ଲୋକଭବନରେ ଶହୀଦ ଦିବସ ପାଳିତ
ଲୋକଭବନରେ ଶହୀଦ ଦିବସ ପାଳିତ
ଭୁବନେଶ୍ବର, ତା ୩୦/୦୧/୨୦୨୬, ଚଳିତ ଜାନୁଆରୀ ୩୦ ତାରିଖ ଦିନ ସମଗ୍ର ଦେଶରେ ଶହୀଦ ଦିବସ ପାଳନ ପରିପ୍ରେକ୍ଷୀରେ ଲୋକଭବନରେ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି | ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଏ ଏବଂ ଦେଶର ସ୍ବାଧୀନତା ପାଇଁ ସର୍ବୋଚ୍ଚ ତ୍ୟାଗ କରି ପ୍ରାଣୋତ୍ସର୍ଗ କରିଥିବା ଶହୀଦ ମାନଙ୍କ ପାଇଁ ଏହି ଦିବସ ଉତ୍ସର୍ଗ କରାଯାଇଛି |
ଏହି ଉପଲକ୍ଷେ ରାଜ୍ୟପାଳଙ୍କ କମିଶନର ତଥା - ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁଙ୍କ ସମେତ ଲୋକଭବନର ଅଧୂକାରୀ ଓ କର୍ମଚାରୀମାନେ ଅଭିଷେକ ହଲଠାରେ ଏକତ୍ରିତ ହୋଇ ମାର୍ଗଦର୍ଶିକା ଅନୁଯାୟୀ ପୂର୍ବାହ୍ନ ୧୧ ଘଟିକାରୁ ଘ୧୧.୦୨ ମି. ପର୍ଯ୍ୟନ୍ତ ଦୁଇ ମିନିଟ ନୀରବ ପ୍ରାଥର୍ନ| ଅବଲମ୍ବନ ପୂର୍ବକ ଦେଶର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଶହୀଦ ହୋଇଥିବା ସଂଗ୍ରାମୀମାନଙ୍କର ଅବଦାନକୁ ସ୍ମରଣ କରି ସଶ୍ରଦ୍ଧ ସମ୍ମାନ ପ୍ରଦର୍ଶନ କରିଥିଲେ |