ସାମାଜିକ ଗବେଷଣାକୁ ପ୍ରୋତ୍ସାହନ ସହ ଓଡ଼ିଶାର ଭବିଷ୍ୟତ ପାଇଁ ମାର୍ଗ ଦେଖାଇବ – ଧର୍ମେନ୍ଦ୍ର ପ୍ରଧାନ -

Sep 29, 2025 - 07:05
 6
ସାମାଜିକ ଗବେଷଣାକୁ ପ୍ରୋତ୍ସାହନ ସହ ଓଡ଼ିଶାର ଭବିଷ୍ୟତ ପାଇଁ ମାର୍ଗ ଦେଖାଇବ – ଧର୍ମେନ୍ଦ୍ର ପ୍ରଧାନ -

ନିର୍ଦ୍ଦେଶକ, ଆଇଆତ୍ମ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇଆଇଟି ଖଡଗପୁର ପୁରର ନିଦେ ଭୁବନେଶ୍ବରର ଶ୍ବରର ନିର୍ଦ୍ଦେଶକ, ଟିଆଇଏସଏସର କୁଳପତି, ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ହେଲା ବୁଝାମଣା ও

ଓଡ଼ିଶା ରିସର୍ଚ୍ଚ ସେଣ୍ଟର ର ଏବଂ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ ଅନୁଷ୍ଠାନକୁ ଶୁଭେଚ୍ଛା

ଗବେଷଣା ଓ ତଥ୍ୟ ଆଧାରରେ ଯୁବପିଢିଙ୍କ ପାଖରେ ଓଡ଼ିଶାର ସବୁ ବିଷୟ ଉପସ୍ଥାପନା କରିବା

ଓଡ଼ିଶାର ସାମାଜିକ ଗବେଷଣା ଏବଂ ବିକାଶ ।ଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ କରିବ

ପୂର୍ବୋଦୟ କଳ୍ପନାରେ ଓଡ଼ିଶାରେ ନ୍ୟୁ ଏଜ୍ ନ୍ୟୁ ଏଜ୍ ଇକୋନୋମୀ ତିଆରି କରିବା ସମୟର ଆବଶ୍ୟକତା

ଇତିହାସ ଦର୍ପଣ ସ୍ବରୂପ, ଇତିହାସକୁ ମନେ ନ ପକାଇଲେ ଭବିଷ୍ୟତକୁ ଦେଖ୍ପାରିବନି

କଳିଙ୍ଗ * ଯୁଦ୍ଧ, ଭୀମମଣ୍ଡଳୀ, ତିର୍ତ୍ତୋଲ ସହ ଯୋଡି ହୋଇଥିବା ମାନବ ସଭ୍ୟତାର ଉଦାହରଣ ଦେଲେ

ଶ୍ରୀମନ୍ଦିର, ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିରର ଓଡ଼ିଆ ଜାତିର ବୈଜ୍ଞାନିକ ଚିନ୍ତାଧାରାର ପ୍ରତିଫଳନ

ବାଇମୁଣ୍ଡି, ଇମୁଣ୍ଡି, ଧର୍ମପଦ, ବାଜି ରାଉତ ସମୟ ସମୟରେ ଗୋଟିଏ ସମାଜ ଓ ଯୁବପିଢିର ତ୍ୟାଗ ଓ ସାହସକୁ ପ୍ରତିନିଧ୍ ପ୍ରତିନିତ୍ବ କରିଛନ୍ତି

ଗବେଷଣା ମାଧ୍ୟମରେ ଓଡ଼ିଶାର ଥିବା ସବୁ ସମ୍ଭାବନାକୁ ଉପଯୋଗ କରିବା, ଆଜିର ଏମଓୟୁ ସ୍ବାଗତଯୋଗ୍ୟ ପଦକ୍ଷେପ

