ସମ୍ବର୍ଦ୍ଧିତ ହେଲେ ଦକ୍ଷ ଟ୍ରାଫିକ ଡିସିପି ତଥା ନିଷ୍ଠାପର ପୋଲିସ ଅଧିକାରୀ...
ଓଡ଼ିଶାର ଦକ୍ଷ ତଥା ନିଷ୍ଠାପର ପୋଲିସ ଅଧିକାରୀ, ଭୁବନେଶ୍ୱର ଓ କଟକ ଟ୍ୱିନ ସିଟି ର ଟ୍ରାଫିକ ଡିସିପି, ସୁସଙ୍ଗଠକ , ବରିଷ୍ଠ ସମାଜସେବୀ,ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, ତଥା ବିଦ୍ୱାନ ପୁରୁଷ, ବହୁ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା, ବରିଷ୍ଠ ସମାଜସେବୀ , ଵିଶିଷ୍ଟ ସାଂସ୍କୃତିକ ସଙ୍ଗଠକ ସେ ଆମ କଳିଙ୍ଗ ମାଟିର କୃତବିଦ୍ୟ ସନ୍ତାନ, ଆମ ମାଟି ଆମ ଭାଷା ଆମ ସଂସ୍କୃତି, ଆମ ଅସ୍ମିତା ,ବନ୍ଧୁ ଓ ବନ୍ଧୁତ୍ୱର ମହା ନାୟକ ତପନ କୁମାର ମହାନ୍ତି |
ଆମ ସତ୍ୟଂ ଶିବମ ସୁନ୍ଦରମ୍ ପତ୍ରିକା ପ୍ରକାଶନୀ ପରିବାର ମୁଖ୍ୟଉପଦେଷ୍ଟା ,କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ଏବଂ ଓଁ କାର ନାଥ ମିଶନ ଭୁବନେଶ୍ୱର ର ଦିଗଦର୍ଶକ ,ସର୍ବୋପରି ଜଣେ ଅମାୟିକ ବ୍ୟକ୍ତିତ୍ୱ ଓ ବିଶିଷ୍ଟ କର୍ମ ବୀର ଯଶସ୍ଵୀ ପୁରୁଷ ଶ୍ରୀ ତପନ କୁମାର ମହାନ୍ତି ଙ୍କୁ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସତ୍ୟଂ ଶିବମ୍ ସୁନ୍ଦରମ୍ ଅନୁଷ୍ଠାନ, କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍, ଓଁ କାର ନାଥ ମିଶନ ଭୁବନେଶ୍ୱର ,ଭକ୍ତ କବି ଜୟଦେବ ସାଂସ୍କୃତିକ ପରିଷଦ କଟକ ପକ୍ଷରୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ , ସତ୍ୟମ୍ ଶିବମ ସୁନ୍ଦରମ୍ ପତ୍ରିକା ଓ ସାଂସ୍କୃତିକ ପରିଷଦର ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।
ଏହି ଅବସରରେ କ୍ୟାପିଟାଲ ଫ୍ରେଣ୍ଡସ ଆସୋସିଏସନ୍ ସଭାପତି, ଓଁ କାର ନାଥ ମିଶନ ଭୁବନେଶ୍ୱର ଅଧ୍ୟକ୍ଷ, ଜୟଦେବ ସାଂସ୍କୃତିକ ପରିଷଦର ଉପାଧ୍ୟକ୍ଷ ତଥା ପତ୍ରିକା ଏଡ଼ିଟର ବିଶିଷ୍ଟ ସ୍ତମ୍ଭକାର ଓ ସୁସାହିତ୍ୟିକ ଇଂଜିନିୟର ଜିତେନ କୁମାର ରାଉତରାୟ, ପତ୍ରିକାର ବିଶିଷ୍ଟ ଆଇନପରାମର୍ଶଦାତା ତଥା ସୁସାହତ୍ୟିକ ଵାଗ୍ମୀ ଶ୍ରୀ ସାରୋଜ କୁମାର ମିଶ୍ର, ପ୍ରସିଦ୍ଧ ଡାକ୍ତର ତଥା ସତ୍ୟଂ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ସୌଜନ୍ୟ ସମ୍ପାଦକ ଓ ଜୟ ଦେଵ ସାଂସ୍କୃତିକ ପରିଷଦ ଅଧ୍ୟକ୍ଷ ଡକ୍ଟର ଦୀନବନ୍ଧୁ ମହାରଣା, ସତ୍ୟମ୍ ସୁନ୍ଦରମ୍ ପତ୍ରିକା ପ୍ରକାଶନ ର ପରିଚାଳନା ସମ୍ପାଦକ, ବିଶିଷ୍ଟ ଶିକ୍ଷାବିତ୍ ତଥା ବିଜୁ ପଟ୍ଟନାୟକ କଲେଜ ଭୁବନେଶ୍ୱର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର କାର୍ତ୍ତିକ ଚନ୍ଦ୍ର ପୃଷ୍ଟି,ଉପଦେଷ୍ଠା ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଡକ୍ଟର ଯୁଧିଷ୍ଠିର ଖଟୁଆ, ଅତିରିକ୍ତ ପୋଲିସ ଅଧୀକ୍ଷକ ଶ୍ରୀ ସମ୍ବିତ ମାଝୀ ,ବିଶିଷ୍ଟ ସମାଜସେବୀ ତଥା ପତ୍ରିକା ପ୍ରକାଶନ ର ଯୁଗ୍ମ ସମ୍ପାଦକ ଶ୍ରୀ ଜୟକୃଷ୍ଣ ମଲିଆ ଓ ଶ୍ରୀ କାଶୀନାଥ ମାହାପାତ୍ର ,ଶ୍ୟାମା ଶଙ୍କର ମଠର ମଠାଧୀଶ ଶ୍ରୀ ଅରୁଣ କୁମାର ଗାଙ୍ଗୁଲୀ ସମାଜସେବୀ ଶ୍ରୀ ରବି ଦାସ କବୟିତ୍ରୀ ଲବଙ୍ଗ ଲତା ରାଉତ ଇଂଜିନିୟର ନିର୍ମଳ ବେହେରା, ଇଂଜିନିୟର କ୍ଷୀରୋଦ ସାହୁ ଇଂଜିନିୟର ପ୍ରଦୀପ କୁମାର ଷଡ଼ଙ୍ଗୀ,ଇଂଜିନିୟର ମନମୋହନ ସାହୁଓ କୁମାରୀ ଶ୍ରୀୟା ଦାସ ପ୍ରମୁଖ ଡିସିପି ଶ୍ରୀ ମହାନ୍ତି ଙ୍କୁ ଅଭିନନ୍ଦନ ଜଣାଇଛନ୍ତି