ରାସ୍ତା ଉପରେ ଜଳିଗଲା ଆମ ବସ୍
ଖୋର୍ଦ୍ଧାରେ ଜଳିଗଲା ଆମ ବସ୍ । କଟକରୁ ଖୋର୍ଦ୍ଧା ଯାଉଥିବା ବସ୍ଟି ହଠାତ୍ ଗଡ଼ଖୋର୍ଦ୍ଧା ଛକ ନିକଟରେ ଜଳିଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକରେ ହଠାତ୍ ହୁତୁହୁତୁ ହୋଇ ଜଳିଯାଇଛି । ୩୦ରୁ ଅଧିକ ଯାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ଘଟଣାସ୍ଥଳରେ ବସରୁ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି । ତେବେ କେଉଁ ପରିସ୍ଥିତିରେ କିପରି ବସରେ ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।