ମହାରାଷ୍ଟ୍ର ପାଲଘରରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଶ୍ରୀ ଅଶ୍ବିନୀ ବୈଷ୍ଣବ
ମହାରାଷ୍ଟ୍ର ପାଲଘରରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଶ୍ରୀ ଅଶ୍ବିନୀ ବୈଷ୍ଣବ
ବୁଲେଟ୍ ଟ୍ରେନ୍ ମଧ୍ୟବିତ୍ତ ବର୍ଗଙ୍କୁ ସୁଲଭ ଯାତ୍ରୀ ସେବା ଯୋଗାଇ ଦେବ ବୋଲି କହିଲେ କେନ୍ଦ୍ର ରେଳ ମନ୍ତ୍ରୀ
ଏମଏଏଚଏସଆର ପ୍ରକଳ୍ପ କରିଡର ଚତୁଃପାର୍ଶ୍ବରେ ଆର୍ଥକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ
ମୁମ୍ବାଇରୁ ଅହମ୍ମଦାବାଦକୁ ଯିବା ପାଇଁ ବୁଲେଟ୍ ଟ୍ରେନରେ ମାତ୍ର 1 ଘଣ୍ଟା 58 ମିନିଟ୍ ସମୟ ଲାଗିବ
ମୁମ୍ବା ମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ସଫଳତା ମିଳିଛି। ମହାରାଷ୍ଟ୍ରର ପାଲଘରଠାରେ ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ
ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଛି। ଏହା ରାଜ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଦ୍ବିତୀୟ ସୁଡ଼ଙ୍ଗ। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ନବନିର୍ମିତ ପାହାଡ଼ି ସୁଡ଼ଙ୍ଗର ଲମ୍ବ ପ୍ରାୟ ଦେଢ଼ କିଲୋମିଟର। ଏହା ପାଲଘର ଜିଲ୍ଲାରେ ଆସୁଥିବା ପ୍ରକଳ୍ପର ସବୁଠୁ ଲମ୍ବା ସୁଡ଼ଙ୍ଗ।
ଏହି ସୁଡ଼ଙ୍ଗ ବିରାର୍ ଓ ବୋଇସାର୍ ବୁଲେଟ୍ ଟ୍ରେନ୍ ଷ୍ଟେସନ ମଧ୍ଯରେ ଅବସ୍ଥିତ।
ପାହାଡ଼ି ସୁଡ଼ଙ୍ଗ-5କୁ ଉଭୟ ପଟୁ ଖୋଳା ଯାଇଥିଲା । ଅତ୍ୟାଧୁନିକ ଖନନ ଏବଂ ବିସ୍ଫୋରଣ ପଦ୍ଧତି ଅବଲମ୍ବନ କରାଯାଇ ମାତ୍ର 18 ମାସ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଥିଲା । ଏହି ପଦ୍ଧତିରେ ପଦ୍ଧ ଖନନ ସମୟରେ ଭୂମିର ଆଚରଣକୁ ବାସ୍ତବ ସମୟରେ ତଦାରଖ କରିବା ସମ୍ଭବ ଏବଂ ବଂ ସମ୍ପୃକ୍ତ ସ୍ଥାନର ଅବସ୍ଥାକୁ ଆଧାର କରି ସଟକ୍ରିଟ୍, ରକ୍ ବୋଲ୍ଡ ଏବଂ ଲାଟିସ୍ ଗର୍ଡର ଭଳି ସହାୟ ପ୍ରଣାଳୀ ନିୟୋଜନ କରିବାରେ ଏହା ସହାୟକ ହୋଇଥାଏ। ସୁଡ଼ଙ୍ଗ ନିର୍ମାଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ବାୟୁ ଚଳାଚଳ, ଅଗ୍ନି ନିର୍ବାପନ ଉପାୟ ଏବଂ ଯାତାୟାତର ସଠିକ୍ ବ୍ୟବସ୍ଥା ସହିତ ଜରୁରି ସୁରକ୍ଷା ସତର୍କତାକୁ ସଠିକ୍ ଭାବେ ପାଳନ କରାଯାଇଥିଲା ।
**