BDA ରେ ଥବା park ଶନି ଓ ରବିରେ ରହିବ ଖୋଲା...
ଭୁବନେଶ୍ବର: ଭୁବନେଶ୍ବର ଉନ୍ନୟନ କତୃପକ୍ଷ ପରିଚାଳିତ ସବୁ ପାର୍କ ଶନିବାର ଓ ରବିବାର ଦିନସାରା ଖୋଲା ରହିବ। ସପ୍ତାହାନ୍ତିରେ ଅପରାହ୍ନ ବିଶ୍ରାମ ବ୍ୟବସ୍ଥା ଉଚ୍ଛେଦ ନେଇ ଭୁବନେଶ୍ବର ଉନ୍ନୟନ କତୃପକ୍ଷ ପକ୍ଷରୁ ସୂଚନା ମିଳିଛି। ନୂଆ ସମୟସୂଚୀ ଆସନା ୧୩ ତାରିଖ ଠାରୁ ଲାଗୁ ହେବ । ଭୁବନେଶ୍ବର ଉନ୍ନୟନ କତୃପକ୍ଷ ବର୍ତ୍ତମାନ ଭୁବନେଶ୍ବରରେ ୫୦ଟି ପ୍ରମୁଖ ପାର୍କ ପରିଚାଳନା କରୁଛି। ଏହି ପାର୍କଗୁଡ଼ିକରେ ପ୍ରତିଦିନ ପ୍ରାୟ ୩୫,୦୦୦ ଦର୍ଶକ ଆସୁଛନ୍ତି।