ନୂଆପଡା ଉପ ନିର୍ବାଚନର ହାଲ ଚାଲ...

Oct 27, 2025 - 18:38
 6
ନୂଆପଡା ଉପ ନିର୍ବାଚନର ହାଲ ଚାଲ...

ନୂଆପଡ଼ା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ପ୍ରତ୍ୟାହାର ଅବଧି ଶେଷରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି.

୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା..

ଭାରତୀୟ ଜନତା ଦଳରୁ ଶ୍ରୀ ଜୟ ଢୋଲକିଆ, 

ବିଜୁ ଜନତା ଦଳରୁ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, 

ଭାରତୀୟ ଜାତୀୟ କଂଗ୍ରେସରୁ ଶ୍ରୀ ଘାସିରାମ ମାଝୀ 

ତତସହିତ ସମାଜବାଦୀ ପାର୍ଟିରୁ ଶ୍ରୀ ରମାକାନ୍ତ ହାତୀ, 

ବହୁଜନ ମୁକ୍ତି ପାର୍ଟି ରୁ ଶ୍ରୀ ହେମନ୍ତ ତାଣ୍ଡି, 

ଓଡ଼ିଶା ଜନତା ଦଳରୁ ଶ୍ରୀ ଶୁକଧର ଦଣ୍ଡସେନା ଙ୍କ 

ସମେତ ୮ ଜଣ ସ୍ୱାଧୀନ ପ୍ରାର୍ଥୀ..

ଶ୍ରୀ ଆଶ୍ରୟ ମହାନ୍ଦନ, ଇ.ଚକ୍ରାନ୍ତ ଜେନା, ଶ୍ରୀ ଭୁବନ ଲାଲ ସାହୁ, ଶ୍ରୀ କିଶୋର କୁମାର ବାଗ, ଶ୍ରୀମତୀ ନୀତା ବାଗ, ଶ୍ରୀ ଲକ୍ଷ୍ମୀକାନ୍ତ ତାଣ୍ଡି, ଶ୍ରୀ ଭକ୍ତବନ୍ଧୁ ଧରୁଆ ଓ ଶ୍ରୀ ଲୋଚନ ମାଝୀ ପ୍ରମୁଖ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ।

ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଥିବାବେଳେ ୧୪ ତାରିଖ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ

ମୁଖ୍ୟତଃ 3 ନାମକରା ଦଳଙ୍କ ଭିତରେ ଭୋଟ ଲଢେଇ ହେବ...

କଂଗ୍ରେସ ପୁରୁଣା ଦଳ ହେଲେବି ରାଜ୍ୟରେ ସ୍ଥିତି ଆଦୌ ଭଲ ନାହିଁ କହିଲେ ଚଳେ 

ତେଣୁ ଭୋଟର କାହାକୁ ଭରସା କରି ଭୋଟ ଦେବେ!

ବିଜେଡି ର ଦୁର୍ଗ ତାହା ଥିଲାବେଳେ ଏବେ ଘଟିଛି ପଟ ପରିବର୍ତ୍ତନ | ଅତୀତରେ ବିଜେଡି ଶାସନରେ ଥାଇ ଅନ୍ୟର ଦଳ ଲୋକଙ୍କୁ ଆଣି ଭୋଟ ଲଢେଇରେ ବିଜୟ ହାସଲ କରିବାର ତରିକା ଯୋଗୁଁ ଏଠାରେ ହାରିବା ଏକ ପ୍ରକାର ନିଶ୍ଚିତ ହୋଇ ପଡୁଛି 

ସାଧାରଣତଃ ଶାସନରେ ଥିବା ଦଳ ହିଁ ଉପନିର୍ବାଚନରେ ବିଜୟ ଲାଭ କରିଥାନ୍ତି, ଶାସକ ଦଳ ଯାହାକୁ ଆଣି ମିଶେଇ ଲଢ଼ିଲେ ବି ସେଇ ହିଁ ବିଜୟଲାଭ କରିଥାନ୍ତି ;

ତେଣୁ ବିଜେପି ର ବିଜୟ ସୁନିଶ୍ଚିତ ବୋଲି ରାଜନୀତି ପାଣିପାଗ ଯଥେଷ୍ଟ ସମ୍ଭାବନାରେ ରହିଛି ||