ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଫଳ ପ୍ରକାଶିତ...

Aug 13, 2026 - 09:10
 3
ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଫଳ ପ୍ରକାଶିତ...

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ ପ୍ରକାଶ ପାଇଛି । 

ଚଳିତ ଥର ୫ ହଜାର ୭ ଶହ ୬୦ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇଥିଲେ । 

ଏମାନଙ୍କ ମଧ୍ୟରୁ ୩ହଜାର ୬ଶହ ୬୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । 

ପାସ୍ ହାର ୬୩.୬୪ ପ୍ରତିଶତ ରହିଛି ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା-୨୦୨୬ର ଫଳାଫଳ ପ୍ରକାଶ ପାଇଛି । 

୮ ହଜାର ୬ ଶହ ୯୮ ଜଣ ଷ୍ଟେଟ୍ ଓପନ୍ ସ୍କୁଲ୍ ପରୀକ୍ଷା ଦେଇଥିଲେ । 

ମୋଟ ୫ହଜାର ୪ଶହ ୫୦ ଜଣ ପାସ କରିଛନ୍ତି । 

ପାସ୍ ହାର ୬୨.୬୫ ପ୍ରତିଶତ ରହିଛି । 

ପରୀକ୍ଷାର୍ଥୀମାନେ ସନ୍ଧ୍ୟା ୫ଟାରୁ ବୋର୍ଡର ୱେବସାଇଟ୍

????www.bseodisha.ac.i????www.bseodisha.nic.inରେ ନିଜ ରେଜଲ୍ଟ ଦେଖିପାରିବେ ।

ସଫଳ ପରୀକ୍ଷାର୍ଥୀମାନେ ଅଗଷ୍ଟ ୧୭ରୁ ବୋର୍ଡର ୱେବସାଇଟ୍ bse.odisha.gov.inରେ ନିଜର ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । 

ଏହି ସପ୍ଲିମେଣ୍ଟାରୀ ପରୀକ୍ଷା ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।