ଅଖିଲ ଭାରତୀୟ ତେରାପନ୍ଥ ଯୁବକ ପରିଷଦର ସହସ୍ରାଧିକ ରକ୍ତଦାନ ଶିବିର ମାଧ୍ୟମରେ ଅମୃତ ମହୋତ୍ସବ 2025ର ପାଳନ
ଅଖିଲ ଭାରତୀୟ ତେରାପନ୍ଥ ଯୁବକ ପରିଷଦ (ଅଭାତେୟୁପ) ନିଜ ସ୍ଥାପନା ଦିବସରେ ପୁଣିଥରେ ସେବା ଓ ସମର୍ପଣର ଅଦ୍ଭୁତ ଉଦାହରଣ ସୃଷ୍ଟି କରିଛି।
ସେପ୍ଟେମ୍ବର 17 ତାରିଖରେ ଦେଶ ଓ ବିଦେଶର 362ଟି ଶାଖା ମାଧ୍ୟମରେ ପରିଷଦ ସହସ୍ରାଧିକ ରକ୍ତଦାନ ଶିବିର ଏକାସାଥିରେ ଆୟୋଜନ କରି ରକ୍ତଦାନ ଅମୃତ ମହୋତ୍ସବ 2025 ପାଳନ କଲା।
ଏହି ବିଶାଳ ଆୟୋଜନ ସମାଜରେ ମାନବତାର ଏକ ନୂଆ ମିସାଲ ସୃଷ୍ଟି କରିଥିବା ସହିତ ରକ୍ତଦାନ କ୍ଷେତ୍ରରେ ବିଶ୍ୱ ରେକର୍ଡ ସ୍ଥାପନ କଲା |
ଅଭାତେୟୁପ ପୂର୍ବରୁ ମଧ୍ୟ ଦୁଇଥର ରକ୍ତଦାନ କ୍ଷେତ୍ରରେ ବିଶ୍ୱ ରେକର୍ଡ ନିଜ ନାମରେ ଲେଖାଇଛି। ଏଥରେ ମଧ୍ୟ ପରିଷଦର ଦାବି ଯେ, ଏକେ ଦିନରେ ଏତେ ବଡ଼ ପାଇକାରେ ହଜାର ଶିବିର ଲଗାଇ ନୂତନ ଇତିହାସ ରଚିତ ହୋଇଛି। ଏହି ଅଭିଯାନର ନେତୃତ୍ୱ ଜାତୀୟ ଅଧ୍ୟକ୍ଷ ରମେଶ ଡାଗା କରିଥିଲେ।
ମୁଖ୍ୟତଃ ଭାରତ ସରକାର ପରିଷଦକୁ ନିଜ ଅଶୋକଚିହ୍ନ ଲୋଗୋ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ, ଯାହା ପରିଷଦର ବିଶ୍ୱସନୀୟତା ଓ ଅଭିଯାନର ଗୁରୁତ୍ୱକୁ ଆହୁରି ବୃଦ୍ଧି କରି ପାରିଥିଲା |
ରାଜଧାନୀ ଭୁବନେଶ୍ୱରରେ ତେରାପନ୍ଥ ଯୁବକ ପରିଷଦର ପକ୍ଷରୁ ମୋଟ 14ଟି ରକ୍ତଦାନ ଶିବିର କରା ଯାଇଥିଲା। ଏହି ଶିବିରଗୁଡ଼ିକରେ ରେଡ୍ କ୍ରସ ଓ କ୍ୟାପିଟାଲ ହସ୍ପିଟାଲର ସହଯୋଗ ରହିଥିଲା। ହଜାର ହଜାର ଲୋକ ରକ୍ତଦାନ ପାଇଁ ଆଗକୁ ଆସି ସମାଜ ସେବାର ଅଂଶ ଗ୍ରହଣ କରିଥିଲେ।
ଅଭାତେୟୁପର ମତ ଅନୁସାରେ, ରକ୍ତଦାନ ଠାରୁ ବଡ଼ କୌଣସି ଦାନ ନାହିଁ, ଏବଂ ସମାଜକୁ ସୁସ୍ଥ ରଖିବା ପାଇଁ ଯୁବମାନଙ୍କ ଆଗକୁ ଆସିବା ସମୟର ଆବଶ୍ୟକତା।ଏହି ଶିବିରକୁ ସଫଳ କରିବାରେ ତେରାପନ୍ଥ ସଭା, ମହିଳା ମଣ୍ଡଳ, କନ୍ୟା ମଣ୍ଡଳ ନିଜର ଦାୟିତ୍ୱ ପାଳନ କରିଥିଲେ।