GCPE ଅନୁଷ୍ଠାନର ଆଲୁମିନି ଉତ୍ସବ...
GCPE ଅନୁଷ୍ଠାନର ଆଲୁମିନି ଉତ୍ସବ...
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର, ଭୁବନେଶ୍ଵରଠାରେ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (GCPE) ଆଲୁମିନି ଆସୋସିଏସନର ବାର୍ଷିକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ l
ପ୍ରାରମ୍ଭରେ ଦିବଂଗତ ଅଧ୍ୟାପିକା ଡ. ଭାରତୀ ଦାସ ଓ ଅନ୍ୟାନ୍ୟ ଦିବଂଗତ ପୁରାତନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା l
ଅନୁଷ୍ଠାନର ସଭାପତି ଡ. ମନମୋହନ ରାଉତ ନିଜର ଅଧ୍ୟକ୍ଷତାରେ ସମସ୍ତ ଅତିଥି ଓ ଉପସ୍ଥିତ ସମସ୍ତଙ୍କ ପାଇଁ ସ୍ଵାଗତ ଅଭିଭାଷଣ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦେବେନ୍ଦ୍ରନାଥ ବେହେରା ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ।
ନିଜକୁ ସୁସ୍ଥ ରଖିବା ସହ ସମାଜ ପାଇଁ ନିଜର କର୍ତ୍ତ୍ୟବ୍ୟ ସମ୍ପାଦନ କରିବା ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟ ମାଧ୍ୟମରେ ସେ ଆଲୋକପାତ କରିଥିଲେ।
ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବର୍ତ୍ତମାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁରେଶ କୁମାର ମହାପାତ୍ର, ଓଡ଼ିଶା ସରକାରଙ୍କ ଶାରୀରିକ ଶିକ୍ଷା ବିଭାଗର ସହ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡ଼ା, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଶାରୀରିକ ଶିକ୍ଷା ଅଧିକାରୀ ଡ. ଅଞ୍ଜନ କୁମାର ଖୁଣ୍ଟିଆ, ଡିଏଭି ପୋଖରୀପୁଟର ଶାରୀରିକ ଶିକ୍ଷା ବିଭାଗର ମୁଖ୍ୟ ନବ କିଶୋର ମହାପାତ୍ର, ବରିଷ୍ଠ କ୍ରୀଡା ସଂଗଠକ ଶ୍ରୀ ଅଜୟ କୁମାର ନାୟକ ଯୋଗଦେଇ ନିଜ ନିଜର ଅଭିଭାଷଣରେ ଶାରୀରିକ ଶିକ୍ଷା କ୍ଷେତ୍ରରେ ସମସ୍ତ ଶିକ୍ଷକ ମାନଙ୍କର ଭୂମିକା ସହ କିପରି ଭାବେ ଓଡିଶା ଶାରୀରିକ ଶିକ୍ଷାକୁ ଶୀର୍ଷ ସ୍ଥାନକୁ ନିଆଯାଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।
ଅନୁଷ୍ଠାନର ପରମ୍ପରା ଅନୁଯାୟୀ ଏହି ବର୍ଷ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରାଙ୍କୁ ଜୀବନବ୍ୟାପୀ ଶାରୀରିକ ଶିକ୍ଷା କ୍ଷେତ୍ର ପ୍ରତି ଅବଦାନ ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀ ହାସ୍ୟ ଅଭିନେତା ଶଙ୍କର ପ୍ରଧାନ ସହ ଆଶିଷ ପ୍ରଧାନ, ସରୋଜିନୀ ପାତ୍ର, ମହାଶ୍ଵେତା ଷଡଙ୍ଗୀ, ନବ ପଣ୍ଡା, ଅମ୍ବିକା ମହାନ୍ତି, ଶତ୍ରୁଘ୍ନ ସୋମରାଜ, ମନୋଜ ସାହୁ, ସସ୍ମିତା ସ୍ଵାଇଁ, ଶକ୍ତି ମହାନ୍ତି, ସତ୍ୟ ରଞ୍ଜନ ରାଉତ, ଶ୍ରଦ୍ଧାମୟୀ ରାଉତ. ଜୟଶ୍ରୀ ରାଉତରାୟ, ସୁରଞ୍ଜିତା ଦେବୀ, ସରୋଜ ମହାପାତ୍ର, ଗୀତା ଦ୍ଵିବେଦୀ, ବିଦ୍ୟାଧର ସେଠୀ ଓ ଅନ୍ୟମାନେ ସହଯୋଗ କରିଥିଲେ।
ଅନୁଷ୍ଠାନର ଉପସଭାପତି ବାସୁଦେବ ଭଟ୍ଟ ଆଗାମୀ ଯୋଜନା ବିଷୟରେ ଉପସ୍ଥାପନ କରିଥିବା ବେଳେ ସମ୍ପାଦକ ସମିମ ଖାନ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ।
ସହସମ୍ପାଦକ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ଡ. ପ୍ରଦୀପ କୁମାର ଦୋରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।