ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ହେବ ସପ୍ତମ ସଂସ୍କରଣ ଇ-ନିଲାମ

Sep 18, 2025 - 08:15
 16
ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ହେବ ସପ୍ତମ ସଂସ୍କରଣ ଇ-ନିଲାମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶବିଦେଶରୁ ମିଳିଥିବା ୧,୩୦୦ରୁ ଊର୍ଦ୍ଧ୍ୱ ଉପହାରସବୁକୁ ତାଙ୍କ ଜନ୍ମଦିନ ଅବସରରେ ଇ-ନିଲାମ କରାଯିବ। 

ଉକ୍ତ ଉପହାର ମଧ୍ୟରେ ରାମ ଦରବାରର ତାଞ୍ଜୋର ପେଣ୍ଟିଂ, ଧାତବ ନଟରାଜ ମୂର୍ତ୍ତି, ହାତବୁଣା ନାଗା ଶାଲ୍‌, ୨୦୨୪ ପାରାଅଲିମ୍ପିକ୍‌ ଗେମ୍‌ରୁ ମିଳିଥିବା କ୍ରୀଡ଼ା ସ୍ମାରକୀ ସେଟ୍‌ ରହିଛି। 

ଏହି ଅନ୍‌ଲାଇନ୍‌ ନିଲାମର ସପ୍ତମ ସଂସ୍କରଣ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିବ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡର୍ନ ଆର୍ଟଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଘୋଷଣା କରିଛନ୍ତି। 

ପ୍ରଧାନମନ୍ତ୍ରୀଙ୍କ ଉପହାରର ପ୍ରଥମ ଇ-ଅକ୍ସନ ୨୦୧୯ ଜାନୁଆରୀରେ ହୋଇଥିଲା। 

ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାର ନିଲାମରୁ ସଂଗୃହୀତ ୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ସହାୟତା ପାଇଁ ବିନିଯୋଗ ହୋଇଥିବା ଶେଖାଓ୍ବତ୍‌ କହିଛନ୍ତି।