ରିସେନସନ୍‌ ପାର୍ଟିରେ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା

ପୁରୀ : ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲରେ ଘଟିଛି ଅଭାବନୀୟ ଘଟଣା। ରିସେନସନ୍‌ ପାର୍ଟିରେ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା। ବଡ଼ ଧୁମଧାମରେ ଚାଲିଥିବା ରିସେନସନ୍‌ ପାର୍ଟି। ଷ୍ଟେଜରେ ଥିଲେ ବର କନିଆ। ସେମାନଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ପରିବାର ଲୋକେ ଓ ବନ୍ଧୁବାନ୍ଧବ କାମରେ ବ୍ୟସ୍ତ ଥିଲେ। ଅତିଥି ରୂପେ ଆସିଲେ, ରିସେପସନ ପାର୍ଟିର ମଜା ନେଲେ। ଏହାପରେ ସୁଯୋଗ ଦେଖି ସୁନା ଓ ଟଙ୍କା ଥିବା ବ୍ୟାଗ ଧରି ଛୁ ମାରିଲେ। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି।ବିବାହ ଉତ୍ସବରେ ଅତିଥି ରୂପେ ପଶିଥିବା ଦୁଇ ଚୋରଙ୍କ ନଜର ଉକ୍ତ ବ୍ୟାଗ ଉପରେ ଥିଲା। ବ୍ୟାଗ୍‌ଟି ନିକଟରେ କେହି ନ ଥିବା ଦେଖି ସେମାନେ ବ୍ୟାଗ ଧରି ଫେରାର ମାରିଥିଲେ। ଜଣେ ଲୁଟେରା ବାହାରେ ଅପେକ୍ଷା କରିଥିବାବେଳେ ଆଉ ଜଣେ ସନ୍ଦିଗ୍ଧର ଫଟୋ ସିସିଟିଭିରେ କଏଦ ହୋଇଛି।ଭିଡ଼ କମିବା ପରେ ପରିବାର ଲୋକେ ଉକ୍ତ ବ୍ୟାଗକୁ ବହୁ ଖୋଜାଖୋଜି କରି ପାଇ ନ ଥିଲେ। ଏହାପରେ ସିସିଟିଭିରେ ସେମାନେ ଜଣେ ଯୁବକ ଉକ୍ତ ବ୍ୟାଗ୍‌ ନେଇ ଯାଉଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍‌କୁ ଜଣାଇଥିଲେ। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସନ୍ଧାନ ମିଳି ପାରିନି।

Mar 5, 2024 - 14:56
 3
ରିସେନସନ୍‌ ପାର୍ଟିରେ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା