ସାଧାରଣ ନାଗରିକଙ୍କ ସଫଳତା ଓ ସାମାଜିକ ପରିବର୍ତ୍ତନର ଏକ ମହାମଞ୍ଚ ହେଉଛି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ : ମନମୋହନ ସାମଲ..
ଏକ ବିକଶିତ ଓ ସଶକ୍ତ ଭାରତ ଗଠନର ମାର୍ଗଦର୍ଶକ ପ୍ରଧାନମନ୍ତ୍ରୀଙ୍କ ୧୪୦ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ରାଜ୍ୟ ସଭାପତି ଶୁଣିଲେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୪୦ତମ ଅଧ୍ୟାୟ ଆଜି ଦେଶବାସୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଓ ପ୍ରେରଣା ସଞ୍ଚାର କରିଛି।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ଜନହିତକର ବାର୍ତ୍ତା ଏବଂ ସାମାଜିକ ସଚେତନତାମୂଳକ ଆହ୍ୱାନ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଶେଷ କରି ‘ନିଶା ମୁକ୍ତ ଯୁବ ଅଭିଯାନ’ ଉପରେ ଗୁରୁତ୍ୱାରୋପ କରି ନିଶା କବଳରୁ ମୁକୁଳି ନିଜ ଜୀବନକୁ ନୂଆ ଦିଶା ଦେଇଥିବା ଜଣେ ଯୁବକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଦୃଢ଼ ଇଚ୍ଛାଶକ୍ତି ଓ ସଠିକ୍ ସହାୟତା ବଳରେ ଯେକୌଣସି କଠିନ ପରିସ୍ଥିତିକୁ ଜୟ କରାଯାଇପାରେ ବୋଲି ଏହି ବାର୍ତ୍ତା ସମଗ୍ର ଯୁବପିଢ଼ି ପାଇଁ ଏକ ଶକ୍ତିଶାଳୀ ପ୍ରେରଣା ସାଜିଛି ବୋଲି ଶ୍ରୀ ସାମଲ କହିଛନ୍ତି ।
ସେହିପରି ସାଇବର ଠକେଇ ରୋକିବା ଦିଗରେ ‘ସଞ୍ଚାର ସାଥୀ’ ପୋର୍ଟାଲ ଓ ଆପ୍ର ସଫଳତା, ସରକାରୀ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ‘ଅଇ-ଗଟ୍ କର୍ମଯୋଗୀ’ ପ୍ଲାଟଫର୍ମର ଅବଦାନ, ପାଟନାସ୍ଥିତ ବିହାର ସଂଗ୍ରହାଳୟର ବିଶ୍ୱସ୍ତରୀୟ ମାନ୍ୟତା, ତଥା ତାମିଲନାଡୁର ଇରୋଡ୍ର ତାଳ ଗୁଡ଼ ଓ ଭାରତୀୟ ଚକୋଲେଟ୍ ଭଳି ସ୍ୱଦେଶୀ ଉତ୍ପାଦର ବିଶ୍ୱ ବଜାରରେ ବଢ଼ୁଥିବା ଚାହିଦା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଆଲୋକପାତ ଅତ୍ୟନ୍ତ ସ୍ୱାଗତଯୋଗ୍ୟ।
ସୁସ୍ଥ ଜୀବନଶୈଳୀ ପାଇଁ ‘ଫିଟ୍ ଇଣ୍ଡିଆ’ ଏବଂ ଖାଦ୍ୟରେ ତେଲର ବ୍ୟବହାର ୧୦ ପ୍ରତିଶତ କମାଇବା ପାଇଁ ତାଙ୍କର ପରାମର୍ଶ ପ୍ରତ୍ୟେକ ପରିବାର ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ଶ୍ରୀ ସାମଲ କହିଛନ୍ତି ।
"ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ମନ୍ କି ବାତ୍’ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଦେଶର ସାଧାରଣ ନାଗରିକଙ୍କ ସଫଳତା ଓ ସାମାଜିକ ପରିବର୍ତ୍ତନର ଏକ ମହାମଞ୍ଚ।
ନିଶାମୁକ୍ତ ସମାଜ ଗଠନ ଠାରୁ ଆରମ୍ଭ କରି ଡିଜିଟାଲ୍ ସୁରକ୍ଷା ଏବଂ ସ୍ୱଦେଶୀ ସ୍ୱାଭିମାନ ପର୍ଯ୍ୟନ୍ତ, ଆଜିର ବକ୍ତବ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ରାଷ୍ଟ୍ର ନିର୍ମାଣରେ ସାମିଲ ହେବାକୁ ପ୍ରେରିତ କରିଛି। ଏଭଳି ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ ପାଇଁ ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଦଳୀୟ ପଦାଧିକାରୀ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ରାଜ୍ୟ ସଭାପତି ଶ୍ରୀ ସାମଲ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଥିଲେ ।