ICC ଘୋଷଣା କଲା ମାସର ଶ୍ରେଷ୍ଠ ଖେଳାଳି...

Oct 16, 2025 - 21:35
 11
ICC ଘୋଷଣା କଲା  ମାସର ଶ୍ରେଷ୍ଠ ଖେଳାଳି...

ଏସିଆ କପରେ ଅନେକ ଚମତ୍କାର ପ୍ରଦର୍ଶନ କରି ସାରା ବିଶ୍ବରେ ଚର୍ଚାରେ ଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ମିଳିଛି ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର । 

????ଏସିଆ କପରେ ସବୁ ଦେଶର ବୋଲରକୁ ପ୍ରହାର କରିଥିଲେ ଅଭିଷେକ ଶର୍ମା ।  

????ଅଭିଷେକ ଶର୍ମାଙ୍କୁ ସେପ୍ଟେମ୍ବର 2025 ପାଇଁ ICC , ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି।

????ଅଭିଷେକଙ୍କ ନିର୍ଭୀକ ଖେଳ ତାଙ୍କୁ ବିଶ୍ୱ କ୍ରିକେଟର ସବୁଠାରୁ ନମ୍ବର ଓ୍ବାନ ଖେଳାଳି ଭାବେ ସ୍ବୀକୃତି ଦେଇଛି ।  

????ପୁରସ୍କାର ପାଇବା ପରେ ସେ କହିଛନ୍ତି ଏହି ICC ପୁରସ୍କାର ଜିତିବା ବହୁତ ଭଲ ଲାଗୁଛି । ମୁଁ ଖୁସି ଯେ ଏହା କିଛି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଆସିଛି । 

????ଅଭିଷେକ କହିଛନ୍ତି ସେ ଭାରତ ଭଳି ଏକ ଦଳର ଅଂଶ ହୋଇଥିବାରୁ ଗର୍ବିତ, ଯିଏ ସବୁଠାରୁ କଷ୍ଟକର ପରିସ୍ଥିତିରୁ ବିଜୟ ହାସଲ କରିପାରିବ। 

T20 ରେ ଆମର ସାମ୍ପ୍ରତିକ ଟ୍ରାକ୍ ରେକର୍ଡ ଭଲ । " ମାର୍ଗଦର୍ଶନ ପାଇଁ ମୋର ସମସ୍ତ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଉଛି।" 

ମୁଁ ଏହି ପୁରସ୍କାର ପାଇଁ ମୋତେ ଚୟନ କରିଥିବା ପ୍ୟାନେଲ ନିକଟରେ ମଧ୍ୟ କୃତଜ୍ଞ’’ ବୋଲି କହିଛନ୍ତି ଅଭିଷେକ । 

????୨୫ ବର୍ଷୀୟ ଖେଳାଳି ଅଭିଷେକ ଏସିଆ କପ୍ ସମୟରେ ସାତଟି ଟି-୨୦ରେ ୩୧୪ ରନ୍ ସଂଗ୍ରହ କରିଛନ୍ତି ।  

????ଟୁର୍ଣ୍ଣାମେଣ୍ଟର ପ୍ରମୁଖ ରନ୍ ସ୍କୋରର ହୋଇଛନ୍ତି ଅଭିଷେକ ।

????ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ପୁରସ୍କୃତ ହୋଇଛନ୍ତି । 

????ସେ ଟୁର୍ଣ୍ଣାମେଣ୍ଟରେ ହାରାହାରି ୪୪.୮୫ ଏବଂ ୨୦୦ ଷ୍ଟ୍ରାଇକ୍ ରେଟ୍ ସହ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି। 

????ଅଭିଷେକ ଶ୍ରୀଲଙ୍କା ବିପକ୍ଷରେ ଭାରତର ସେମିଫାଇନାଲ ବିଜୟରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।  

????ଏହି ଇନିଂସ ତାଙ୍କୁ ଆଇସିସି ପୁରୁଷ ଟି-୨୦ ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ କ୍ୟାରିୟରର ସର୍ବୋଚ୍ଚ ରେଟିଂ ୯୩୧ ପଏଣ୍ଟରେ ପହଞ୍ଚିବାକୁ ମଧ୍ୟ ବାଟ ରଖିଥିଲା । ଯାହା ୨୦୨୦ ରେ ଇଂଲଣ୍ଡର ଡେଭିଡ୍ ମାଲାନଙ୍କ ଦ୍ୱାରା ସ୍ଥିର କରାଯାଇଥିବା ପୂର୍ବ ଶ୍ରେଷ୍ଠ ୯୧୯ ପଏଣ୍ଟକୁ ଅତିକ୍ରମ କରିଛି ।

????ସେମିଫାଇନାଲ ପୂର୍ବରୁ, ଅଭିଷେକ ଭାରତର ଗ୍ରୁପ୍-ଷ୍ଟେଜ୍ ବିଜୟରେ ପାକିସ୍ତାନ ବିପକ୍ଷରେ ୭୫ ରନ୍ କରିଥିଲେ । ତା ପୂର୍ବରୁ ବାଂଲାଦେଶ ବିପକ୍ଷରେ ୭୪ ସ୍କୋର କରିଥିଲେ। 

????ପ୍ରତ୍ୟେକ ମ୍ୟାଚ୍‌ରେ 30 କିମ୍ବା ତା’ଠାରୁ ଅଧିକ ରନ୍ କରିଥିଲେ।

????ଏସିଆ କପ୍‌ରେ, ସେ ଭାରତକୁ ଧମାକାଦାର ଆରମ୍ଭ ଦେଇଥିଲେ ।

????ପ୍ରତି ଇନିଂସର ପ୍ରାରମ୍ଭରେ ବଡ଼ ପାର୍ଟନରସିପ ଗଢ଼ିବାରେ ସହଯୋଗ କରିଥିଲେ ।  

????ଏସିଆ କପ୍‌ରେ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର, ତାଙ୍କ ଭଲ ବ୍ୟାଟିଂକୁ ଦେଖି ଦିଆଯାଇଥିଲା ।