାକୁ ବିସ୍ତାର କରି, ଆଜି ଆଉ ଏକ ପ୍ରମୁଖ ପଦକ୍ଷେପ ନିଆଯାଉଛି : ପ୍ରଧାନମନ୍ତ୍ରୀ
ସଂଯୋଗ ସୁଯୋଗ ସୃଷ୍ଟି କରେ, ଏବଂ ବଂ ସୁଯୋଗ ସମୃଦ୍ଧି ସୃଷ୍ଟି କରେ। ଭାରତ ଏବଂ ଭୂଟାନ ଶାନ୍ତି, ସମୃଦ୍ଧି ଏବଂ ସହଭାଗୀ ପ୍ରଗତି ପଥରେ ଆଗକୁ ବଢ଼ିବେ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ସ୍ଵୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂଟାନର ଥୂମ୍ପୁର ଚାଙ୍ଗଲିମେଥାଙ୍ଗ ସେଲିବ୍ରେସନ୍ ଗ୍ରାଉଣ୍ଡରେ ଏକ ସମାବେଶରେ ଉଦବୋଧନ ଦେଇଥିଲେ। ପ୍ରଧାନ ନମନ୍ତ୍ରୀ ଭୁଟାନର ରାଜା, ମହାମହିମ ଜିଗମେ ଖେସର ନାମଗୋଲ ୱାଙ୍ଗଚୁକ୍ ଏବଂ ଚତୁର୍ଥ ରାଜା, ମହାମହିମ ଜିଗମେ ସିଙ୍ଗୟେ ଜୟେ ୱାଙ୍ଗଚୁକ୍ । ଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ରାଜପରିବାରର ସମ୍ମାନିତ ସଦସ୍ୟ, ଭୂଟା ଟାନର ପ୍ରଧାନମନ୍ତ୍ରୀ, ମହାମହିମ ଶ୍ରୀଯୁକ୍ତ ଶେରିଂ ତୋବଗେ ଏବଂ ଉପସ୍ଥିତ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନର ସହିତ ସ୍ବାଗତ ଗତ କରିଥିଲେ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଭୂଟାନ, ଭୂଟାନର ରାଜପରିବାର ଏବଂ ବିଶ୍ବ ଶାନ୍ତିରେ ବିଶ୍ବାସ କରୁଥିବା ସମସ୍ତଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ। ସେ ଭାରତ ଏବଂ ଭୂଟାନ ମଧ୍ୟରେ ଶହ ଶହ ବର୍ଷ ଧରି ରହିଥିବା ଗଭୀର ଭାବପ୍ରବଣତାପୂର୍ଣ୍ଣ ଏବଂ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ, ଏହି ଗୁରୁତ୍ବପୂର୍ଣ୍ଣ ଅବସରରେ ଅଂଶଗ୍ରହଣ କରିବା ଉଭୟ ଭାରତର ଏବଂ ତାଙ୍କର ପ୍ରତିବଦ୍ଧତା ଥିଲା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ଗଭୀର ଭାବରେ ବିଚଳିତ କରିଥିବାରୁ ସେ ଭାରାକ୍ରାନ୍ତି ହୃଦୟରେ ଭୂଟାନ ନରେ ପହଞ୍ଚିଥିଲେ। ପ୍ରଭାବିତ ପରିବାର କେଉଁଭଳି ଦୁଃଖରେ ଅଛନ୍ତି ତାହା ସେ ବୁଝି ପାରୁଛନ୍ତି ବୋଲି କହିଥିଲେ ଏବଂ ଦୃଢ଼ତାର
ସହିତ ପ୍ରକାଶ କରିଥିଲେ ଯେ, ସମଗ୍ର ଦେଶ ସେମାନଙ୍କ ସହିତ ଠିଆ ହୋଇଛି । ଘଟଣାର ତଦନ୍ତିରେ ସମ୍ପୃକ୍ତ ସମସ୍ତ ଏଜେନ୍ସି ସହିତ ସେ ରାତିସାରା ନିରନ୍ତର ଯୋଗାଯୋଗରେ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଜୋର ଦେଇ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , ଭାରତୀୟ ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବେ ଏବଂ ଆଶ୍ବାସନା ଦେଇଥିଲେ ଯେ, ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ରକାରୀମାନଙ୍କୁ ଛଡ଼ାଯିବ ନାହିଁ। " ଏଥିପାଇଁ ଦାୟୀ ରହିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ନ୍ୟାୟିକ ପ୍ରକ୍ରିୟା ଭିତରକୁ ଅଣାଯିବ" ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।
ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ଆଜି ଗୁରୁ ପଦ୍ମସମ୍ଭବଙ୍କ ଆଶୀର୍ବାଦରେ ଭୂଟାନରେ ବିଶ୍ବ ଶାନ୍ତି ପ୍ରାର୍ଥନା ମହୋତ୍ସବ ଅନୁଷ୍ଠିତ ହେଉଛି, ଏବଂ ଏହା ସହିତ ଭଗବାନ ବୁଦ୍ଧଙ୍କ ପିପ୍ରାହୱା ଅବଶେଷର ପବିତ୍ର ଦର୍ଶନ ମଧ୍ଯ କରାଯାଉଛି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଅବସରରେ ମହାମହିମ ଚତୁର୍ଥ ରାଜାଙ୍କ ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି, ଯେଉଁଥିରେ ଅନେକ ବ୍ୟକ୍ତିଙ୍କ ମର୍ଯ୍ୟାଦାଜନକ ଉପସ୍ଥିତି ଭାରତ - ଭୂଟାନ ସମ୍ପର୍କର ଶକ୍ତିକୁ ପ୍ରତିଫଳିତ କରୁଛି।
ଭାରତ ‘ବସୁଧୈବ କୁଟୁମ୍ବକମ୍ - ବିଶ୍ବ ଏକ ପରିବାର," ଭଳି ପ୍ରାଚୀନ ଆଦର୍ଶରୁ ପ୍ରେରଣା ନିଏ ବୋଲି ଗୁରୁତ୍ବାରୋପ କରି " ପ୍ରଧାନମନ୍ତ୍ରୀ "ସର୍ବେ ଭବନ୍ତୁ ସୁଖୂନଃ" ମନ୍ତ୍ର ମାଧ୍ୟମରେ ସାର୍ବଜନୀନ ସୁଖ ପାଇଁ ଭାରତର ପ୍ରାର୍ଥନାକୁ ପୁନରାବୃତ୍ତ କରିଥିଲେ ଏବଂ ସ୍ବର୍ଗ, ଅନ୍ତରୀକ୍ଷ, ପୃଥିବୀ, ଜଳ, ଔଷଧ, ଉଭିଦ ଏବଂ ସମସ୍ତ ଜୀବଜଗତରେ ଶାନ୍ତି ପାଇଁ ଆହ୍ବାନ କରୁଥିବା ବୈଦିକ ଶ୍ଳୋକଗୁଡ଼ିକୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ ଏହି ଭାବନା ସହିତ, ଭାରତ ଭୂଟାନରେ ବିଶ୍ବ ଶାନ୍ତି ପ୍ରାର୍ଥନା ମହୋତ୍ସବରେ ଯୋଗ ଦେଉଛି, ଯେଉଁଠାରେ ବିଶ୍ବର ସନୁମାନେ ବିଶ୍ବ ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଦ୍ଦେଶ୍ୟ ନେଇ ଏକତ୍ରିତ ହୋଇଛନ୍ତି ଏବଂ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା ଏହି ସାମୂହିକ ଭାବନାର ଅଂଶ ବିଶେଷ। ଶ୍ରୀ ମୋଦୀ କହିଛନ୍ତି, ବହୁତ କମ୍ ଲୋକ ଏହା ଜାଣିଥିବେ ଯେ, ତାଙ୍କ ଜନ୍ମସ୍ଥାନ ଗୁଜରାଟର ଭାଦନଗର ବୌଦ୍ଧ ପରମ୍ପରା ସହିତ ଜଡିତ ଏକ ପବିତ୍ର ସୁଳ ଏବଂ ତାଙ୍କ କର୍ମକ୍ଷେତ୍ର ଉତ୍ତର ପ୍ରଦେଶର ବାରାଣସୀ ବୌଦ୍ଧ ଶ୍ରଦ୍ଧାର ଏକ ଶୀର୍ଷ ସ୍ଥାନ। ତେଣୁ ଏହି ଉତ୍ସବରେ ଯୋଗଦେବା ବ୍ୟକ୍ତିଗତ ଭାବରେ ତାଙ୍କ ପାଇଁ ଅର୍ଥପୂର୍ଣ୍ଣ ବୋଲି ସେ ମତ ଦେଇଥିଲେ ଏବଂ କହିଥିଲେ ଯେ, ଶାନ୍ତିର ପ୍ରଦୀପ ଭୂଟାନ ଏବଂ ବିଶ୍ବର ପ୍ରତ୍ୟେକ ଘରକୁ ଆଲୋକରେ ଉଦଭାସିତ କରିପାରିବ।
ଚତୁର୍ଥ ରାଜାଙ୍କୁ ସମ୍ମାନ ପ୍ରଦର୍ଶନ କରି, ତାଙ୍କ ଜୀବନକୁ ଜ୍ଞାନ, ସରଳତା, ସାହସ ଏବଂ ଦେଶ ପ୍ରତି ନିଃସ୍ବାର୍ଥପର ସେବାର ସଙ୍ଗମ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ମହାମହିମ ୧୬ ବର୍ଷ ବୟସରେ ମହାମହିମ ମହାନ ଦାୟିତ୍ବ ଗ୍ରହଣ କରିଥିଲେ, ପୈତୃକ ସ୍ନେହ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ସହିତ ଦେଶକୁ ଶାସନ କରିଥିଲେ। ତାଙ୍କ ୩୪ ବର୍ଷର ଶାସନ କାଳରେ ମହାମହିମ ଭୂଟାନର ବିକାଶକୁ ସୁନିଶ୍ଚିତ କରିବା ସହିତ ଏହାର ଐତିହ୍ୟକୁ ସଂରକ୍ଷଣ କରି ଉନ୍ନତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତିଷ୍ଠା ଠାରୁ ସୀମାନୁ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପର୍ଯ୍ୟନ୍ତ, ମହାମହିମ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ମହାମହିମଙ୍କ ଦ୍ବାରା ପ୍ରଚଳିତ "ସମଗ୍ର ଜାତୀୟ ଖୁସି" ଧାରଣା ଅଭିବୃଦ୍ଧିକୁ ପରିଭାଷିତ କରିବା ପାଇଁ ଏକ ବିଶ୍ବସ୍ତରୀୟ ସ୍ବୀକୃତିପ୍ରାପ୍ତ ମାନଦଣ୍ଡ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ସେ ମନୁବ୍ୟ ଦେଇଥିଲେ ଯେ, ରାଷ୍ଟ୍ର ନିର୍ମାଣ କେବଳ ଜିଡିପି ନୁହେଁ, ବରଂ ମାନବତା କଲ୍ୟାଣ ଉପରେ ଆଧାରିତ ବୋଲି ମହାମହିମ ପ୍ରଦର୍ଶନ କରିଛନ୍ତି। ତାର
ଭୂଟାନର ମହାମହିମ ଚତୁର୍ଥ ରାଜା ଭାରତ ଏବଂ ଭୂଟାନ ମଧ୍ୟରେ ବନ୍ଧୁତାର ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ମହାମହିମଙ୍କ ଦ୍ବାରା ସ୍ଥାପିତ ମୂଳଦୁଆ ଦୁଇ । ରାଷ୍ଟ୍ର ମଧ୍ଯରେ ସମୃଦ୍ଧ ସମ୍ପର୍କକୁ ପରିପୃଷ୍ଟ କରିଚାଲିଛି । ସମସ୍ତ ଭାରତୀୟଙ୍କ ପକ୍ଷରୁ, ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ହାର୍ଦ୍ଦିକ ଶୁଭେ ଭେଚ୍ଛା ଜଣାଇ ତାଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଥିଲେ।
ଭାରତ ଏବଂ ଭୂଟାନ କେବଳ ସୀମା ଦ୍ବାରା ଯୋଡି ହୋଇନାହାନ୍ତି, ସେମାନେ ସଂସ୍କୃତି ଦ୍ବାରା ମଧ୍ଯ ଯୋଡି ହୋଇଛନ୍ତି। ନ୍ତି । ଆମର ସମ୍ପର୍କ ମୂଲ୍ୟବୋଧ, ଭାବନା, ଶାନ୍ତି ଏବଂ ପ୍ରଗତି କ୍ଷେତ୍ରରେ ଏକ " ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ। १०९४ ମସିହାରେ ଦାୟିତ୍ବ ଗ୍ରହଣ କରିବା ପରେ ଭୂଟାନକୁ ତାଙ୍କର ପ୍ରଥମ ବିଦେଶ ଗସ୍ତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେହି ଏହି ଗସ୍ତର ସ୍ମୃତି ଏବେ ବି ତାଙ୍କୁ ଭାବପ୍ରବଣତାରେ ଭରି ଦିଏ। ସେ ସେ ଭାରତ ରତ - ଭୂଟାନ ସମ୍ପର୍କର ଶକ୍ତି ଏବଂ ସମୃଦ୍ଧି ଉପରେ ଗୁରୁତ୍ବାରୋପ କରି ଉଲ୍ଲେଖ କରିଥିଲେ ଯେ, ଉଭୟ ଦେଶ କଷ୍ଟ ସମୟରେ ଏକାଠି ଠିଆ ହୋଇଛନ୍ତି, ମିଳିତ ଭାବରେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ବର୍ତ୍ତମାନ ପ୍ରଗତି ଏବଂ ସମୃଦ୍ଧି ପଥ ରେ ଏକାଠି ଆଗକୁ ବଢ଼ୁଛନ୍ତି। ମହାମହିମ ରାଜା ଭୂଟାନକୁ ନୂତନ ଉଚ୍ଚତାକୁ ନେଇ ଯାଉଛନ୍ତି, ଏବଂ ଭାରତ ଏବଂ ଭୁଟାନ ମଧ୍ୟରେ ବିଶ୍ବାସ ଏବଂ ବିକାଶର ସହଭାଗୀତା ସମଗ୍ର କ୍ଷେତ୍ର ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ମଡେଲ ଡଲ ଭାବରେ ଠିଆ ହୋ ହାଇଛି ବୋଲି ଶ୍ରୀ ମୋଦୀ ମନୃବ୍ଯ ଦେଇଥିଲେ ।