NISER ରେ ଛାତ୍ର ମୃତ୍ୟୁ...
ଖୋର୍ଦ୍ଧା ଜିଲ୍ଲାର NISER ଜଟଣୀର ଜଣେ ଛାତ୍ର ହଷ୍ଟେଲ ଛାତରୁ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।
ମୃତ ଛାତ୍ରଜଣକ ମହାରାଷ୍ଟ୍ରର ନାଗପୁରର ବାସିନ୍ଦା ଥିଲେ।
ସେ 'ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି' (Integrated MSc) ପଢ଼ୁଥିଲେ।
ଗତକାଲି ବିଳମ୍ବିତ ରାତିରେ ସେ ଛାତରୁ ତଳକୁ ଖସିପଡ଼ିଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସ (AIIMS) ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।