୧ ଜୁଲାଇରୁ କାର୍ଯ୍ୟକାରୀ ହେବ ୩ ନୂଆ ଅପରାଧିକ ଆଇନ: ସରକାରଙ୍କ ସୂଚନା

୧ ଜୁଲାଇରୁ କାର୍ଯ୍ୟକାରୀ ହେବ ୩ ନୂଆ ଅପରାଧିକ ଆଇନ: ସରକାରଙ୍କ ସୂଚନା

ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟ ଅଇନରେ ପରିବର୍ତ୍ତନ ଆଣିବାକୁ ସରକାର ଶନିବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁଲାଇ ୧ରୁ ପୂର୍ବ ପ୍ରଚଳିତ ଆଇନ ବଦ‌ଳରେ ୩ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ହେବ।

ପୁରାତନ ଆଇନ ବଦଳରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରଭୃତି ୩ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ କରାଯିବ।

ଏସବୁ ଆଇନ ସଂଶୋଧନ ବିଲ୍ ୨୦୨୩ ଅଗଷ୍ଟରେ ସଂସଦର ମୌସୁମୀ ଅଧିବେସନରେ ଆଗତ ହୋଇଥିଲା। ପରେ ଏହାକୁ ଗୃହ ମନ୍ତ୍ରଣାଳୟର ଷ୍ଟାଣ୍ଡିଙ୍ଗ କମିଟି ପାଖକୁ ପଠାଯାଇଥିଲା। ବହୁ ସମୀକ୍ଷା ପରେ ଏହି ବିଲକୁ ପ୍ରସ୍ତାବରେ ପରିଣତ କରାଯାଇଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ।

ଏହା ଅନ୍ତର୍ଗତ ୧୮୬୦ ଆଇପିସି, ୧୯୭୩ ଦିଆରପିସି ଏବଂ ଏଭିଡେନ୍ସ ଆକ୍ଟ ୧୮୭୨ରେ ପରିବର୍ତ୍ତନ କରାଯାଇଥିଲା।

ଏବେ ଏସବୁ ପୁରୁଣା ଆଇନ ବଦଳରେ ନୂଆ ଆଇନ କାର୍ଯ୍ୟକାରୀ କରାଯାଇ ଆଇନ ବ୍ୟବସ୍ଥାରେ ନୂତନ ସଂସ୍କାର ଅଣାଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂନନା ପ୍ରଦାନ କରାଯାଇଛି। ଏହା ଦ୍ବାରା ଅପରାଧିକ କାର୍ଯ୍ୟ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଅପରାଧ କରି ଆଉ ଅପରାଧି ସହଜରେ ଖସିଯିବା ସମ୍ଭବ ହେବ ନାହିଁ ବୋଲି ସରକାର କହିଛନ୍ତି।