ଭୁବନେଶ୍ୱର ମହାନଗର ନିଗମ ମେୟରଙ୍କୁ ଭେଟିଲେ ଚୁଙ୍କୁଲି ଗ୍ରାମର ଆଦିବାସୀ ବାସିନ୍ଦାମାନେ

May 30, 2026 - 11:23
 12
ଭୁବନେଶ୍ୱର ମହାନଗର ନିଗମ ମେୟରଙ୍କୁ ଭେଟିଲେ ଚୁଙ୍କୁଲି ଗ୍ରାମର ଆଦିବାସୀ ବାସିନ୍ଦାମାନେ

ବିସ୍ଥାପନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଲେ ମେୟର

ବନେଶ୍ୱର, ୨୯/୦୫/୨୦୨୬: ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ଵର ମହାନଗର

ନିଗମ ଗମ (ବିଏମସି) ଅଞ୍ଚଳରେ ଅବସ୍ଥିତ ଚୁଙ୍କୁଲି ଗ୍ରାମର ଆଦିବାସୀ ବାସିନ୍ଦାମାନଙ୍କ ଏକ ପ୍ରତିନିଧୂ ଦଳ ଆଜି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କୁ ଭେଟି ବିସ୍ଥାପନ ଓ ଥଇଥାନ ସମ୍ବନ୍ଧୀୟ ସମସ୍ୟା ପ୍ଯା ଉପରେ ଆଲୋଚନା କରିଥିଲେ। ସ୍ଥାନୀୟ ଆଦିବାସୀ ସମୁଦାୟ ସମ୍ମୁଖୀନ ହେଉଥ‌ିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରତିନିଧ୍ ଦଳ ମେଯ ମେୟରଙ୍କୁ ଅବଗତ କରାଇଥିଲେ ଏବଂ ପ୍ରଭାବିତ ପରିବାର ମାନଙ୍କର ଅଧୂକାର, ଜୀବିକା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଆଦିବାସୀ ବାସିନ୍ଦାଙ୍କ ସମସ୍ୟାର ସମାଧାନ ଉପରେ ପ୍ରତିନିଧୂ ଦଳ ଗୁରୁତ୍ବାରୋପ କରିଥିଲେ।

ଏହି ବୈଠକରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ଯମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ, ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଏବଂ ଖୋର୍ଦ୍ଧା ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଶ୍ରୀ ମନ୍ମଥ ରାଉତରାୟ ଉପସ୍ଥିତ ଥିଲେ।

ମେୟର ଶ୍ରୀମତୀ ସୁଲୋଚନା ଦାସ ଗ୍ରାମବାସୀଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକୁ ବିସ୍ତୃତ ଭାବେ ଶୁଣିଥିଲେ ଏବଂ ଏହି ପ୍ରସଙ୍ଗରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିନିଧୂ ଦଳକୁ ଆଶ୍ୱାସନ ଦେଇଥିଲେ। ଆଦି ଆଦିବାସୀ ସମୁଦାୟଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସମସ୍ୟାର ନ୍ୟାୟ ସଙ୍ଗତ ଓ ନିରପେକ୍ଷ ସମାଧାନ ପ୍ରତି ପ୍ରଶାସନ ସର୍ବଦା | ବଦ୍ଧପରିକର । ବିଜୁ ଜନତା ଦଳ ସଦାସର୍ବଦା ଆଦିବାସୀ ସମୁଦାୟଙ୍କ ସହିତ ରହିଛି ଓ ଆଗକୁ ମଧ୍ୟ ରହିବ । ଆଦିବାସୀ ସମୁଦାୟଙ୍କ ପାଇଁ ବିକାଶମୂଳକ ପଦକ୍ଷେପଗୁଡ଼ିକ ଯେପରି ସମ୍ବେଦନଶୀଳତା, ନ୍ୟାୟ ଏବଂ ପ୍ରଭାବିତ ଲୋକଙ୍କ ଅ ଅଧୂକାର ପ୍ରତି କିପ କିପରି ସମ୍ମାନ ରକ୍ଷା କରାଯାଇପାରିବ, ତାହା ସୁନିଶ୍ଚିତ କରିବାକୁ ବିଜୁ ଜନତା ଦଳ ଦୃଢ଼ ପ୍ରତିବଦ୍ଧ।