ରାଜ୍ୟରେ ବଢିଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ: ବିଜେଡି
ସରକାରଙ୍କ ଜ୍ଞାତ ସାରରେ ଚାଲିଛି ବାଲି ଚୋରା ଚାଲାଣ
ୟୁପି ଓ ବିହାର ଷ୍ଟାଇଲରେ ଓଡିଶାରେ ସଂଗଠିତ ହେଉଛି ଅପରାଧ
ବିଜେପି ସରକାରରେ ଆଇନକୁ ‘ଫୁ’ କଲେଣି ବାଲି ମାଫିଆ
ଭୁବନେଶ୍ବର, ୦୩/୦୫/୨୦୨୬: ରାଜ୍ୟରେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢିବାରେ ଲାଗିଛି।
କେଉଁଠି ତହସିଲଦାରଙ୍କୁ ଆକ୍ରମଣ ହେଲାଣି ତ କେଉଁଠି କର୍ତ୍ତବ୍ୟରତ ପୋଲିସ ଅଫିସରଙ୍କୁ ଗାଡି ଚଢାଇ ଜୀବନରୁ ମାରିଦେଲେଣି। ରାଜ୍ୟରେ ବାଲି ଚୋରା ଚାଲାଣର କାୟା ଦିନକୁ ଦିନ ବଢିବାରେ ଲାଗିଛି। ବାଲି ମାଫିଆମାନେ ଦିନ ଦ୍ଵିପ୍ରହରରେ ଖୁଲମଖୁଲା ଯେଉଁଭଳି ଅପରାଧମାନ ସଂଗଠିତ କରୁଛନ୍ତି ତାହା ରାଜ୍ୟ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତର ନଗ୍ନ ରୂପ ଦର୍ଶାଉଛି ବୋଲି ବିଜେଡି ଅଭିଯୋଗ କରିଛି।
ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଶ୍ରୀଯୁକ୍ତ କ୍ତ ସଂଜୟ ଦାସବର୍ମା, ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ, ଗତ ଦୁଇ ତାରିଖରେ ସାକ୍ଷୀ ପୀଗୋପାଳ ନିର୍ବାଚନମଣ୍ଡଳୀ କଣାସ ଥାନା ଅନ୍ତର୍ଗତ ଗୋଲବଜାରରେ ସକାଳ ୮ଟା ବେଳେ ବାଲି ମାଫିଆମା ସର୍ବସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପନିକିରେ ହାଣି ମଟରସାଇକେଲ ଚଢାଇ ହତ୍ୟା ଉଦ୍ୟମ କରିଥିଲେ । ଯେଉଁଥିରେ ସାଧାରଣ ଲୋକ ଅତ୍ୟନ୍ତ ଭୟଭିତ ହେବା ସହ ରାଜ୍ୟ ସରକାରଙ୍କ ପୋଲିସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।
ରାଜ୍ୟରେ ବାଲି ମାଫିଆମାନେ ବିଗତ ଦିନରେ କଟକରେ ପୋଲିସ କର୍ମଚାରୀଙ୍କୁ ଗାଡି ଚଢାଇ ହତ୍ୟା କରିଥିଲେ। ସେହିପରି ବ୍ୟାସନଗର ଅତିରିକ୍ତ ତହସିଲଦାରଙ୍କୁ ଗାଡି ଚଢାଇ ହତ୍ୟା ଉଦ୍ୟମ କରିବା, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝର, ଆନନ୍ଦପୁର ତହସିଲ କର୍ମଚାରୀଙ୍କୁ ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ବିଜେପି ଶାସିତ ଉତ୍ତର ପ୍ରଦେଶ ଓ ବିହାରରେ ଯେଉଁଭଳି ଳି ଭାବେ ଅପର ବ୍ୟବସ୍ଥାକୁ ‘ଫୁ’ କରି ଅପରାଧମାନ ସଂଗଠିତ କରୁଛନ୍ତି, ସେହିଭଳି ବିଜେପି ଓଡିଶାରେ ଶାସନ ଭାରକୁ ଆସିଲା ଅପରାଧୀମାନେ ଆଇନ
ପରେ ରାଜ୍ୟରେ ବାଲି ମାଫିଆମାନେ ଅନୁରୂପ ଆତଙ୍କରା ରାଜ ଚଳାଉଛନ୍ତି । ସରକାର ବେଆଇନ ବାଲି ଖାଦାନ ଗୁଡିକୁ ଚିହ୍ନଟ କରି ତୁରନ୍ତ ବନ୍ଦ କରିବା ସହିତ ବାଲି ମାଫିଆମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନୁଷ୍ଠାନ ନିଅନ୍ତୁ। ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଏହି ବେଆଇନ କାର୍ଯ୍ୟ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ନ ନିଅନ୍ତି, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।