NALCO ପକ୍ଷରୁ ସାମ୍ବାଦିକ ସମିଳନୀ
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଆଜି ଭୁବନେଶ୍ବର ଠାରେ "ମିଡିଆ କନେକ୍ଟ ୨୦୨୫" ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟର ପ୍ରମୁଖ ଗଣମାଧ୍ଯମ ଓ ଯୋଗାଯୋଗ ସଂସ୍ଥା ଯୋଗଦେଇଥିଲେ।
ଏହି ବୈଠକରେ ନାଲକୋ ଅଧ୍ଯକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଉପସ୍ଥିତ ରହି ନିଜର ମତ ବିନିମୟ କରିଥିଲେ । ଏଥିସହ, ନାଲକୋର ନିର୍ଦ୍ଦେଶକ ମଣ୍ଡଳୀ ଯଥା, ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା, ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ) ଶ୍ରୀ ଜଗଦୀଶ ଆରୋରା, ନିର୍ଦ୍ଦେଶକ (ମାନବ ସମ୍ୱଳ) ଡକ୍ଟର ତାପସ କୁମାର ପଟ୍ଟନାୟକ ଏବଂ ନିର୍ଦ୍ଦେଶକ (ଅର୍ଥ) ଶ୍ରୀ ଅଭୟ କୁମାର ବେହୁରିଆ ମଧ୍ୟ ଉପସ୍ଥିତ ଥିଲେ I ପ୍ରାରମ୍ଭରେ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଶୁତୋଷ ରଥ ଗଣମାଧ୍ଯମ ପ୍ରତିନିଧ୍ ମାନଙ୍କୁ ସ୍ବାଗତ ଜଣାଇବା ସହ କମ୍ପାନୀର କାର୍ଯ୍ୟକଳାପ ଏବଂ ସଫଳତା ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ।