ବଢିଲା ଅଙ୍ଗନବାଡି କର୍ମୀଙ୍କ ଦରମା, ଏଣିକି ମାସକୁ ମିଳିବ ୧୦ ହଜାର

ବଢିଲା ଅଂଗନବାଡି କର୍ମୀଙ୍କ ଦରମା । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହିପରି ଏକ ବଡ ଘୋଷଣା କରିଛନ୍ତି । ମାସକୁ ଏଣିକି ୭ ହଜାର ୫୦୦ ବଦଳରେ ୧୦ ହଜାର ଟଂକା ପାରିଶ୍ରମିକ ପାଇବେ ଅଂଗନବାଡି କର୍ମୀ । ଦରମା ବଢିବା ପରେ ବାର୍ଷିକ ଦରମା ୪୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା ପାଇବେ ଅଂଗନବାଡି ଦିଦି ।
ଏହାଦ୍ୱାରା ୧ ଲକ୍ଷ ୪୮ ହଜାର ଅଙ୍ଗନୱାଡି କର୍ମୀ ଏବଂ ମିନି ଅଙ୍ଗନୱାଡି କର୍ମୀ ଓ ଅଙ୍ଗନୱାଡି ସହାୟିକା ଉପକୃତ ହେବେ ।