ପୂର୍ବତନ ବିଧାୟକ ଆୟୁବ୍ ଖାନ୍ଙ୍କ ବିୟୋଗରେ ଶଙ୍ଖ ଭବନରେ ଶୋକ ସଭା...

May 14, 2026 - 14:35
 7
ପୂର୍ବତନ ବିଧାୟକ ଆୟୁବ୍ ଖାନ୍ଙ୍କ ବିୟୋଗରେ ଶଙ୍ଖ ଭବନରେ ଶୋକ ସଭା...

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଆୟୁବ ଖାନଙ୍କ ବିୟୋଗ ହୋଇଯାଇଛି । 

ତାଙ୍କ ଅମର ଆତ୍ମର ସଦ୍ଗତି ପାଇଁ ଶଙ୍ଖ ଭବନଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । 

ଏହି ଶୋକ ସଭାରେ ଯୋଗ ଦେଇ ବିଜେଡି ସାଂସଦ ଶ୍ରୀଯୁକ୍ତ ସଂତୃପ୍ତ ମିଶ୍ର, ସ୍ୱର୍ଗତ ଆୟୁବ ଖାନ୍ଙ୍କ ଅମାୟିକ ବ୍ୟକ୍ତିତ୍ୱ, ସାଧାରଣ ଜନତାଙ୍କ ପ୍ରତି ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ । କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ସ୍ୱଗର୍ତ ଖାନ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । 

ତାଙ୍କ ବିୟୋଗରେ ପଶ୍ଚିମ ଓଡିଶା ତଥା କଣ୍ଟାବାଞ୍ଜିବାସୀ ଏକ ସୁଯୋଗ୍ୟ ସନ୍ତାନ ହରାଇଲା । ବିଜୁ ଜନତା ଦଳର ସଂଗଠନରେ ତାଙ୍କର ଅତୁଳନୀୟ ଅବଦାନ ଥିଲା । 

ଅନ୍ୟମାନଙ୍କ ମଧ୍ୟରେ ଏହି ଶୋକ ସଭାରେ ସାଂସଦ ସୁଲତା ଦେଓ, ବିଜୟ ନାୟକ, ମନ୍ମଥ ରାଉତରାୟ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ଇପ୍ସିତା ସାହୁ, ସୋଫିଆ ଆଲାମ, ସକିଲୁର ରେହମାନ, ଜ୍ୟୋତ୍ସ୍ନା ପରିଡା, ରକି ଦାସ, ବିକ୍ରମ ରଂଜିତ ପଟ୍ଟନାୟକ, ତବରେଜ୍ ଖାନ, ସ୍ନେହାଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେଡି ସଂଖ୍ୟାଲଘୁ ସେଲର ସହସଂଯୋଜିକା ରିଜୱାନ ବେଗମ୍ ଏହି ଶ୍ରଦ୍ଧାଞ୍ଜଳି ସଭା ସଞ୍ଚାଳନ କରିଥିଲେ ।