ପିଲାମାନେ ମୋବାଇଲ ବ୍ୟବହାର ପାଇଁ କଟକଣା ନାହିଁ...
ନୂଆଦିଲ୍ଲୀ : ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ
ଦ୍ବାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ବାର୍ଥ ମାମଲା (PIL)କୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି କୋର୍ଟ ସୃଷ୍ଟ ଭାବରେ କହିଛନ୍ତି ଯେ ଏପରି ନିଷ୍ପତ୍ତ ନୀତିଗତ ମାମଲା, ଯାହା ସରକାରଙ୍କ ଅଧୂକାର କ୍ଷେତ୍ର ମଧ୍ୟରେ, ନ୍ୟାୟପାଳିକାର ନୁହେଁ।
ଶୁଣାଣି ସମୟରେ, ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ ଆବେଦନକାରୀଙ୍କୁ ପଚାରିଥିଲେ, “ନେପାଳରେ ଏପରି ପ୍ରତିବନ୍ଧକ ଲଗାଇବା ପାଇଁ ଚେଷ୍ଟା କରାଯିବା ସମୟରେ କ'ଣ ଘଟିଥିଲା ଜାଣିଛନ୍ତି କି?” କୋର୍ଟ ସେତେବେଳେ କହିଥିଲେ, “ଧନ୍ୟବାଦ, ଆମେ ଏହି ଆବେଦନର ଶୁଣାଣି କରୁନାହୁଁ।”