ଭିଡିଓ କନଫରେନିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Jan 24, 2026 - 16:06
 8
ଭିଡିଓ କନଫରେନିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଭିଡିଓ କନଫରେନିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧୂତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ସ୍ବାଧୀନତା ସଂଗ୍ରାମର ଜଣେ ମହାନାୟକ ନଥିଲେ ବରଂ ସ୍ବାଧୀନ ଭାରତର ଜଣେ ଦୂରଦ୍ରଷ୍ଟା ମଧ୍ୟ ଥିଲେ; ସେ ଏପରି ଏକ ରାଷ୍ଟ୍ରର ପରିକଳ୍ପନା କରିଥିଲେ ଯାହା ଆର୍କାରରେ ଆଧୁନିକ ହୋଇଥୁବ କିନ୍ତୁ ଭାରତର ପ୍ରାଚୀନ ଚେତନା ସହ ଜଡ଼ିତଥୂବ: ପ୍ରଧାନମନ୍ତ୍ରୀ

ପରାକ୍ରମ ଦିବସର ପ୍ରେରଣା ବିକାଶ ପାଇଁ ଭାରତର ସଂକଳ୍ପକୁ ମଜବୁତ କରିବ: ପ୍ରଧାନମନ୍ତ୍ରୀ

ଶକ୍ତି କିପରି ହାସଲ କରାଯାଇପାରିବ, ତାହାକୁ କିଭଳି ପରିଚାଳନା କରା‌ଯାଇପାରିବ ଏବଂ ବ୍ୟବହାର କିପରି କରାଯିବ ତାହା ଆଜିର ଭାରତ ଜାଣିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜରେ ଆୟୋଜିତ ପରାକ୍ରମ ରାକ୍ରମ ଦିବସ କାର୍ଯ୍ୟକ୍ରମରେ ଉଦ‌ବୋଧନ ଦେଇଛନ୍ତି। ଏହି ଅବସରରେ ମୋଦୀ କହିଛନ୍ତି, ଜାନୁଆରୀ 23 23 ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗୌରବମୟ ଜୟନ୍ଧୀ ମ୍ଭୀର ତାରିଖ । ନେତାଜୀଙ୍କ ବୀରତ୍ଵ ଓ ସାହସ ଆମକୁ ପ୍ରେରଣା ଦିଏ ଏବଂ ତାଙ୍କ ପ୍ରତି ଆମ ମନରେ ସମ୍ମାନ ଭରିଦେଇଥା ସେ ଜୋର ଦେଇ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ପରାକ୍ରମ ଦିବସ ରାଷ୍ଟ୍ରଟ ଷ୍ଟ୍ରର ଭାବନାକୁ ପ୍ରତିଫଳିତ କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ପାଲଟିଛି। ଏହା ଏକ ଖୁସି ଖୁସିର ଘଟଣା ଯେ ପରାକ୍ରମ ଦିବସ 23 ଜାନୁଆରୀରେ, ଜାତୀୟ ଭୋଟର ଦିବସ 25 ଜାନୁଆରୀରେ, ଗଣତନ୍ତ୍ର ଦିବସ 26 ଜାନୁଆ ଜାନୁଆରୀରେ, 29 ଜାନୁଆରୀରେ ବିଟିଂ ରିଟ୍ରିଟ୍ ଏବଂ 30 ଜାନୁଆରୀରେ ପୂଜ୍ୟ ବାପୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିବାର ଏକ ନୂତନ ପରମ୍ପରା ସୃଷ୍ଟି ହୋଇଛି । ସେ ପରାକ୍ରମ ଦିବସରେ ସମସ୍ତ ନାଗରିକଙ୍କୁ ଶୁଭକାମନା ଜଣାଇଥିଲେ। 1

2026 ମସିହାରେ ପରାକ୍ରମ ଦିବସର ମୁଖ୍ୟ ସମାରୋହ ଆଣ୍ଡାମାନ ଏବଂ ନିକୋବରରେ ଅନୁଷ୍ଠିତ ହେଉଥ‌ିବା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଆଣ୍ଡାମାନ ଏବଂ ନିକୋବରର ଇତିହାସ ବୀରତ୍ଵ, ତ୍ୟାଗ ଏବଂ ସାହସରେ ପରିପୂର୍ଣ୍ଣ । ସେଲ୍ୟୁଲାର ଜେଲରେ ବୀର ସାଭରକରଙ୍କ ପରି ଦେଶପ୍ରେମୀଙ୍କ କାହାଣୀ ଏବଂ ନେତାଜୀ ସୁଭାଷ ଷ ଚନ୍ଦ୍ର ବୋଷଙ୍କ ସହ ଏହି ସ୍ଥାନର ସମ୍ପର୍କ ଆଜିର ସମାରୋହକୁ ଆହୁରି ସ୍ବତନ୍ତ୍ର କରିଥାଏ। ସ୍ବାଧୀନତାର ବିଚାର କେବେ ମରେ ନାହିଁ; ଆଣ୍ଡାମାନ ଭୂମି ଏହି ବିଶ୍ବାସର ସର ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସେ କହିଥିଲେ ହିଥିଲେ ଯେ ଏଠାରେ ଅନେକ ବିପ୍ଳବୀଙ୍କୁ ନିର୍ଯାତନା ଦିଆଯାଇଥିଲା ଏବଂ ଅନେକ ସ୍ବାଧୀନତା ସଂଗ୍ରାମୀ ନିଜ ଜୀ ଜୀବନ ବଳିଦାନ ଦେଇଥିଲେ, କିନ୍ତୁ ସ୍ବାଧୀନତା ସଂଗ୍ରାମର ସ୍ଫୁଲିଙ୍ଗ ଲିଭିବା ପରିବର୍ତ୍ତେ ଆହୁରି ତୀବ୍ର

ହୋଇ ଜଳିଥିଲା। ଫଳସ୍ବରୂପ, ଆଣ୍ଡାମାନ ଏବଂ ନିକୋବର ଭୂମି ସ୍ବାଧୀନ ଭାରତର ପ୍ରଥମ ସୂର୍ଯ୍ୟୋଦୟ ଦେଖୁଥିଲା। 1947 ପୂର୍ବରୁ, 30 ଡିସେମ୍ବର, 1943ରେ ଏଠାରେ ତ୍ରିରଙ୍ଗା ଉଡ଼ାଯାଇଥିଲା, ସମୁଦ୍ର ତରଙ୍ଗ ଏହି ଘଟଣାର ସାକ୍ଷୀ ରହିଛି । 2018 ରେ, ଯେତେବେଳେ ଏହି ମହାନ ଘଟଣାର 75 ତମ ବାର୍ଷିକୀ ପାଳନ କରାଯାଇଥିଲା, ତାଙ୍କୁ ଡିସେମ୍ବର 30 ରେ ସେହି ସ୍ଥାନରେ ତ୍ରିରଙ୍ଗା ଉଡ଼ାଇବାର ସୌଭାଗ୍ୟ ମିଳିଥିଲା। ଶ୍ରୀ ମୋଦୀ କହିଥିଲେ, ଯେତେବେଳେ ବେଳାଭୂମିରେ ଜାତୀୟ ସଙ୍ଗୀତ ବାଜିଥିଲା, ସେତେବେଳେ ଜୋର୍ ପବନରେ ଉଡ଼ୁଥ‌ିବା ତ୍ରିରଙ୍ଗା ସ୍ବାଧୀନତା ସଂଗ୍ରାମୀଙ୍କ ଅଗଣିତ ସ୍ବପ୍ନ ସତ ହୋଇଛି ବୋଲି ବାର୍ତ୍ତା ଦେଉଥିଲା ।

ଶ୍ରୀ ମୋଦୀ କହିଥିଲେ, ସ୍ବାଧୀନତା ପରେ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜର ଗୌରବମୟ ଇତିହାସକୁ ସଂରକ୍ଷଣ କରାଯିବା ଉଚିତ ଥୂଲା, କିନ୍ତୁ ସେହି ସମୟରେ ଯେଉଁମାନେ କ୍ଷମତାକୁ ଆସିଥିଲେ ସେମାନଙ୍କ ମନରେ ଅସୁରକ୍ଷିତ ଭାବନା ରହିଥିଲା। ସେମାନେ ସ୍ବାଧୀନତାର ଶ୍ରେୟ କେବଳ ଗୋଟିଏ ପରିବାର ପର୍ଯ୍ୟନ୍ତ ସୀମିତ ରଖିବାକୁ ଚାହୁଁଥିଲେ ଏବଂ ଏହି ରାଜନୈତିକ ସ୍ବାର୍ଥରେ ଦେଶର ଇତିହାସକୁ ଅଣଦେଖା କରାଯାଇଥିଲା। ଆଣ୍ଡାମାନ ଏବଂ ନିକୋବର ମଧ୍ୟ ଉପନିବେଶବାଦୀ ଶାସନର ପରିଚୟ ଦ୍ବାରା ବନ୍ଧା ହୋଇଥିଲା ଏବଂ ସ୍ବାଧୀନତାର ସତୁରି ବର୍ଷ ପରେ ମଧ୍ୟ ଏହାର ଦ୍ବୀପପୁଞ୍ଜଗୁଡ଼ିକ ବ୍ରିଟିଶ ଅଧୂକାରୀଙ୍କ ନାମରେ ପରିଚିତ ଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ତାଙ୍କ ସରକାର ଏହି ଐତିହାସିକ ଅନ୍ୟାୟର ଅନ୍ଧ ଘଟାଇଛି, ତେଣୁ ପୋର୍ଟ ବ୍ଲେୟାର ବର୍ତ୍ତମାନ 'ଶ୍ରୀ ବିଜୟପୁରମ' ନାମରେ ପରିଚିତ ହୋଇଛି। ଏହା ଏପରି ଏକ ନାମ ଯାହାଁ ଆମକୁ ନେତାଜୀଙ୍କ ବିଜୟର ସ୍ମରଣ କରାଏ। ଅନ୍ୟ ଏକ ଦ୍ବୀପଗୁଡ଼ିକର ନାମ ସ୍ବରାଜ ଦ୍ବୀପ, ସହିଦ ଦ୍ବୀପ এ๑° ସୁଭାଷ ଦ୍ବୀପ ରଖାଯାଇଛି। 2023 ମସିହାରେ, ଆଣ୍ଡାମାନର 21ଟି ଦ୍ବୀପକୁ ନାମ 21 ଜଣ ପରମ ବୀର ଚ ଚକ୍ର ବିଜେତାଙ୍କ ନାମରେ ନାମିତ କରାଯାଇଥିଲା। ଆଜି ଆଣ୍ଡାମାନ ଏବଂ ନିକୋବରରେ ଗୋଲାମୀ ସହ ଜଡିତ ନାମଗୁଡ଼ିକୁ ଗୁଡ଼ିକୁ ଲିଭାଇ ଦିଆଯାଉଛି ଉଛି ଏବଂ ଏବଂ ସ୍ବାଧୀନ ଧୀନ ଭାରତର ନୂତନ ନାମ ନିଜର ଛାପ ସୃଷ୍ଟି କରୁଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ସ୍ବାଧୀନତା ସଂଗ୍ରାମର ଜଣେ ମହାନାୟକ ନଥୂ ଥିଲେ ବରଂ ସ୍ବାଧୀନ ଭାରତର ଜଣେ ଦୂରଦ୍ରଷ୍ଟା ମଧ୍ୟ ମଧ୍ୟ ଥିଲେ । ସେ ଏକ ଏପରି ରାଷ୍ଟ୍ରର ପରିକଳ୍ପନା କରିଥ କରିଥିଲେ ଯାହା ଆକାରରେ ଆଧୁନିକ କିନ୍ତୁ ଭାରତର ପ୍ରାଚୀନ ପ୍ରାଚୀନ ଭାବନାର ମୂଳଦୁଆ ସହ ଜଡ଼ିତ ହୋଇଥ‌ିବ। ନେତାଜୀଙ୍କ ବିଚାର ବିଷୟରେ ଆଜିର ପିଢ଼ିକୁ ପରିଚି ପରିଚିତ କରାଇବା ଆମର ଦାୟିତ୍ଵ, ଏବଂ ତାଙ୍କ ସରକାର ଏହି ଦାୟିତ୍ବ ପୂରଣ କରୁଥିବାରୁ ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ। ସେ କହିଥିଲେ, ଦିଲ୍ଲୀର ଲାଲକିଲ୍ଲାରେ ନେତାଜୀଙ୍କ ପ୍ରତି ସମର୍ପିତ ଏକ ସଂଗ୍ରହାଳୟ ପ୍ରତିଷ୍ଠା ହୋଇଛି। ଗେଟ୍ ନିକଟରେ ନେତାଜୀଙ୍କ ଏକ ଭବ୍ଯ ବ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ଏବଂ ଗଣତନ୍ତୁ ଦିବସ ପରେ ପରେଡରେ ଆଜାଦ ହିନ୍ଦ ଫୌଜର ଅବଦାନକୁ ସ୍ମରଣ କରାଯାଇଛି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରତିଷ୍ଠା କରାଯାଇଛି। ଏହି ପଦକ୍ଷେପଗୁଡ଼ିକ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ସମ୍ମାନର ପ୍ରତୀକ ନୁହେଁ ବରଂ ଆମର ଯୁବପିଢ଼ି ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଏକ ଚିରନ୍ଧନ ଉତ୍ସ ଭାବରେ କାର୍ଯ୍ୟ କ କରେ । ଏହି ଆଦର୍ଶଗୁଡ଼ିକୁ ସମ୍ମାନ କରିବା ଏବଂ ସେଥୁରୁ ପ୍ରେରଣା ନେବା ଏକ ବିକଶିତ ના બહીથા ଭାରତ ପା ପାଇଁ ଆମର ସଂକଳ୍ପରେ ଶକ୍ତି ଏବଂ ଆତ୍ମବିଶ୍ବାସ ସଞ୍ଚାର କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଶ୍ରୀ ମୋଦୀ କହିଥିଲେ, ଏକ ଦୁର୍ବଳ ଦେଶ ତାର ଲକ୍ଷ୍ୟ ହାସଲ କରିପାରିବ ନାହିଁ। ସେଥ‌ିପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସର୍ବଦା ଏକ ଶକ୍ତିଶାଳୀ ରାଷ୍ଟ୍ରର ସ୍ବପ୍ନ ଦେଖୁଥିଲେ। ଏକବିଂଶ ଶତାବ୍ଦୀରେ, ଭାରତ ମଧ୍ୟ ନିଜକୁ ଏକ ଶକ୍ତିଶାଳୀ ଏବଂ ଦୃଢ଼ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରୁଛି। ଅପରେସନ ସିନ୍ଦୂର ସମୟରେ, ଭାରତ ଦେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କ ଘରେ ପ୍ରବେଶ କରି ସେମାନଙ୍କୁ ନିପାତ କରି ପ୍ରତିଶୋଧ ନେଇଥିଲା। ଶକ୍ତି କିପରି ହାସଲ କରା‌ଯାଇପାରିବ, ତା ତାହାକୁ କିଭଳି ପରିଚାଳନା କରା‌ଯାଇପାରିବ ଏବଂ ବ୍ୟବହାର କିପରି କରା‌ଯିବ ତାହା ଆଜି ଜିର ଭାରତ ଜାଣିଛି ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ଶକ୍ତିଶାଳୀ ଭାରତର ଦୃଷ୍ଟିକୋଣକୁ ଅନୁସରଣ କରି ଦେଶ ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ କାର୍ଯ୍ୟ କରୁଛି। ପୂର୍ବରୁ, ଭାରତ କେବଳ ବିଦେଶରୁ ଅସ୍ପୃଶସ୍ତ୍ର ଆମଦାନୀ ଉପରେ ନିର୍ଭରଶୀଳ ଥୁଲା, କିନ୍ତୁ ଆଜି ଭାରତ ରତର ପ୍ରତିରକ୍ଷା ରପ୍ତାନି 23,000 କୋଟି ଟଙ୍କା ଅତିକ୍ରମ କରିଛି।

