ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଏହି ସମୟରେ ଉଠିବ ମହାଦୀପ
ଭୁବନେଶ୍ୱର : ପାଖେଇଆସିଲାଣି ମହାଶିବ ରାତ୍ରି ଏଥିପାଇଁ ଚଳଚଂଚଳ ହୋଇପଡିଲାଣି ସମସ୍ତ ଶୈବପୀଠ । ମହାଶିବରାତ୍ରୀର ସମସ୍ତ ନୀତିକାନ୍ତି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଗଲାଣି । ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିରରେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ମହାଶିବରାତ୍ରୀ ପାଳିତ ହେବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଶିବରାତ୍ରୀ ପାଇଁ ନୀତି ନିର୍ଘଣ୍ଟ ହୋଇଯାଇଛି ।ଶିବରାତ୍ରି ଦିନ ମହା ଆଡମ୍ବର ସହ ଶ୍ରୀଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ଆୟୋଜିତ ହେବ । କାହିଁ କେତେଦୂରରୁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିବେ । ତେବେ ମହାଶିବରାତ୍ରୀରେ ଶ୍ରଦ୍ଧାଳୁମାନେ ବିଶେଷ କରି ମହାଦୀପ ଉଠିବାକୁ ଅପେକ୍ଷା କରିଥାନ୍ତି । ଚଳିତ ବର୍ଷ ରାତି ୧୦ଟାରେ ମହାଦୀପ ଦର୍ଶନ ନେଇ ନୀତି ନୀର୍ଘଣ୍ଟ କରାଯାଇଛି। ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ ବୋଲି କୁହାଯାଇଛି ।
