ସନ୍ଥ ବିନୋବା ଭାବେଙ୍କ ୧୩୧ତମ ଜୟନ୍ତୀ ସମାରୋହ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଭୁଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ମହାନ ସନ୍ଥ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେ ଙ୍କ ୧୩୧ତମ ଜୟନ୍ତୀ ସମାରୋହ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଉଛି l
ଜୟନ୍ତୀ କମିଟି ର ସଭାପତି ଜୟନ୍ତ ଦାସ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ "ଭୂମି ଅଧିକାର ଓ ଭୂଦାନ" ଶୀର୍ଷକ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ରାଜସ୍ବ ଓ଼ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ କହିଲେ କି ୨୦୨୯ ବେଳକୁ ଓଡିଶାରେ କେହି ଭୂମିହୀନ ବୋଲି କହିବାକୁ ରହିବେ ନାହିଁ ଏହା ଆମ ସରକାର ର ଆହ୍ୱାନ l ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଯେତେ ଜମି ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି ସେମାନଙ୍କୁ ଚିହ୍ନଟ କରି ଜମି ଯୋଗାଇ ଦିଆଯିବ l ୭୫୦୦ କିସମ କୁ ୨୨ ଟି କିସମ ରେ ୩୫୦୦ ସତ୍ୱ ଥିବା ପଟlକୁ ୪ ଟି ସତ୍ୱେ ରେ ସୀମିତ କଲୁ l ଏହା ସରକାରର ବଡ଼ ଉପଲବ୍ଧି ଅନୁସୂଚିତ ଜାତି ଓ଼ ଜନଜାତି ଲୋକ ଜମି ଅସୁବିଧା ରେ ପଡି ଜମି ବିକିଲେ ତାକୁ ସରକାର କିଣି ସେହି ଜମି ଏକ ଲ୍ୟାଣ୍ଡ ବ୍ୟାଙ୍କ ରେ ରଖିବେ ତାକୁ ଭୂମିହୀନ ଙ୍କୁ ଦିଆଯିବ ଏବଂ ଯଦି ଜମି କାହାକୁ ଦିଆଯାଇ ନଥିବ ପୁଣି ସେ ଜମି ସେ ସରକାରୀ ଦରରେ କିଣି ପାରିବେ l ଭୁଦାନ ଆନ୍ଦୋଳନ ରେ ଜମି ପାଇଥିବା ଜମି ଯଦି କିଏ ହଡପ କରିଥିବ କିମ୍ବା ମାଡି ବସିଥିବ ତେବେ ତାକୁ ପୁନଃ ଉଦ୍ଧାର କରି ଦିଆଯିବ l ଜମି ଦାନ ପାଇଁ ଭୁଦାନ ଆନ୍ଦୋଳନରେ ରାଜସ୍ବ ବିଭାଗ ଅଂଶୀଦାର ହେବ ବୋଲି ଦୃଢୋକ୍ତି କରିଥିଲେ।
ବିଧାୟକ ଡ଼. ଅରୁଣ କୁମାର ସାହୁ କହିଲେ କି ସମାଜ ଓ଼ ଦେଶର ପ୍ରକୃତ ବିକାଶ କେବଳ ଭୌତିକ ବିକାଶ ନୁହେଁ ବୌଦ୍ଧିକ ବିକାଶ ହେଲେ ହିଁ ହୋଇ ପାରିବ l ବିନୋବା ଭୁଦାନ ଆନ୍ଦୋଳନ ରେ ତ୍ୟାଗ ମାଧ୍ୟମରେ ଭୂମି ଆଣି ଭୂମିହୀନଙ୍କୁ ଦେବା ପାଇଁ ସାମାଜିକ ବୌଦ୍ଧିକ ବିକାଶ ପାଇଁ ଚେଷ୍ଟା କରିଥିଲେ I
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଭକ୍ତ ଚରଣ ଦାସ କହିଲେ କି ଯଦି ଦୀର୍ଘ ବର୍ଷ ପୁରୁଷlନୁକ୍ରମିକ ଧରି ଜମିରେ ଘର କରି ଓ଼ ଚାଷ କରି ଆଜି ମଧ୍ୟ ସେମାନଙ୍କ ମାଲିକାନା ନାହିଁ, ଆଦିବାସୀ ମାନେ ଜଙ୍ଗଲ ଜମି ର ଅଧିକାର ପାଇଁ ଆଉ କେତେଦିନ ସଂଘର୍ଷ କରିବେ l ଭୂମି, ଜମି ପାଇଁ ନ୍ୟାୟ ଆଜିର ଦିନରେ ସବୁଠୁ ବଡ଼ ଆହ୍ୱାନ l ଶିଳ୍ପପତି ଙ୍କ ପାଇଁ ଲ୍ୟାଣ୍ଡ ବ୍ୟାଙ୍କ କିନ୍ତୁ ଭୂମିହୀନ ଲୋକଙ୍କ ପାଇଁ କେବେ ଜମି ଦିଆଯିବ ବୋଲି ପ୍ରଶ୍ନ କରିଥିଲେ I
ଆମ ଓଡ଼ିଶାର ଅଧ୍ୟକ୍ଷ ଓ ସମ୍ବାଦ ପରିବାର ମୁଖ୍ୟ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପଟନାୟକ କହିଲେ କି ସମୟାନୁବର୍ତ୍ତିତାର ମୂର୍ତ୍ତିମନ୍ତ ପ୍ରତିମ ଥିଲେ ବିନୋବା ଭାବେ l ତେଣୁ ସମୟ ଜ୍ଞାନ ଠିକ ରହିଲେ ଆମେ ଆଗକୁ ଯିବା ନଚେତ ପରିଣାମ ଠିକ ଓଲଟା ହେବ I
ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ଦୀପକ ମାଲବ୍ୟ କହିଲେ କି ବିଜ୍ଞାନକୁ ଅଜ୍ଞାନ ଲୋକଙ୍କୁ ବ୍ୟବହାର କରିବାକୁ ଦେଲେ ପରମାଣୁ ଯୁଦ୍ଧ ହେଉଛି ସେହିପରି ଭୁଦାନ ଆନ୍ଦୋଳନରେ ଦିଆ ଯାଇଥିବା ଜମି ବଡ଼ ବଡ଼ିଆ ଲୋକଙ୍କୁ ଦେଲେ ଫଳ ସେହିପରି ଓଲଟା ହେବ!
