ହୀରାକୁଦ ରେ 'ପଞ୍ଜୁରୀ ମାଛ ଚାଷର ସୁବିଧା କେନ୍ଦ୍ର' ดเด...

Oct 3, 2025 - 22:06
 10
ହୀରାକୁଦ ରେ 'ପଞ୍ଜୁରୀ ମାଛ ଚାଷର ସୁବିଧା କେନ୍ଦ୍ର' ดเด...

ହୀରାକୁଦ /ସମ୍ୱଲପୁର, ଅକ୍ଟୋବର ୦୩ – ଓଡ଼ିଶା ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳୀ ସ୍ବାଗତଯୋଗ୍ୟ ପଦକ୍ଷେପ । ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ୩୭ଏକର ପରିମିତ ଜମିରେ ନିର୍ମାଣ ହୋଇଥିବା 'ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର' ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ରତ୍ନଗର୍ଭା ହୀର କୁଦ ଜଳଭଣ୍ଡାରର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବ ବୋଲି ଏହାକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁରର ହୀରାକୁଦ ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଞ୍ଜାମ ଓ ବାଲେଶ୍ବର ପରେ ମାଛ ଉତ୍ପାଦନରେ ସମ୍ବଲପୁର ଜିଲ୍ଲା ଅଗ୍ରଣୀ ରହିଛି । ହୀରାକୁଦ ସମେତ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର ମାଛ ଉତ୍ପାଦନ ହେଉଛି, ଯାହା ପ୍ରଶଂସନୀୟ । ଏଠାରେ ମାଛ ଉତ୍ପାଦନକୁ ଆହୁରି ବଢାଇବା ପାଇଁ ପଦକ୍ଷେପ ନିଆଯିବ । ମାଛକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଶୀତଳ ଭଣ୍ଡାର, ବରଫ କାରଖାନା ଭଳି ଆଧୁନିକ ସୁବିଧା ଉପଲବ୍ଧ ହେବ । ଉନ୍ନ‌ତ ପ୍ରକ୍ରିୟାକରଣ ଯୋଗୁଁ ଆମ ମାଛର ମାନ ବୃଦ୍ଧି ପାଇବ । ଫଳରେ ଏହାକୁ କେବଳ ଓଡ଼ିଶା ନୁହେଁ, ଦେଶର ବଡ଼ ବଡ଼ ବଜାର ଏବଂ ଅନ୍ତର୍ଜାତୀୟ ବଜାରକୁ ପଠାଇବା ସହଜ ହେବ ।

ଓଡ଼ିଶାର ଅର୍ଥନୀତି ପାଇଁ ମତ୍ସ୍ୟଚାଷ ଓ ପଶୁପାଳନ ଏକ ଗୁରୁତ୍ବପୂର୍ଣ ସ୍ତମ୍ଭ । ରାଜ୍ୟରେ ପ୍ରାୟ ୧୨ ଲକ୍ଷ ମେଟ୍ରିକ୍ ଟନ ମାଛ ଉତ୍ପାଦନ ହେଉଛି । ଏହାକୁ ଦୁଇ ତିନି ଗୁଣା କରାଇଲେ ହିଁ ମତ୍ସ୍ୟଚାଷୀଙ୍କ ବିକାଶ ସହ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ । ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନା ହେଉଛି ‘ବିକଶିତ ଓଡ଼ିଶା' ଓ ‘ବିକଶିତ

ଭାରତ' । ସେହି କଳ୍ପନାକୁ ସାକାର କରିବା ଦିଗରେ ସମ୍ବଲପୁର ଗୋଶାଳା ବସନ୍ତପୁରରେ ଏକ ଅତ୍ୟାଧୁନିକ ମାଛ ଚାଷ ଓ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୋଦୀ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି । ଡବଲ ଇଞ୍ଜିନ ସରକାରର ସହଯୋଗରେ ଏଠାରେ ସମୟୋପଯୋଗୀ ତାଲିମ ଶିବିର ଆୟୋଜନ କରା‌ଯିବ । ଏଠାରେ ମାଛ ଧରିବାର ନୂଆ ଉପାୟ, ସ୍ବଚ୍ଛତା ଓ ପ୍ରକ୍ରିୟାକରଣର ଆଧୁନିକ ଜ୍ଞାନକୌଶଳ ଶିଖୂପାରିବେ । ଏହା କେବଳ ମତ୍ସ୍ୟଜୀବୀଙ୍କ ଆୟ ବଢାଇବ ନାହିଁ, ବରଂ ଏହି ଅଞ୍ଚଳରେ ଅନେକ ନୂତନ ନିଯୁକ୍ତି ସୁଯୋଗ ମଧ୍ଯ ସୃଷ୍ଟି କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତବର୍ଷ ସମ୍ବଲପୁର ଜିଲ୍ଲାରେ ୩୨ ଲକ୍ଷ କ୍ସିଣ୍ଟାଲ ଧାନ କିଣାହୋଇଛି, ଯାହାର ମୂଲ୍ୟ ପାଖାପାଖ୍ ୧୦୦୦ କୋଟି ହେବ । ସମ୍ବଲପୁର ଜିଲ୍ଲାରେ ମତ୍ସ୍ୟ ଚାଷ ସମେତ ପଶୁପାଳନ, ଦୁଗ୍ଧ ଚାଷ, ପନିପରିବା ଚାଷ ଭଳି ଆନୁଷଙ୍ଗିକ କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଚାଷ ଓ ଚାଷୀ ସମୃଦ୍ଧ ହେଲେ ହିଁ ସମାଜ ସମୃଦ୍ଧ ହେବ । ଜୈବିକ ମାଛ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।