ଭୁବନେଶ୍ବର, ସେପ୍ଟେମ୍ବର ୨୮ – ଓଡ଼ିଶା ରିସର୍ଚ୍ଚ ସେଣ୍ଟର (ଓଆରଏସ), ଭୁବନେଶ୍ବର ଏବଂ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ(ଟିଆଇଏସଏସ), ମୁମ୍ବାଇ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର(ଏମଓୟୁ) ସାମାଜିକ ଗବେଷଣାକୁ ପ୍ରୋତ୍ସାହନ ସହ ଓଡ଼ିଶାର ଭବିଷ୍ୟତ ଓ ଯୁବପିଢିର ଗବେଷଣା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ରବିବାର ଏହି ଏମଓୟୁ ସ୍ବାକ୍ଷର ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଓଆରଏସ ଏବଂ ଟିଆଇଏସଏସ ମୁମ୍ବାଇ ମଧ୍ଯରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ଦୁଇଟି ଅନୁଷ୍ଠାନକୁ ଶୁଭେଚ୍ଛା ଜଣାଇବା ସ‌ହ ଶ୍ରୀ ପ୍ରଧାନ କହିଛନ୍ତି, ଏହା କେବଳ ଦୁଇଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଚୁକ୍ତିନାମା ନୁହେଁ ବରଂ ଓଡ଼ିଶାର ଭବିଷ୍ୟତ ତଥା ଯୁବପିଢିର ଗବେଷଣାକୁ ଆଗକୁ ଗକୁ ନେବା ପାଇଁ ଏକ ମହତ୍ୱକାଂକ୍ଷୀ ଉଦ୍ୟମ । ଏହି ପଦକ୍ଷେପ ଓଡ଼ିଶାର ସାମାଜିକ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ କରିବ । ସେ ଆହୁରି କହିଛନ୍ତି ଯେ ଇତିହାସ ଦର୍ପ ଦର୍ପଣ ସ୍ବରୂପ । କୌଣସି ଜାତି ତା'ର ଇତିହାସକୁ ମନେ ନ ପକାଇ ଭବିଷ୍ୟତକୁ ଦେଖିପାରିବନି । ଓଡ଼ିଶାରେ ସଂଗଠିତ କଳିଙ୍ଗ ଯୁଦ୍ଧର ଇତିହ ତିହାସ ମଧ୍ଯ ଅନ୍ୟ ଦେଶରେ ରହିଛି । ନାକଟିଦେଉଳ ପାଖରେ ଥିବା ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ

ଅଞ୍ଚଳ ପୁରାତନ ମାନବ ନବ ସଭ୍ୟତା ସହ ଯୋଡି ହୋଇରହିଥ‌ିବ ଥ୍ବାର ପ୍ରମାଣ ଦେଉଛି । ପୁରୀ ଶ୍ରୀମନ୍ଦିଗ 1ନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର, ଲିଙ୍ଗରାଜ ମନ୍ଦିରର ନିର୍ମାଣ ଶୈଳୀ ଆମ ଓଡ଼ିଆ ଜାତିର ବୈଜ୍ଞାନିକ ଚିନ୍ତା ନ୍ତାଧାରା ଓ ସାମାଜିକ ବ୍ୟବସ୍ଥାର ପ୍ରତିଫଳନ । ଓଡ଼ିଶା ଭାଷା ଏବଂ ସାହିତ୍ୟର ମଧ୍ଯ ମଧ୍ଯ ସୁଦୀର୍ଘ ଇତି ଇତିହାସ ଅଛି । ସିଦ୍ଧ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ନାରୀ ସଶକ୍ତ କ୍ରୀକରଣର ଅ ଅନ୍ୟତମ ପ୍ରତୀକ । ଏହି ସମସ୍ତ ବ୍ୟବସ୍ଥା ଓ ସାହିତ୍ୟର ମୂଳରେ ଅନ୍ତର୍ନିହିତ ବୈଜ୍ଞାନିକ, ସାମାଜି ଜିକ ଓ ଅର୍ଥନୈତିକ ଦର୍ଶନ ରହିଛି । ୨୦୩୬ ମସିହାରେ ଓ ଓଡ଼ିଶା ଭାଷାଭିଭିକ ରାଜ୍ୟ ଭାବେ ବେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ । ଆମକୁ ଆମର ଇତିହାସ ହ୍ରାସକୁ ପ୍ରାଥମିକତା ଦେଇ ଓଡ଼ିଶା ଗବେଷଣା କେନ୍ଦ୍ର ମାଧ୍ଯମରେ ମରେ ଗବେଷଣା ଓ ତଥ୍ୟ ଆଧାରରେ ଯୁବପିଢିଙ୍କ ପାଖରେ ସବୁ ବିଷୟ ଉପସ୍ଥାପନା କରିବା ଆମର ଲକ୍ଷ୍ୟ |

ଓଡ଼ିଶା ହେଉଛି ଅପାର ସମ୍ଭାବନାର ରାଜ୍ୟ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ କଳ୍ପନା ନାରେ ଓଡ଼ିଶାରେ ନ୍ୟୁ ଏଜ୍ ଇକୋନୋମୀ ତିଆରି କରିବା ସମୟର ଆବଶ୍ୟକ‌ତା । ଆମ ରାଜ୍ୟର ପ୍ରତିଟି ଜିଲ୍ଲା ଶିକ୍ଷା, ଐତିହ୍ୟ, କଳା, ସଂସ୍କୃତି, ଇତିହାସ ଓ ସାହିତ୍ୟ ଦୃଷ୍ଟିରୁ ନିଜର ସ୍ବତନ୍ତ୍ର ପରିଚୟ ବଜାୟ ରଖୁଛି । ମହାପ୍ରଭୁ ଶ୍ର ଶ୍ରୀଜଗନ୍ନାଥ ଆମର ଦେବତା । ଓଡ଼ିଆ ଆ ଲୋକମାନେ ସବୁବେଳେ ସାହସୀ । ବାଇମୁଣ୍ଡି, ଧର୍ମପଦ, ବାଜି ରାଉତ ସମୟ ସମୟରେ ଗୋଟିଏ ସମାଜ ଓ ଯୁବପିଢିର ତ୍ୟାଗ ଓ ସାହସକୁ ପ୍ରତିନିତ୍ଵ କରିଛନ୍ତି । ବର୍ତ୍ତମାନର ସମୟ ଆସିଛି, ଆମକୁ ବଡ଼ ସ୍ବପ୍ନ ଦେଖ‌ିବା ପାଇଁ ପଡିବ । ଗବେଷଣା ମାଧ୍ଯମରେ ଓଡ଼ିଶାର ଥିବା ସବୁ ସମ୍ଭାବନାକୁ ଉପଯୋଗ କରିବା, ଏ ଦିଗରେ ଆଜିର ଏମଓୟୁ ଏମ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତ ପ୍ରକାଶ କରିଥିଲେ ।

ଏହି ଏମଓ ଏମଓୟୁ ସମାରୋହରେ ଓଡ଼ିଶାର ଉଚ୍ଚ ଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ ସୂର୍ଯ୍ୟବଂଶୀ ସୂରଜ, ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ସୁମନ ଚକ୍ରବର୍ତ୍ତୀ, ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର, ଆଇସିଏସଏସଆରର ମେମ୍ଵ ସେକ୍ରାଟେରୀ ପ୍ରଫେସର ଧନଞ୍ଜୟ ସିଂହ, ଟିଆଇଏସଏସର କୁଳପତି ପ୍ରଫେସର ବଦ୍ରି ନାରାୟଣ ତିୱାରୀ, ଓଡ଼ିଶା ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ, ସିଏସଆଇଆର-ଆଇଏମଏମଟି ମଟିର ନିର୍ଦ୍ଦେଶକ ସଦସ୍ୟଗଣ ଡକ୍ଟର ର ରାମାନୁଜ ରାମ ନ ନାରାୟଣ, ପ୍ରଫେସର କିଶୋର ବାଶା ଏବଂ ପରିଚାଳନା ପରିଷଦର ଅନ୍ୟାନ୍ୟ ମୁଖ ଉପସ୍ଥିତ ଥିଲେ 1 ଗଣ ପ୍ରମୁଖ