ଓଡିଶା ମହିଳା ରଗବୀ ଟିମ ର ସର୍ବ ଭାରତୀୟ ସ୍ତରରେ ରୌପ୍ୟ ପଦକ ହାସଲ .

ଓଡିଶା ମହିଳା ରଗବୀ ଟିମ ର ସର୍ବ ଭାରତୀୟ ସ୍ତରରେ ରୌପ୍ୟ ପଦକ ହାସଲ .

ଉତ୍ତରାଖଣ୍ଡର ଡେରାଡୁନ୍‌ ଠାରେ ଅନୁଷ୍ଠିତ ହୋଇଥିବା ଜୁନିୟର ନ୍ୟାସନାଲ ରଗବୀ 7s ଚାମ୍ପିଅନସିପ୍-୨୦୨୫ (Junior National Rubgy 7s Championship -2025)ରେ ଓଡ଼ିଶା ମହିଳା ରଗବୀ ଟିମ୍ ରୌପ୍ୟ ପଦକ ହାସଲ କରିଛି | କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶା ମହିଳା ରଗବୀ ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହିତ କ୍ରୀଡ଼ାବିତ୍‌ମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏଥିସହ ରଗବୀ ଟିମ୍‌ର ଏହି ବିଜୟ ଓଡ଼ିଶାର କ୍ରୀଡ଼ାବିତ୍‌ମାନଙ୍କୁ ଓ ବିଶେଷ ଭାବରେ ମହିଳା କ୍ରୀଡ଼ାବିତ୍‌ମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।