ଆଜି ଆସିବେ ଗଡ଼କରୀ: ଲୋକାର୍ପଣ କରିବେ ସିଦ୍ଧମହାବୀର ରେଳ ଓଭର୍‌ବ୍ରିଜ୍‌

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀ ଗସ୍ତରେ ଆସୁଛନ୍ତି।

Feb 15, 2024 - 11:57
 7
ଆଜି ଆସିବେ ଗଡ଼କରୀ: ଲୋକାର୍ପଣ କରିବେ ସିଦ୍ଧମହାବୀର ରେଳ ଓଭର୍‌ବ୍ରିଜ୍‌

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ଗୁରୁବାର ପୁରୀ ଗସ୍ତରେ ଆସୁଛନ୍ତି। ଶ୍ରୀ ଗଡ଼କରୀ ମଧ୍ୟାହ୍ନ ପ୍ରାୟ ୧୨ଟା ୧୦ରେ ହେଲିକପ୍ଟର ଯୋଗେ ଆସି ତାଳବଣିଆ ହେଲିପ୍ୟାଡ୍‌ରେ ଅବତରଣ ପରେ କଡ଼ା ସୁରକ୍ଷା ଭିତରେ ଶରଧାବାଲିସ୍ଥିତ ସଭାରେ ଯୋଗଦେବେ। ସିଦ୍ଧମହାବୀର ରେଳ ଓଭରବ୍ରିଜ୍‌ର ଶିଳାନ୍ୟାସ ସହ ଜାତୀୟ ରାଜପଥ ସଂପର୍କିତ ଅନ୍ୟାନ୍ୟ ପ୍ରକଳ୍ପର ଘୋଷଣା କରିବେ।

ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏରେ ସଭାସ୍ଥଳରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ପ୍ରାୟ ୧ଟା ୪୫ରେ ଶ୍ରୀମନ୍ଦିରଠାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବେ। ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ରହିବାପରେ ପୁରୀ ତାଳବଣିଆସ୍ଥିତ ମଧୁସୂଦନନଗରଠାରେ ଥିବା ବିଜେପି ନେତା ସମ୍ବିତ ପାତ୍ରଙ୍କ ଘରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଆକାଶମାର୍ଗରୁ ସାତପଡ଼ାରୁ ଜହ୍ନିକୁଦା ପର୍ଯ୍ୟନ୍ତ ଯୋଗାଯୋଗ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଅପରାହ୍ଣ ୩ଟା ୧୫ରେ ପୁନର୍ବାର ହେଲିକପ୍ଟର ଯୋଗେ ଭୁବନେଶ୍ବର ଫେରିଯିବାର କାର୍ଯ୍ୟକ୍ରମ ରହିଛି।