ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଚାକିରୀ ସର୍ତ|ବଳୀ
କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ଜିଲ୍ଲାରେ ନିଯୁକ୍ତି ହେବେନି, ଯଦି ହେଲା ନିଜ ବ୍ଲକରେ ରହିପାରିବେନି । ଏହା ସହ ଅତିକମ୍ରେ ୩ ବର୍ଷ ରହିବା ପରେ ବଦଳି ହେବାକୁ ଯୋଗ୍ୟତା ଅର୍ଜନ କରିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ ।
ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୋଟିଏ ସ୍ଥାନରେ ୬ ବର୍ଷରୁ ଅଧୂକ ସମୟ ରହିପାରିବେ ନାହିଁ । ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧରେ ୫ ବର୍ଷ ପୂରଣ କଲେ ବଦଳି ସମ୍ଭବ ହେବ ।
ଅନ୍ୟ ଜିଲ୍ଲାରେ ୧୦ ବର୍ଷ ପୂରଣ କରିଥିଲେ, ଅବିଭକ୍ତ କେବିକେରେ ନିଯୁକ୍ତି ହେବେ । ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ନିଯୁକ୍ତି ହେବେ ଶିକ୍ଷକ ଓ ଶିକ୍ଷୟିତ୍ରୀ ।
ଦମ୍ପତି ସରକାରୀ କର୍ମଚାରୀ ହୋଇଥିଲେ ନିକଟ ଅଞ୍ଚଳରେ ନିଯୁକ୍ତି ମିଳିବ । ଅବସରକୁ ୨ ବର୍ଷ ଥିଲେ ଯେଉଁଠି ଅଛନ୍ତି ସେଠାରେ କିମ୍ବା ନିଜ ଜିଲ୍ଲାକୁ ବଦଳି ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।