ଆସାମ କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ର ଅଧକ୍ଷ୍ୟା ଦମୟନ୍ତୀ ଦେବୀ କହିଲେ କି ବିନୋଭାଜୀଙ୍କ ଆଦର୍ଶ ଅନୁପାଳନ ଆଗାମୀ ଦିନରେ ଏକ ସନ୍ତୁଳିତ ବ୍ୟବସ୍ଥିତ ଓ଼ ଶାନ୍ତ ସମୃଦ୍ଧ ସମାଜ ଗଠନ ପାଇଁ ନିତ୍ୟାନ୍ତ ଆବଶ୍ୟକ |
ବିନୋବା ସେବା ପ୍ରତିଷ୍ଠାନର ଅଧ୍ୟକ୍ଷ ଭାରତ ନିର୍ବାଚନ ଆୟୋଗ ର ପ୍ରାକ୍ତନ ଉପଦେଷ୍ଟ| ଡ଼. ଭଗବାନ ପ୍ରକାଶ କହିଲେ କି ସମସ୍ତ ରାଜନୈତିକ ଓ଼ ସାମାଜିକ ବ୍ୟକ୍ତି ନିଜ କାର୍ଯ୍ୟକୁ ଆତ୍ମ ସମୀକ୍ଷା କରିବା ଉଚିତ ଯେ ସେମାନେ ସମାଜ ପାଇଁ କେତେ ଓ଼ ନିଜ ସ୍ୱାର୍ଥ ପାଇଁ କେତେ କlମ କରିଛନ୍ତି l ଯେହେତୁ ସେମାନେ ସମାଜ ପାଇଁ ଆଦର୍ଶ ତେଣୁ ସେମାନେ ପ୍ରଥମେ ସମାଜ କୁ ଦିଅନ୍ତୁ ପରେ ନିଜ ପାଇଁ ରଖନ୍ତୁ
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ତଥା ବିନୋବା ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨ ଜଣକୁ ଗାନ୍ଧୀ ବିନୋବା ଶାନ୍ତି ସମ୍ମାନ ଓ ୭ ଜଣକୁ ସର୍ବୋଦୟ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l
ଆସାମ କସ୍ତୁରବା ଗାନ୍ଧୀ ଟ୍ରଷ୍ଟ ଅଧ୍ୟକ୍ଷ ଦମୟନ୍ତୀ ଦେବୀ ଓ଼ ବିଶିଷ୍ଟ ଲେଖକ ତଥା ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡା ଙ୍କୁ ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାର ଏବଂ ସେବା ସମାଜ ଗୁଣୁପୁର ର ସୁଶ୍ରୀ ରାଜେଶ୍ୱରୀ ଦଳାଇ, ଜୟ କିରଣ ଟ୍ରଷ୍ଟ ର ସମ୍ପାଦିକା ଶ୍ରୀମତୀ ସୁମିତ୍ରା ଜେନା,ଆସାମ କସ୍ତୁରବା ଟ୍ରଷ୍ଟ ର ଅନିମା ଦତ୍ତ, ଗୀତିକା ଦେବୀ, ଓଡିଶା ଉଦ୍ୟୋଗୀ ପରିବାର ଅଧ୍ୟକ୍ଷ ଶିବ ନାରାୟଣ ମିଶ୍ର,ସହିଦ ସ୍ମୃତି ପରିଷଦ ସମ୍ପାଦକ ପ୍ରମେଶ ମହାନ୍ତି,ଓଡିଶା ଫଲୋଅପ ର ଡ଼. ଵି.ବି ହୃଦୟ ଆଦିଙ୍କୁ ସର୍ବୋଦୟ ସେବା ସମ୍ମାନ ୨୦୨୫ ଏବଂ ଗାୟିକା ଅନିନ୍ଦିତl ଦାସ ଙ୍କୁ ସ୍ୱତନ୍ତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା l