ଅଶୋକାଷ୍ଟମୀ ବା ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବିଶେଷତ୍ୱ...

Mar 29, 2026 - 16:02
 17
ଅଶୋକାଷ୍ଟମୀ ବା ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବିଶେଷତ୍ୱ...

ଅଶୋକାଷ୍ଟମୀ ବା ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ବିଶେଷତ୍ୱ...

                

ବନ୍ଦେ ଦେବମୁମାପତି ସୁରଗୁରୁଂ ବନ୍ଦେ ଜଗତକାରଣମ୍ 

                ବନ୍ଦେ ପନ୍ନଗଭୂଷଣଂ ମୃଗଧରଂ ବନ୍ଦେ ପଶୂନାଂ ପତିମ୍ 

                ବନ୍ଦେ ସୂର୍ଯ୍ୟ ଶଶାଙ୍କ ବହ୍ନି ନୟନଂ ବନ୍ଦେ ମୁକୁନ୍ଦ ପ୍ରିୟମ୍ 

                 ବନ୍ଦେ ଭକ୍ତ ଜନାଶ୍ରୟଞ୍ଚ ବରଦଂ ବନ୍ଦେ ଶିବଂ ଶଙ୍କରମ୍ 

                              ସତ୍ୟମ ଶିବଂ ଶଙ୍କରମ୍ 

ଅଶୋକାଷ୍ଟମୀ ଏକ ପ୍ରସିଦ୍ଧ ଦିବସ ଭୁବନେଶ୍ଵରରେ ତ୍ରିଭୁବନେଶ୍ଵର ଭଗବାନ ଶଙ୍କର ଯୋଉଠି ବରାଜ ମାନ କରିଛନ୍ତି ତାହା ଏକାମ୍ର କାନନ ପୁରାଣ ପ୍ରସିଦ୍ଧ ପିଠ l ଇତିହାସ ରେ ସୋର୍ଣ୍ଣାକ୍ଷରେ ଲିପିବଦ୍ଧ ହେଇଛି ଏହି କ୍ଷେତ୍ର l ଚକ୍ର କ୍ଷେତ୍ର ଇଏ l 

ରୁକୁଣା ରଥ ଉଠିବ l ଲିଙ୍ଗରାଜ ଙ୍କ ସହ ଭଗବାନ ବାସୁଦେବଙ୍କ ର ପତ୍ନୀ ଗୋବିନ୍ଦାଙ୍କ ବିହାରିଣି ରୁକ୍ମୁଣୀ ରଥରେ ବିଜେ ହେବେ l 

ଏହି ଅଶୋକାଷ୍ଟମୀ ଦିନ ରଥଉପରେ ଶଙ୍କରଙ୍କ ସହିତ ରୁକ୍ମୁଣୀଙ୍କୁ ଦର୍ଶନ କଲେ ଜନ୍ମ ଜନ୍ମାନ୍ତରର ଜ୍ଞାନ କୃତ ଆଜ୍ଞାନ କୃତ ପାପ କ୍ଷୟ ହୁଏ l

ଜଗନ୍ନାଥଙ୍କ ରଥର ନା ନନ୍ଦିଘୋଷ l ଶିବ ଙ୍କ ରଥର ନା ଅମୋଘ ରଥ l ଗଣେଷ ଙ୍କ ରଥର ନା ଖଦିର ରଥ l ସୂର୍ଯ୍ୟ ଙ୍କ ରଥର ନା ହିରଣ୍ୟ ତେଜସ୍ୟ l ଦୁର୍ଗା ଙ୍କ ରଥର ନା ରୁକୁଣାରଥ l 

ମହାପ୍ରଭୁ ଲିଙ୍ଗରାଜ ତାଙ୍କ ଆମୋଘ ରଥରେ ଯାତ୍ରା କରି ରୁକ୍ମୁଣୀ ତାଙ୍କ ରଥରେ ଯାତ୍ରା କରୁଥିବା ରୁ ଆକୁ ରୁକୁଣା ରଥ ବୋଲି କୁହାଜାଏ l 

ଯେପରି ପୁରୀରେ ଦୁର୍ଗା ମାଧବ ଉପାସନା ଦୁର୍ଗା ଙ୍କ ସହିତ ମାଧବ ରୁନ୍ଧା ହେଇ ଶ୍ରୀ ମନ୍ଦିରରୁ ଶ୍ରୀକ୍ଷେତ୍ରାସ୍ତ ନାରାୟଣୀ ମନ୍ଦିରକୁ ଦୁର୍ଗାପୂଜା ରେ ଜାଆନ୍ତି ତାକୁ ଦୁର୍ଗା ମାଧବ ଉପାସନା କୁହନ୍ତି l 

ଠିକ ସେମିତି ଏଠାରେ ଲିଙ୍ଗରାଜଙ୍କ ବିଜେପ୍ରତିମା ଚନ୍ଦ୍ରଶେଖର ରୁକୁଣା ରଥରେ ରୁକ୍ମୁଣୀଙ୍କ ସହିତ ରଥଯାତ୍ରା କରି ବିଜେ ପଡିଆ ସ୍ଥିତ ରାମେଶ୍ଵର ମନ୍ଦିର ପର୍ଜ୍ୟନ୍ତ ଯାଆନ୍ତି l ୧୧୪୦ ଖ୍ରୀଷ୍ଟାବ୍ଦ ରୁ ଏଇ ପ୍ରଥା ଅନୁଷ୍ଟିତ ହେଉଛି l ଏ ରଥ ଏକ ବିଚିତ୍ର ରଥ l ରଥର ଉଚ୍ଚତା ୫୦ ଫୁଟ ଓ ୪ ଚକ, ୨ଓରା, ୧୬ନାହାକା, ୫ଦଣ୍ଡା ବିଶିଷ୍ଟ l  

ଏ ରଥର ପୂଜା ସରସ୍ଵତୀ ପୂଜା ରୁ ଆରମ୍ପ ହୁଏ l ରଥର ଚ଼ାଳକ ହେଉଛନ୍ତି ବୃଷବ ଏବଂ ସାରଥୀ ହେଲେ ବ୍ରହ୍ମା ସେ ରଥକୁ ଚ଼ାଳନ କରନ୍ତି l  

ଯେତେବେଳେ ରଥ ଟଣା ହେବ ପୁରୀ ରେ ଯେମିତି ମାଉସୀ ମା ମନ୍ଦିର ରେ ରଥ ଅଟକେ ଏଠି ସେପରି ଅଶୁରିଆ କିଆରି ଅଛି ସେଠି ରଥ କିଛି ସମୟ ପାଇଁ ଅଟକେ ଆଉ ମୁଆଁ ଭୋଗ ହୁଏ l ଭଗବାନ ୫ ଦିନ ବରାଜ ମାନ କରନ୍ତି ରାମେଶ୍ୱର ମନ୍ଦିରରେ l 

ବିଶ୍ୱାସ ରହିଛି ଲିଙ୍ଗରାଜଙ୍କ ରାମେଶ୍ୱର ମନ୍ଦିରକୁ ଗମନ ଅବସରରେ ରାମଚନ୍ଦ୍ର ପୂଜାର୍ଚ୍ଚନା କରିବାର ସୁଯୋଗ ପାଇଥାନ୍ତି l

ଲିଙ୍ଗରାଜ ମନ୍ଦିର ଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରଥକୁ ଟଣାଯାଏ l  

ରାମଚନ୍ଦ୍ରଙ୍କ କଥାକୁ ରଖି ପ୍ରତିବର୍ଷ ଅଶୋକାଷ୍ଟମୀ ତିଥିରେ ଦୋଳଗୋବିନ୍ଦ ଓ ରୁକୁଣାଙ୍କୁ ଧରି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର (ମାଉସୀ ମା' ମନ୍ଦିର ) ମନ୍ଦିରକୁ ଯାତ୍ରା କରିଥାନ୍ତି l 

   

ଏହି ରଥଟିର ବିଶେଷତ୍ୱ ହେଉଛି ରଥଟି ଅଣଲେଉଟା l ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ l 

ରଥର ପଛପଟେ ଦ୍ୱାର ଖୋଲାଯାଇ ଘୋଡା ଜଚାଯିବା ପରେ ଏହା ପଛକୁ ପଛ ଫେରିଥାଏ l ଜଗନ୍ନାଥ ମହାପ୍ରଭୁଙ୍କ ପରି ରଥ ଦକ୍ଷିଣ ମୋଡ ବା ବୁଲିନଥାଏ l ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ l 

ଏଇରଥ ଯେଉଁଆଡ଼େ ମୁହଁକରି ଯାଇଥାଏ ସେ ଆଡ଼ରୁ ଆଉ ମୁହଁ ଫେରାଏ ନାହିଁ l 

ବାହୁଡ଼ା ଦିନ ରଥର ଆଗପାଖର ସାଜସଜ୍ଜାକୁ ଆଣି ପଛ ପାଖରେ ଲଗାଇ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କଉ ବାହୁଡ଼ାଇ ଅଣାଯାଏ l 

ଏଥିପାଇଁ ଢଗ ଅଛି ଯେ ‘ରୁକୁଣା ରଥ ଅଣଲେଉଟା / ଆଉ ନ ଫେରେ’ l 

ଅଶୋକାଷ୍ଟମୀ ଦିନ ୮ଟି ଅଶୋକା କଢ଼ି ପକାଇ ସେହି ଜଳ ପାନକଲେ ଦୁଃଖଶୋକ ଲାଘବ ହେବାର ମାନ୍ୟତା ରହିଛି l ସନ୍ତାନ ହେଉନଥିବା ବା ସନ୍ତାନ ହୋଇ ମରିଯାଉଥିବା ମହିଳାମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି l ଅଶୋକାଷ୍ଟମୀ ଦିନ ମରିଚି କୁଣ୍ଡର ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହେବାର ମଧ୍ୟ ମାନ୍ୟତା ରହିଛି l  

ଏଥି ଯୋଗୁଁ ମରିଚି କୁଣ୍ଡର ପ୍ରଥମ ଗରା ଜଳ ଖୁବ ଉଚ୍ଚଦରରେ ନିଲାମ ମଧ୍ୟ ହୋଇଥାଏ l 

ଦୋଳପୂର୍ଣ୍ଣମୀର ଦୁଇଦିନ ପରଠାରୁ ରଥ ପାଇଁ କାମ ଆରମ୍ଭ ହୋଇ ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀ ଅଧରାତି ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥାଏ l 

ଏଥିପାଇଁ ମହାପ୍ରଭୁଙ୍କର ସ୍ୱତନ୍ତ୍ର ମହାରଣାମାନେ କାର୍ଯ୍ୟ କରିଥାନ୍ତି l ରଥଖଳାରେ ରଥର ସମସ୍ତ କାର୍ଯ୍ୟକୁ କରିଥାନ୍ତି l 

ରଥଯାତ୍ରା ପୂର୍ବଦିନ ଭୋର ୪ଟାରୁ ମଙ୍ଗଳା ଆଳତୀ ଆରମ୍ଭ ହୋଇ ଅବକାଶ ନୀତି, ରୋଷପାକ, ସାହାଣ ମେଲା ଦର୍ଶନ, ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା, ମା ଭୁବନେସ୍ୱରୀଙ୍କ ପୂଜା, ସକାଳ ଧୂପ, ଭୋଗ ମଣ୍ଡପ, ବେଶ ସଜ୍ଜା ଓ ଦିନ ୨ଟା ସୁଦ୍ଧା ମହାପ୍ରଭୁ ଲିଙ୍ଗରାଜ, ବାସୁଦେବ ଓ ମା ଭୁବନେଶ୍ୱରୀ ବା ରୁକୁଣାଙ୍କ ପହଣ୍ଡି ହୋଇଥାଏ l ଏହାପରେ ରଥ ଉପରେ ଚକ ପୂଜା, ଅଖ ପୂଜା, ଦ୍ୱାରପୂଜା, ଅଶ୍ୱପୂଜା, ଧ୍ୱଜାପୂଜା, ବ୍ରହ୍ମାପୂଜା ଓ ଛେରାପହଁରା ପ୍ରଭୃତି ପ୍ରାୟ ୧୨ପ୍ରକାରର ପୂଜା କରାଯାଇଥାଏ l 

????ପୌରାଣିକ କାହାଣୀ -

କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ l ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା l 

ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ l 

ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ'ଣ ବର ଚାହଁ ବୋଲି ପଚାରିଲେ l 

ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର (ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ l ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି l ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି l  

ଏହାବ୍ୟତୀତ ରଥଯାତ୍ରାର ଆଉ ଏକ ବିଶେଷତ୍ୱ ମଧ୍ୟ ରହିଛି ଯେ ମା ଭୁବନେଶ୍ୱରୀ ଏହିଦିନ ରଥରେ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ସୁରାସରକୁ ବଧ କରିବା ପାଇଁ ଯାତ୍ରା କରିଥାନ୍ତି