ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ଜୋର ଧରିଲାଣି ଦଳବଦଳ ରାଜନୀତି। ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିଲେ ଅରବିନ୍ଦ ଢାଲି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଅରବିନ୍ଦ ଢାଲି। ଏହାଛଡ଼ା ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ସାମିଲ ହେଲେ। ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ୍ ପ୍ରଧାନ ବି ବିଜେପିରେ ସାମିଲ୍ ହୋଇଛନ୍ତି।

ସେପଟେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ୍ ରାଜୁ ଦାସ। ଗତ ଧାମନଗର ଉପନିର୍ବାଚନରେ ତାଙ୍କୁ ବିଜେଡି ଟିକଟ ନ ଦେବାରୁ ବିଦ୍ରୋହ କରି ସ୍ୱାଧୀନ ଭାବେ ଠିଆ ହୋଇଥିଲେ। ବିଜେଡି ତାଙ୍କୁ ସସପେଣ୍ଡ କରିବା ସତ୍ତ୍ୱେ ନିର୍ବାଚନ ଲଢି ରାଜୁ ଦାସ ବିଜେଡି ଭୋଟ୍ ବିଭାଜନ କରିଦେବାରୁ ବିଜେପି ଧାମନଗର ଗଡ଼ ବଜାୟ ରଖିପାରିଥିଲା। ସହଜରେ ବିଧାୟକ ଭାବେ ଜିତିଥିଲେ ସୂର୍ଯ୍ୟବଂଶୀ ସୂରଜ।