ଅମୃତ ଭାରତ ଷ୍ଟେସନ ଯୋଜନାରେ 1,337 ଷ୍ଟେସନର ପୁନଃବିକାଶ ଦ୍ରୁତ ଗତିରେ ଚାଲିଛି

Dec 11, 2025 - 14:38
Dec 11, 2025 - 14:39
 14
ଅମୃତ ଭାରତ ଷ୍ଟେସନ ଯୋଜନାରେ 1,337 ଷ୍ଟେସନର ପୁନଃବିକାଶ ଦ୍ରୁତ ଗତିରେ ଚାଲିଛି

ରେଳ ଚଳାଚଳ ବନ୍ଦ ନକରି ବ୍ୟାପକ ଷ୍ଟେସନ ପୁନର୍ବିକାଶ ଚାଲିଛି: ଅଶ୍ବିନୀ ବୈଷ୍ଣବ

ସର ଘରକାରୀ ଘରୋଇ ସହଭାଗିତା ମାଧ୍ଯମରେ ବିକାଶ ପାଇଁ 15ଟି ଷ୍ଟେସନ ଚିହ୍ନଟ

ଷ୍ଟେସନ ପୁନଃବିକାଶରେ ଉନ୍ନତ ପହଞ୍ଚ, ଆଧୁନିକ ଯାତ୍ରୀ ସୁବିଧା, ବହୁମୁଖ୍ ସମନ୍ବୟ ଏବଂ ଉନ୍ନତ ସୂଚନା ପ୍ରଣାଳୀ ଅନ୍ତର୍ଭୁକ୍ତ ହେବ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଲୋକସଭାରେ ରେଳ ପୁନର୍ବିକାଶ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହି କହିଛନ୍ତି, ରେଳ ମନ୍ତ୍ରଣାଳୟ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଷ୍ଟେସନଗୁଡ଼ିକର ପୁନଃବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରିଛି I ଏହି ଯୋଜନାରେ ଷ୍ଟେସନଗୁଡ଼ିକର ଉନ୍ନତି ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଏବଂ ପର୍ଯ୍ୟାୟକ୍ରମେ ସେଗୁଡ଼ିକର କାର୍ଯ୍ୟକାରିତା ଅନ୍ତର୍ଭୁକ୍ତ ।

ମାଷ୍ଟର ପ୍ଲାନରେ ଷ୍ଟେସନ ଏବଂ ଚଳାଚଳ କ୍ଷେତ୍ରକୁ ସହଜରେ ପହଞ୍ଚ ସୁବିଧା, ସହରର ଉଭୟ ପଟକୁ ଷ୍ଟେସନ ସହ ଯୋ ଯୋଡ଼ିବା, ଷ୍ଟେସନ ଅଟ୍ଟାଳିକାର ନିର୍ମାଣ, ପ୍ରତୀକ୍ଷାଳୟ, ଶୌଚାଳୟ, ବସିବା ବ୍ୟବସ୍ଥା, ପାଣି ବୁଥ୍ ଆଦିର ଉନ୍ନତିକରଣ ସାମିଲ ରହିଛି । ଯାତ୍ରୀଙ୍କ ଯାତାୟାତ ଆବଶ୍ୟକ‌ତା ମୁତାବକ ପ୍ରଶସ୍ତ ଫୁଟ୍ ଓଭର ବ୍ରିଜ୍ / ଏୟାର କନକୋର୍ସର ବ୍ୟବସ୍ଥା, ଲିଫ୍ଟ/ଏସ୍କେଲେଟର/ରାମ୍ପର ବ୍ୟବସ୍ଥା, ପ୍ଲାଟଫର୍ମ ପୃଷ୍ଠ ଏବଂ ଛାଉଣିରେ ଉନ୍ନତିକରଣ, ଏକ ଷ୍ଟେସନ୍ ଏକ ଉତ୍ପାଦ ଭଳି ଯୋଜନା ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ପାଇଁ କିଓସ୍କର ବ୍ୟବସ୍ଥା କରାଯାଉଛି। ଏହାବ୍ୟତ ତୀତ ପାର୍କି କ୍ଷେତ୍ର, ବହୁମୁଖୀ ସଂଯୋଗ, ଦିବ୍ୟାଙ୍ଗଜନଙ୍କ ପାଇଁ ସୁବିଧା, ଉନ୍ନ‌ତ ଯାତ୍ରୀ ସୂଚନା ପ୍ରଣାଳୀ, ପ୍ରତ୍ୟେକ ଷ୍ଟେସନରେ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ଏକଜିକ୍ୟୁଟିଭ୍ ଲାଉଞ୍ଜ, ବ୍ୟବସାୟିକ ବୈଠକ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଆଦିର ବ୍ୟବସ୍ଥା ମଧ୍ୟ କରାଯାଉଛି ।

ଏହି ଯୋଜନାରେ ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ ସମାଧାନ, ଆବଶ୍ୟକତା ଅନୁସାରେ ବାଲାଷ୍ଟଲେସ୍ ଟ୍ରାକ୍ ପ୍ରଦାନ ଇତ୍ୟାଦି, ପର୍ଯ୍ୟାୟକ୍ରମେ ଓ ଅନୁକୂଳତା ଆଧାରରେ ତଥା ଦୀର୍ଘକାଳୀନ ଭାବରେ ଷ୍ଟେସନରେ ସିଟି ସେଣ୍ଟର ସୃଷ୍ଟି କରିବାର ମଧ୍ଯ ଚିନ୍ତା କରାଯାଇଛି I ବର୍ତ୍ତମାନ ସୁଦ୍ଧା, ଏହି ଯୋଜନା ଅଧୀନରେ ବିକାଶ ପାଇଁ 1337

ଷ୍ଟେସନ ଚିହ୍ନଟ କରାଯାଇଛି I ଅମୃତ ଭାରତ ଷ୍ଟେସନ ଯୋଜନାରେ ରେଳ ଷ୍ଟେସନ‌ଗୁଡ଼ିକରେ ବିକାଶ କାର୍ଯ୍ୟ ଭଲ ଗତିରେ ଆଗକୁ ବଢ଼ୁଛି । ଏପର୍ଯ୍ୟନ୍ତ 155 ଷ୍ଟେସନର କାର୍ଯ୍ୟ ସମ୍ପୂର୍ଣ ହୋଇଛି।

ଜୋନାଲ ରେଳବାଇରୁ ପ୍ରାପ୍ତ ପ୍ର ପ୍ରସ୍ତାବ, ପ୍ରମୁଖ ସହର ଓ ପର୍ଯ୍ୟଟନ ଏବଂ ତୀର୍ଥସ୍ଥାନରେ ଅବସ୍ଥିତ ଷ୍ଟେସନଗୁଡ଼ିକ ଉପରେ ଆଧାର କରି ଷ୍ଟେସନଗୁଡ଼ିକ ଚ ଚୟନ କରାଯାଉଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଥ‌ିବା ଷ୍ଟେସନଗୁଡ଼ିକର ବିକାଶ / ଉନ୍ନତିକରଣ / ଆଧୁନିକୀକରଣ ସାଧାରଣତଃ ଯୋଜନା ଶୀର୍ଷକ-53 'ଗ୍ରାହକ ସୁବିଧା' ଅଧୀନରେ ପାଣ୍ଠି ଯୋଗାଇ ଦିଆଯାଏ I ଯୋଜନା ଶୀର୍ଷକ-53 ଅଧୀନରେ ଆବଣ୍ଟନ ଏବଂ ଖର୍ଚ୍ଚର ବିବରଣୀ କାର୍ଯ୍ୟ-ଭିତ୍ତିକ କିମ୍ବା ଷ୍ଟେସନ-ଭିତ୍ତିକ କିମ୍ବା ରାଜ୍ୟଭିଭିକ ନୁହେଁ ବରଂ ଜୋନାଲ ରେଳବାଇ-ଭିଭିକ ରଖାଯାଏ I ଯୋଜନା ଶୀର୍ଷକ-53 ଅଧୀନରେ ଆର୍ଥିକ ବର୍ଷ 2025-26 ପାଇଁ 12,118 କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି ଏବଂ ଏପର୍ଯ୍ୟନ୍ତ 7,253 କୋଟି ଟଙ୍କା ବ୍ୟୟ (ଅକ୍ଟୋବର, 2025 ପର୍ଯ୍ୟନ୍ତ) କରାଯାଇଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ବିକାଶ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ବଜେଟ ସହାୟତା ଆଧାରିତ । ତଥାପି, ସରକାରୀ-ଘରୋଇ ସହଭାଗୀତା (ฮิฮิฮิ) ମୋଡ୍ ଅଧୀନରେ ବିକାଶ ପାଇଁ 15ଟି ଷ୍ଟେସନକୁ ଚିହ୍ନଟ କରାଯାଇଛି ଏବଂ ଏଥିରୁ ପ୍ରାପ୍ତ ଅଭିଜ୍ଞତା ଉପରେ ଆଧାର କରି, ଯୋଜନାର ଆହୁରି ବିକାଶ ପାଇଁ ପରିକଳ୍ପନା କରାଯାଇଛି। ଷ୍ଟେସନଗୁଡ଼ିକର ପୁନଃବିକାଶ/ଆଧୁନିକୀକରଣ ଚୁନିକୀକରଣ ଯୋଜନା ଏବଂ କାର୍ଯ୍ୟକାରିତା ସମୟରେ ଐତିହ୍ୟ ଦୃଷ୍ଟିରୁ ମୂଲ୍ୟବାନ ଜିନିଷଗୁଡ଼ିକର ସଂଗ ରକ୍ଷଣ ପାଇଁ ରେଳ ମନ୍ତ୍ରଣାଳୟ ସଂକଳ୍ପବଦ୍ଧ । ଢାଞ୍ଚା/ଆଧୁନିକୀକରଣର ସନ୍ଦର୍ଭ ଏବଂ ଅବସ୍ଥା ଆଧାରରେ ସ୍ଥାନ ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇଥାଏ I ରେଳ ଷ୍ଟେସନ ବିକାଶ ସମୟରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରାଯ ରାଯାଇ ଭାରତ ସମସ୍ୟାର ସମାଧାନ କରିବା ସହିତ ଆର୍ଥିକ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ପରିକଳ୍ପନା କରାଯାଇଛି । ଏହା ବ୍ୟତୀତ, ଭାରତୀ ତୀୟ ରେଳବାଇରେ ଷ୍ଟେସନଗୁଡ଼ିକର ବିକାଶ/ ପୁନଃବିକାଶ/ ଉନ୍ନତି/ ଆଧୁନିକୀକରଣ ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହି ସମ୍ବନ୍ଧରେ କାର୍ଯ୍ୟ ଆବଶ୍ୟକତା ଅନୁଯାୟୀ କରାଯାଏ I ଏହା ଆନ୍ତଃ-ସ୍ବାଧୀନ ପ୍ରାଥମିକତା ଏବଂ ପାଣ୍ଠିର ଉପଲବ୍ଧତା ଉପରେ ନିର୍ଭର କରେ I ପ୍ରକଳ୍ପଗୁଡ଼ିକୁ ମଞ୍ଜୁର ଏବଂ କାର୍ଯ୍ୟକାରୀ କରିବା ରିବା ସମୟରେ ନିମ୍ନ ବର୍ଗର ଷ୍ଟେସନ ଅପେକ୍ଷା ଉଚ୍ଚ ବର୍ଗର ଷ୍ଟେସନକୁ ପ୍ରାଥମିକତା ଦିଆଯାଏ I ରେଳ ଷ୍ଟେସନଗୁଡ଼ିକର ବିକାଶ / ଉନ୍ନତିକରଣ ପ୍ରକ୍ରିୟା ଜଟିଳ I ଏହା ଯାତ୍ରୀ ଏବଂ ଟ୍ରେନଗୁଡ଼ିକର ସୁରକ୍ଷା ସହିତ ଜଡିତ ଏବଂ ଏଥିପାଇଁ ଅଗ୍ନି ନିର୍ବାପନ, ଐତିହ୍ୟ ସୁରକ୍ଷା, ଗଛ କାଟିବା, ବିମାନବନ୍ଦର ସ୍ଥିତି ଆଦି ଭଳି ବିଭିନ୍ନ ବୈଧାନିକ ନିଷ୍କାସ ନିଷ୍କାସନ ଆବଶ୍ୟକ। ସେହିପରି ଉପ‌ଯୋଗିତାଗୁଡ଼ିକର ସ୍ଥାନାନ୍ତର (ଜଳ/ ସ୍ୱେରେଜ ଲାଇନ୍, ଅପ୍ଟିକାଲ୍ ଫାଇବର କେବୁଲ୍, ଗ୍ୟାସ୍ ପା ପାଇପ୍ ଲାଇନ୍, ପାୱାର/ସିଗନାଲ୍ କେବୁଲ୍ ଇତ୍ୟାଦି), ଉଚ୍ଛେଦ, ଯାତ୍ରୀଙ୍କୁ ବାଧା ନ ଦେଇ ଦଇ ଟ୍ରେନଗୁଡ଼ିକର ପରିଚାଳନା, ଟ୍ରାକ୍ ଏବଂ ଉଚ୍ଚ ଭୋଲଟେଜ୍ ପାୱାର ଲାଇନର ନିକଟତର କ କାର୍ଯ୍ୟ ଯୋଗୁଁ ପ୍ରତିବନ୍ଧକ ଆଦି ସମ ଏଥିଯୋଗୁ ପ୍ରକଳ୍ପ କାମର ଅଗ୍ରଗତି ପ୍ରଭାବିତ ହୁଏ । ଏହି ଏହି କାରଣଗୁଡ଼ି ରଣଗୁଡ଼ିକ ପ୍ରକଳ୍ପ ସମ ସମାପ୍ତି ସମୟକୁ ପ୍ରଭାବିତ କରେ I ତେଣୁ, ଏହି ପର୍ଯ୍ୟାୟରେ କୌଣସି କୌଣସି ସମୟ ସୀମା ସୂଚିତ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି । ଦେଇଥାଏ I