ସ୍ବଦେଶୀ ଭାବରେ ବିକଶିତ ବ୍ରହ୍ମାସ ଏବଂ ଅନ୍ୟାନ୍ୟ କ୍ଷେପଣ ଆତ୍ମନିର୍ଭରଶୀଳତାର ଶକ୍ତି ସହିତ ହିତ ଏହାର ସଶସ୍ତ୍ର ବାହିନୀକୁ କହିଥିଲେ। କ୍ଷେପଣାସ୍ତ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି। ଭାରତ ବାହିନୀକୁ ଆଧୁନିକୀକରଣ କରୁଛି ବୋଲି ଶ୍ରୀ ମୋଦୀ

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ, ଆଜି 140 କୋଟିରୁ କେ ଅଧୂକ ନାଗରିକ ଏକ ବିକଶିତ ଭାରତର ସଂକଳ୍ପ ପାଇଁ ଏକଜୁଟ ହୋଇଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନ ଦ୍ବାରା ମଜବୁତ ଏବଂ ସ୍ବଦେଶୀର ମନ୍ତ୍ରି ଦ୍ବାରା ଅନୁପ୍ରାଣିତ ଏକ ମାର୍ଗ, ପରାକ୍ରମ ଦିବସର ପ୍ରେରଣା । ଏକ ବିକଶିତ ଭାରତ ଆଡ଼କୁ ଏହି ଯାତ୍ରାକୁ ଆହୁରି ମଜବୁତ କରିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ।

ଉପରାଜ୍ୟପାଳ ଆଡମିରାଲ (ଅବସରପ୍ରାପ୍ତ) .. ଏହି କାର୍ଯ୍ୟକ୍ରମରେ ଆଣ୍ଡାମାନ ଏବଂ ନିକୋବରର ଉପରା ଯୋଶୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଇଏନ ଏନଏ ଟ୍ରଷ୍ଟର ଅଧ୍ଯକ୍ଷ ବ୍ରିଗେଡିୟର (ଅବସରପ୍ରାପ୍ତ) ଆର.ଏସ୍. ଚିକାରା ଏବଂ ଭାରତର ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଏବଂ ଆଇଏନଏର ବିଶିଷ୍ଟ ବ୍ଯକ୍ତି ଲେଫ୍ଟନାଣ୍ଡ ଆର ମାଧବନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥୂଲେ।